ହୀରାକୁଦ ଜଳ ଭଣ୍ଡାରରୁ ନାବାଳିକା ଉଦ୍ଧାର

ଲଖନପୁର: ଆଜି ସକାଳେ ହୀରାକୁଦ ଜଳ ଭଣ୍ଡାରରୁ ଦୁଇ ଜଣ ମତ୍ସ୍ୟଜୀବୀ ଜଣେ ନାବାଳିକାକୁ ଉଦ୍ଧାର କରି ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍‌ ସମ୍ପୃକ୍ତ ନାବାଳିକାକୁ ଲଖନପୁର ଡାକ୍ତରଖାନାରେ ଭର୍ତ୍ତି କରିଛି। ଗତକାଲି ଛତିଶଗଡ଼ ରାଜ୍ୟର ସାଂରଗଡ଼ ଅଞ୍ଚଳର ଗୋଟିଏ ପରିବାର ପ୍ରସିଦ୍ଧ ଚନ୍ଦ୍ରବାହିନୀ ଶକ୍ତି ପୀଠକୁ ବୁଲିବା ପାଇଁ ଆସିଥିଲେ। ଏହି ସମୟରେ ମହାନଦୀରେ ନାବାଳିକାର ଗୋଡ଼ ଖସି ଯାଇଥିବାରୁ ସେ ଭାସି ଯାଇଥିଲା। ଆଜି ସକାଳେ ରେଙ୍ଗାଲି ଥାନା କୁଖମେଲ ଗାଁର ଦୁଇ ଜଣ […]

rescue-girl

Rakesh Mallick
  • Published: Wednesday, 14 September 2016
  • , Updated: 14 September 2016, 04:51 PM IST

ଲଖନପୁର: ଆଜି ସକାଳେ ହୀରାକୁଦ ଜଳ ଭଣ୍ଡାରରୁ ଦୁଇ ଜଣ ମତ୍ସ୍ୟଜୀବୀ ଜଣେ ନାବାଳିକାକୁ ଉଦ୍ଧାର କରି ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍‌ ସମ୍ପୃକ୍ତ ନାବାଳିକାକୁ ଲଖନପୁର ଡାକ୍ତରଖାନାରେ ଭର୍ତ୍ତି କରିଛି।

ଗତକାଲି ଛତିଶଗଡ଼ ରାଜ୍ୟର ସାଂରଗଡ଼ ଅଞ୍ଚଳର ଗୋଟିଏ ପରିବାର ପ୍ରସିଦ୍ଧ ଚନ୍ଦ୍ରବାହିନୀ ଶକ୍ତି ପୀଠକୁ ବୁଲିବା ପାଇଁ ଆସିଥିଲେ। ଏହି ସମୟରେ ମହାନଦୀରେ ନାବାଳିକାର ଗୋଡ଼ ଖସି ଯାଇଥିବାରୁ ସେ ଭାସି ଯାଇଥିଲା।

ଆଜି ସକାଳେ ରେଙ୍ଗାଲି ଥାନା କୁଖମେଲ ଗାଁର ଦୁଇ ଜଣ ମତ୍ସ୍ୟଜୀବୀ ହୀରାକୁଦ ଜଳ ଭଣ୍ଡାରକୁ ମାଛ ଧରିବାକୁ ଯାଇଥିବା ବେଳେ ନାବାଳିକାକୁ ଦେଖି ଉଦ୍ଧାର କରିଥିଲେ। ଆଶ୍ଚର୍ଯ୍ୟର ବିଷୟ ୫୦ କିମି ଦୂରରୁ ନାବାଳିକା ଜଣକ ଭାସି ଆସିଥିଲେ ମଧ୍ୟ ସେ ଜୀବିତ ଅଛି।

Related story