ମ୍ୟାଟ୍ରିକ୍ ରେଜଲ୍ଟ: କେଉଁ ଜିଲ୍ଲା ବାଜି ମାରିଲା ଓ କେଉଁ ଜିଲ୍ଲା ପଛରେ ପଡ଼ିଗଲା, ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ମ୍ୟାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଏଥିରେ ବରଗଡ଼ ଜିଲ୍ଲା ବାଜି ମାରି ନେଇଛି। ଜିଲ୍ଲାର ପାସ୍ ହାର ସର୍ବାଧିକ ୮୯.୩୭% ରହିଛି। ତେବେ ସବୁଠୁ କମ୍ ପିଲା ପାସ୍ କରିଛନ୍ତି ନୂଆପଡ଼ା ଜିଲ୍ଲାରେ। ଏଠାରେ ପାସ୍ ହାର ୬୦.୧୮% ରହିଛି, ଯାହା ସବୁ ଜିଲ୍ଲା ତୁଳନାରେ କମ୍ ରହିଛି। ସୂଚନାଯୋଗ୍ୟ, ଏଥର ରାଜ୍ୟରେ ପାସ୍ ହାର ୭୮.୭୬% ରହିଛି। ଗତବର୍ଷ ଝାରସୁଗୁଡ଼ା ଜିଲ୍ଲାରେ ପାସ୍ ହାର ସର୍ବାଧିକ ୮୫.୪୮% ରହିଥିଲା। […]

result

Jitendra Garnayak
  • Published: Wednesday, 29 July 2020
  • , Updated: 29 July 2020, 12:14 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ମ୍ୟାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଏଥିରେ ବରଗଡ଼ ଜିଲ୍ଲା ବାଜି ମାରି ନେଇଛି। ଜିଲ୍ଲାର ପାସ୍ ହାର ସର୍ବାଧିକ ୮୯.୩୭% ରହିଛି। ତେବେ ସବୁଠୁ କମ୍ ପିଲା ପାସ୍ କରିଛନ୍ତି ନୂଆପଡ଼ା ଜିଲ୍ଲାରେ। ଏଠାରେ ପାସ୍ ହାର ୬୦.୧୮% ରହିଛି, ଯାହା ସବୁ ଜିଲ୍ଲା ତୁଳନାରେ କମ୍ ରହିଛି। ସୂଚନାଯୋଗ୍ୟ, ଏଥର ରାଜ୍ୟରେ ପାସ୍ ହାର ୭୮.୭୬% ରହିଛି।
ଗତବର୍ଷ ଝାରସୁଗୁଡ଼ା ଜିଲ୍ଲାରେ ପାସ୍ ହାର ସର୍ବାଧିକ ୮୫.୪୮% ରହିଥିଲା। ସେହିପରି କୋରାପୁଟରେ ସର୍ବନିମ୍ନ ୫୦.୬୧% ଛାତ୍ରଛାତ୍ରୀ ପାସ୍ କରିଥିଲେ।

ଚଳିତ ବର୍ଷ ମୋଟ ୫,୩୪,୮୪୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨,୧୫,୩୬୭ ଝିଅ ପାସ୍ କରିଥିବା ବେଳେ ୧,୯୨,୫୦୧ ପୁଅ ପାସ୍ କରିଛନ୍ତି। ଝିଅଙ୍କ ପାସ୍ ହାର ୮୧.୯୮ ରହିଥିବା ବେଳେ ପୁଅଙ୍କ ପାସ୍ ହାର ୭୭.୮% ରହିଛି।

୧୨୭୯ ଜଣ A1 ଗ୍ରେଡ୍‌ରେ ପାସ୍ କରିଥିବା ବେଳେ A2 ଗ୍ରେଡ୍‌ରେ ୮୪୫୮ ଜଣ, B1 ଗ୍ରେଡ୍‌ରେ ୧୮,୧୮୮, B2 ଗ୍ରେଡ୍‌ରେ ୩୧,୩୨୮, C ଗ୍ରେଡ୍‌ରେ ୪୯,୧୫୩, D ଗ୍ରେଡ୍‌ରେ ୮୯,୫୫୬, E ଗ୍ରେଡ୍‌ରେ ୨,୨୩,୧୯୫ ଜଣ ପାସ୍ କରିଛନ୍ତି। ତେବେ ଅନ୍ୟପକ୍ଷରେ ୩୧ଟି ସ୍କୁଲ୍‌ରେ କେହି ପିଲା ପାସ୍ କରି ନାହାନ୍ତି।

Related story