ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାକୁ ନେଇ ରାଜନୀତି

ଭୁବନେଶ୍ୱର: ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାରେ ୩୯ ଜଣ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇ ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ସାରା ଦେଶରେ ଶୋକ ଖେଳାଇ ଦେଇଥିବା ବେଳେ ରାଜନେତାମାନଙ୍କ ଉପରେ ଏହାର କିଛି ପ୍ରଭାବ ଦେଖିବାକୁ ମିଳିନାହିଁ। ଏପରି ଏକ ସମ୍ବେଦନଶୀଳ ସମୟରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପି ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ କରି ଦେଇଛନ୍ତି। ବିଜେଡି […]

hirakhanda express

Rakesh Mallick
  • Published: Sunday, 22 January 2017
  • , Updated: 22 January 2017, 08:57 PM IST

ଭୁବନେଶ୍ୱର: ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାରେ ୩୯ ଜଣ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇ ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ସାରା ଦେଶରେ ଶୋକ ଖେଳାଇ ଦେଇଥିବା ବେଳେ ରାଜନେତାମାନଙ୍କ ଉପରେ ଏହାର କିଛି ପ୍ରଭାବ ଦେଖିବାକୁ ମିଳିନାହିଁ। ଏପରି ଏକ ସମ୍ବେଦନଶୀଳ ସମୟରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପି ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ କରି ଦେଇଛନ୍ତି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ଏକ ବର୍ଷ ମଧ୍ୟରେ ଟ୍ରେନ୍‌ ଦୁର୍ଘଟଣାରେ ୪୦୦ ଲୋକଙ୍କ ଜୀବନ ଗଲାଣି। କେନ୍ଦ୍ର ସରକାର ବୁଲେଟ୍‌ ଟ୍ରେନ୍‌ ଓ ଆଧୁନିକୀକରର କଥା କହୁଛନ୍ତି। ଲୋକଙ୍କ ପ୍ରାଣହାନୀ ହେଉଥିବା ବେଳେ ଆଧୁନିକୀକରଣର କିଛି ମାନେ ନାହିଁ। ରେଳ ଯାତ୍ରୀଙ୍କ ସୁରକ୍ଷା ଆହୁରି ଅଧିକ କରିବାକୁ ଆମେ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦାବି କରୁଛୁ।”

କଂଗ୍ରେସ ମଧ୍ୟ ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ କାଠଗଡାରେ ଛିଡା କରିଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ରେଳ ମନ୍ତ୍ରାଳୟର ଉଦାସୀନତା ଫଳରେ ରେଳ ଯାତ୍ରୀଙ୍କୁ ଏପରି ଘଟଣାର ସମ୍ମୁଖୀନ ହେବାକୁ ପଡୁଛି। ଏପରି ଦୁର୍ଘଟଣା ଗୋଟିଏ ପରେ ଗୋଟିଏ ଘଟି ଚାଲିଛି। ରେଳ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱର ସହ ନେଇ ନାହାନ୍ତି। ହୀରାଖଣ୍ଡ ଦୁର୍ଘଟଣା ପାଇଁ କେନ୍ଦ୍ର ସରକାର ଯେଉଁ ସହାୟତା ରାଶି ଘୋଷଣା କରିଛନ୍ତି ତାକୁ ବୃଦ୍ଧି କରାଯାଉ।”

ତେବେ ବିଜେଡି ଓ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛି। ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ କହିଛନ୍ତି,“୧୦୦ ବର୍ଷର ବ୍ୟବସ୍ଥାରେ ସୁଧାର ପାଇଁ କେନ୍ଦ୍ର ସରକାର ଆଧୁନିକୀକରଣ ଓ ସୁରକ୍ଷା କଥା କହୁଛନ୍ତି। କଥା କଥାରେ କେନ୍ଦ୍ର ସରକାରଙ୍କ ତ୍ରୁଟି ଖୋଜିବା ଓଡ଼ିଶା ସରକାରଙ୍କ କାମ ହୋଇଗଲାଣି। କେନ୍ଦ୍ରର ତ୍ରୁଟି ଖୋଜିବା କମ କରି ଓଡ଼ିଶାର ବିକାଶ ପାଇଁ ଚେଷ୍ଟା କଲେ ରାଜ୍ୟବାସୀ ଲାଭାନ୍ୱିତ ହୁଅନ୍ତେ।”

Related story