ଆଜି ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ପାଣି

ସମ୍ୱଲପୁର (ସଞ୍ଜୟ ଜେନା): ହୀରାକୁଦ ଡ୍ୟାମ୍‌ରୁ ଛଡ଼ାଯାଇଥିବା ବନ୍ୟାଜଳ ଆଜି ମୁଣ୍ଡଳି ଅତିକ୍ରମ କରିବ।  ତେବେ ଏହାଦ୍ୱାରା ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ମହାନଦୀର ଉପରମୁଣ୍ଡରେ ବର୍ଷା କମିବା ଫଳରେ କେବଳ ୧୦ଟି ଗେଟ୍‌ ଦେଇ ଏବେ ବନ୍ୟାଜଳ ଛଡ଼ାଯାଉଛି। ଗତ ଗୁରୁବାର ଦିନ ଜଳଭଣ୍ଡାରର ୨୦ଟି ଗେଟ୍‌ ଖୋଲା ଯାଇଥିଲା। ଡ୍ୟାମ୍‌ରେ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବାବେଳେ ଆଜି ସକାଳେ ଜଳପତ୍ତନ ୬୨୦.୧୯ […]

sambalpur

Jyoshna Pradhan
  • Published: Saturday, 17 August 2019
  • , Updated: 17 August 2019, 07:56 AM IST

ସମ୍ୱଲପୁର (ସଞ୍ଜୟ ଜେନା): ହୀରାକୁଦ ଡ୍ୟାମ୍‌ରୁ ଛଡ଼ାଯାଇଥିବା ବନ୍ୟାଜଳ ଆଜି ମୁଣ୍ଡଳି ଅତିକ୍ରମ କରିବ।  ତେବେ ଏହାଦ୍ୱାରା ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ମହାନଦୀର ଉପରମୁଣ୍ଡରେ ବର୍ଷା କମିବା ଫଳରେ କେବଳ ୧୦ଟି ଗେଟ୍‌ ଦେଇ ଏବେ ବନ୍ୟାଜଳ ଛଡ଼ାଯାଉଛି।

ଗତ ଗୁରୁବାର ଦିନ ଜଳଭଣ୍ଡାରର ୨୦ଟି ଗେଟ୍‌ ଖୋଲା ଯାଇଥିଲା। ଡ୍ୟାମ୍‌ରେ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବାବେଳେ ଆଜି ସକାଳେ ଜଳପତ୍ତନ ୬୨୦.୧୯ ଫୁଟ୍ ରହିଛି ।

୨୪ ଘଣ୍ଟା ଭିତରେ ବର୍ଷା ପରିମାଣ ହ୍ରାସ  ପାଇଥିବାରୁ ସବୁ ନଦୀର ଜଳସ୍ତର କମିଛି। ତେବେ ହୀରାକୁଦରୁ ଆସୁଥିବା ପାଣି ମୁଣ୍ଡଳିରେ ପହଞ୍ଚିଲେ ସେଠାରେ ୫ରୁ ସାଢେ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ।

Related story