ଶ୍ରୀମନ୍ଦିରରେ ହେବ ଶୃଙ୍ଖଳିତ ଦର୍ଶନ; ସ୍ଥିତି ପରଖିଲା ହାଇ ଲେଭଲ ଟିମ୍‌

ପୁରୀ(ଓଡ଼ିଶା ରିପୋର୍ଟର): ଶେଷ ହେବାକୁ ଯାଉଛି ଶ୍ରଦ୍ଧାଳୁଙ୍କ ପରୀକ୍ଷାର ଘଡ଼ି। ୨୩ ତାରିଖରେ ଖୋଲିବ ଶ୍ରୀମନ୍ଦିର। ହେଲେ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି ବରିଷ୍ଠ ଅଧିକାରୀ । ଉନ୍ନୟନ କମିଶନର ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ଫାଇଭ୍ ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ, ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ଓ ଏସ୍‌ପି କେ. ବି. ସିଂହ ପ୍ରମୁଖ ପହଞ୍ଚି ସ୍ଥିତି ପରଖିଛନ୍ତି। କୋଭିଡ୍ କଟକଣା ମଧ୍ୟରେ ଶୃଙ୍ଖଳିତ ଦର୍ଶନ […]

team

team

Niharika Rout
  • Published: Saturday, 19 December 2020
  • Updated: 19 December 2020, 11:03 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶେଷ ହେବାକୁ ଯାଉଛି ଶ୍ରଦ୍ଧାଳୁଙ୍କ ପରୀକ୍ଷାର ଘଡ଼ି। ୨୩ ତାରିଖରେ ଖୋଲିବ ଶ୍ରୀମନ୍ଦିର। ହେଲେ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି ବରିଷ୍ଠ ଅଧିକାରୀ । ଉନ୍ନୟନ କମିଶନର ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ଫାଇଭ୍ ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ, ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ଓ ଏସ୍‌ପି କେ. ବି. ସିଂହ ପ୍ରମୁଖ ପହଞ୍ଚି ସ୍ଥିତି ପରଖିଛନ୍ତି।

କୋଭିଡ୍ କଟକଣା ମଧ୍ୟରେ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଏହି ଉଚ୍ଚସ୍ତରୀୟ ଟିମ୍ ଶ୍ରୀମନ୍ଦିର ଓ ଲୋକନାଥ ମନ୍ଦିର ବୁଲି ଅନୁଧ୍ୟାନ କରିଛନ୍ତି ।   ପ୍ରଥମେ ୨୩ ଓ ୨୪ ତାରିଖରେ ସେବାୟତଙ୍କ ପରିବାର ଦର୍ଶନ କରିବେ । ସେହିପରି ୨୫ରୁ ୩୧ ପର୍ଯ୍ୟନ୍ତ ପୁରୀ ସହରବାସୀ କାଳିଆ ସାଆନ୍ତଙ୍କ ଦର୍ଶନ କରିବାକୁ ସ୍ଥିର ହୋଇଛି ।

ଏଣୁ ମନ୍ଦିରରେ କିଭଳି ଶୃଙ୍ଖଳିତ ଦର୍ଶନ ହୋଇପାରିବ, ତାହାର ସମୀକ୍ଷା କରିଛନ୍ତି ଉଚ୍ଚ ଅଧିକାରୀ । ଏହାଛଡ଼ା ଏହି ଟିମ୍ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ବିକାଶ ଓ ହେରିଟେଜ୍ କରିଡରର ଉନ୍ନତିକରଣ କାର୍ଯ୍ୟ ବୁଲି ଦେଖିଛନ୍ତି। ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲୁଥିବାରୁ ମନ୍ଦିର ଚାରିପଟ ଓ ଐତିହ୍ୟସ୍ଥଳର ସଫେଇ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କୁହାଯାଇଛି। ଏହାଛଡ଼ା ୨୦ ମିଟର ଚଉଡ଼ା ବିଶିଷ୍ଟ ଆଉଟର ରିଙ୍ଗରୋଡ଼ ନିର୍ମାଣ କାର୍ଯ୍ୟ ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରିଛନ୍ତି ଫାଇଭ୍ ଟି ସଚିବ ।

ହେରିଟେଜ୍ କରିଡର ଓ ବଫର ଏରିଆ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ହେବ ବୋଲି କୁହାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଏସବୁ କାର୍ଯ୍ୟର ସମୀକ୍ଷା କରିଥିଲେ। ହେଲେ କାର୍ଯ୍ୟ କେତେଦୂର ଅଗ୍ରଗତି ହୋଇଛି ସେନେଇ ଫାଇଭ ଟି ସଚିବ ଆଜି ସମୀକ୍ଷା କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos