ଭୁବନେଶ୍ୱର: ହିମାଳୟ ଟ୍ରେକିଂ ଅଭିଯାନରେ ଓଡ଼ିଆ ଦଳ ସଫଳତା ହାସଲ କରିଛି। ଏହି ଦଳ ଦୁଃସାହସିକ ଟ୍ରେକିଂ ଅଭିଯାନ ମେ ୧୭ରୁ ଆରମ୍ଭ ହୋଇଥିଲା। ପ୍ରାୟ ୫୭ କିଲୋମିଟର ଦୂର୍ଗମ ପର୍ବତାଞ୍ଚଳକୁ ଅତିକ୍ରମ କରି ଅଭିଯାନକୁ ସଫଳ କରାଇଥିଲେ ଓଡ଼ିଆ ପର୍ବତାରୋହୀ ଓ ତାଙ୍କ ଦଳ। ୟୁଥ୍ ହେଷ୍ଟଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର କଟକ ଶାଖା ଅଧ୍ୟକ୍ଷ ଶ୍ରୀକାନ୍ତ କୁମାର ନାୟକ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହି ଅଭିଯାନରେ କଟକ ଶାଖାର ୧୧ଜଣ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଜଣେ ମହିଳା। ଆଗକୁ ଓଡ଼ିଶାର ବିଭିନ୍ନ ଶାଖାକୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି କହିଛନ୍ତି କଟକ ଶାଖା ଅଧ୍ୟକ୍ଷ ଶ୍ରୀକାନ୍ତ କୁମାର ନାୟକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Guest Column
୨୦୩୬ ମସିହାର ଓଡ଼ିଶା କେଉଁଭଳି ହେବ?
ପ୍ରଦୂଷଣ ହେତୁ ଆଜି ଅଞ୍ଚଳରେ ଅନେକ ଲୋକ ଯକ୍ଷ୍ମା ବେମାରୀରେ ପଡିଛନ୍ତି। ଅନେକ ଏହିହେତୁ ମରିଯାଉଛନ୍ତି। ଚାଷ ଭଲ ହେଉ ନାହିଁ। ଚୂନ ଗୁଣ୍ଡ ପଡ଼ିବାରୁ କୌଣସି ଫସଲ ଭଲ ହେଉନାହିଁ। ପାଚିବା ପୂର୍ବରୁ ଫଳ ଝଡ଼ିଯାଉଛି। ଲୋକେ ଚଳିବେ ବା କେମିତି? ଅଞ୍ଚଳରେ ପାଣି ମଧ୍ୟ ଭଲରେ ମିଳୁନାହିଁ, ନା ପିଇବା ଲାଗି ନା ବ୍ୟବହାର ଲାଗି। ଘର ବାହାରକୁ ବାହାରିଲେ ମୁହଁ ଧଳା ଦେଖାଯାଉଛି।
Crime
ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ବନ୍ଧାହେଲେ ଡାକ୍ତର
ରେଡ୍ ବେଳେ ଆଶୋକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା ରହିଛି।
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।
Accident
ଧାନ ଫସଲ ଜଗିଥିଲେ ଚାଷୀ; ଦଳିଦେଲେ ହାତୀ
ଆଜି ସକାଳେ ସ୍ଥାନୀୟ ଲୋକେ ବିଲକୁ ଯାଇଥିବା ବେଳେ ଗଣେଶଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।
Crime
ମହାଧୂର୍ତ୍ତ ଡେପୁଟି ଜେନେରାଲ୍ ମ୍ୟାନେଜର୍; ପଡ଼ୋଶୀ ଛାତରୁ ମିଳିଲା ବିଡ଼ା ବିଡ଼ା ନୋଟ୍
ସୁବାଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।