ପୁଣି ଡେପୁଟେସନରେ ଗଲେ ହିମାଂଶୁ ଲାଲ, ପଙ୍କଜ ଉତ୍ତରାଞ୍ଚଳ ଡିଆଇଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାତ୍ର ୨ବର୍ଷ ତଳେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୩ ବ୍ୟାଚ୍ ଆଇପିଏସ୍ ତଥା ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ ପୁଣିଥରେ କେନ୍ଦ୍ର ସରକାରରେ ନିଯୁକ୍ତି ପାଇଛନ୍ତି। ସେ କେନ୍ଦ୍ର କ୍ୟାବିନେଟ୍ ସଚିବାଳୟରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ତାଙ୍କୁ ୪ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ କାର୍ଯ୍ୟ କରିବା ନିମନ୍ତେ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ରାଜ୍ୟ ସରକାର ଗତକାଲି ଶ୍ରୀ ଲାଲଙ୍କୁ ତାଙ୍କ କାର୍ଯ୍ୟରୁ ରିଲିଭ୍ କରିଥିବାବେଳେ ଏସଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜଙ୍କୁ ଉତ୍ତରାଞ୍ଚଳ […]

hemansu-lal

Manoranjan Sial
  • Published: Thursday, 04 June 2020
  • , Updated: 04 June 2020, 10:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାତ୍ର ୨ବର୍ଷ ତଳେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୩ ବ୍ୟାଚ୍ ଆଇପିଏସ୍ ତଥା ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ ପୁଣିଥରେ କେନ୍ଦ୍ର ସରକାରରେ ନିଯୁକ୍ତି ପାଇଛନ୍ତି। ସେ କେନ୍ଦ୍ର କ୍ୟାବିନେଟ୍ ସଚିବାଳୟରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ତାଙ୍କୁ ୪ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ କାର୍ଯ୍ୟ କରିବା ନିମନ୍ତେ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ରାଜ୍ୟ ସରକାର ଗତକାଲି ଶ୍ରୀ ଲାଲଙ୍କୁ ତାଙ୍କ କାର୍ଯ୍ୟରୁ ରିଲିଭ୍ କରିଥିବାବେଳେ ଏସଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି।

ସୂଚନାଯୋଗ୍ୟ, ୨୦୧୮ ଏପ୍ରିଲ ମାସରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଶ୍ରୀ ଲାଲଙ୍କୁ ଏସଟିଏଫ ଡିଆଇଜି ଭାବେ ନିଯୁକ୍ତି ମିଳିଥିଲା। ସେଠାରେ ଗ୍ୟାଙ୍ଗଷ୍ଟାର ଟିଟୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରି ଶ୍ରୀ ଲାଲ ରାଜ୍ୟ ସରକାରଙ୍କ କୋପର ଶିକାର ହୋଇଥିଲେ। ତାଙ୍କୁ କୋରାପୁଟରେ ଡିଆଇଜି ଭାବେ ବଦଳି କରାଯାଇଥିଲା। ସାଧାରଣ ନିର୍ବାଚନ ପରେ ପୁଣି ତାଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ବଦଳି କରାଯିବାକୁ ନେଇ ସେ ଅସନ୍ତୁଷ୍ଟ ଥିବା ପୁଲିସ ବିଭାଗ ସୂତ୍ରରୁ ସୂଚନା ମିଳିଛି।

Related story