ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ୫ଟି ଗେଟ୍‌

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍ ଖୋଲିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ୫ଟି ଗେଟ୍ ଖୋଲାଯାଇଛି। ପରେ ଆଉ ୫ଟି ଗେଟ୍ ଖୋଲିବାର ଯୋଜନା ରହିଛି ବୋଲି ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି। ଜଳଭଣ୍ଡାରକୁ ସେକେଣ୍ଡ ପିଛା ୨ ଲକ୍ଷ ୯୬ ହଜାର ୭ ଶହ ୪୩ କ୍ୟୁସେକ ଜଳ  ପ୍ରବେଶ କରୁଥିବା ବେଳେ, ୩୯ ହଜାର ୯୫୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି। […]

sambalpur

  • Published: Thursday, 11 August 2022
  • , Updated: 11 August 2022, 04:27 PM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍ ଖୋଲିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ୫ଟି ଗେଟ୍ ଖୋଲାଯାଇଛି। ପରେ ଆଉ ୫ଟି ଗେଟ୍ ଖୋଲିବାର ଯୋଜନା ରହିଛି ବୋଲି ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି। ଜଳଭଣ୍ଡାରକୁ ସେକେଣ୍ଡ ପିଛା ୨ ଲକ୍ଷ ୯୬ ହଜାର ୭ ଶହ ୪୩ କ୍ୟୁସେକ ଜଳ  ପ୍ରବେଶ କରୁଥିବା ବେଳେ, ୩୯ ହଜାର ୯୫୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଏବେ ଜଳଭଣ୍ଡାରରେ ଜଳସ୍ତର ୬୧୨ ଦଶମିକ ୪୭ ଫୁଟ୍ ରହିଛି। ଗେଟ୍ ଖୋଲିବା ପୂର୍ବରୁ ସକାଳ ୯ଟା ୩୦ରୁ ସାଇରନ୍ ବଜାଇ ତଳମୁଣ୍ଡ ଲୋକଙ୍କୁ ସତର୍କ କରାଯାଇଥିଲା।

ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି, ମହାନଦୀ ଉପମୁଣ୍ଡରେ ବର୍ଷାର ପରିମାଣ ବଢ଼ିଥିବାରୁ ସରାଡିହରେ ସକାଳ ୬ଟା ସୁଦ୍ଧା ୪ଲକ୍ଷ କ୍ୟୁସେକ୍‌ ଜଳ ଜଳଭଣ୍ଡାର ମଧ୍ୟକୁ ଆସିଛି। ତାକୁ ଦୃଷ୍ଟିରେ ରଖି ଆଜିଠାରୁ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବା ଆରମ୍ଭ କରିବୁ। ଆଜି ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍‌ ଖୋଲିବୁ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଗେଟ୍‌ ଖୋଲିବୁ। ମୋଟ ଉପରେ ୧୦ଟି ଗେଟ୍‌ ହୀରାକୁଦ ଜଳଭଣ୍ଡାରରୁ ଖୋଲାଯିବ। ପରେ ଜଳସ୍ତର ଦେଖି ହୀରାକୁଦ ଜଳଭଣ୍ଡାରରେ ଗେଟ୍‌ ଗୁଡ଼ିକ ଖୋଲାଯିବ।

Related story