ହୋଲଡିଂ ଟିକସ ରିହାତି ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୌରାଂଚଳରେ ଅଗ୍ରୀମ ଘର ଓ ସମ୍ପତ୍ତି ଟିକସ ଦେଉଥିବା ଲୋକଙ୍କ ନିମନ୍ତେ ରିହାତି ବ୍ୟବସ୍ଥାକୁ ରାଜ୍ୟ ସରକାର ଆସନ୍ତା ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କରୋନା ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ସରକାର ଏହି ରିହାତି ବ୍ୟବସ୍ଥା କରିଛନ୍ତି। ରାଜ୍ୟର ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନଏସିରେ ବସବାସ କରୁଥିବା […]

maxresdefault-1

Tapas Behera
  • Published: Thursday, 09 July 2020
  • , Updated: 09 July 2020, 06:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୌରାଂଚଳରେ ଅଗ୍ରୀମ ଘର ଓ ସମ୍ପତ୍ତି ଟିକସ ଦେଉଥିବା ଲୋକଙ୍କ ନିମନ୍ତେ ରିହାତି ବ୍ୟବସ୍ଥାକୁ ରାଜ୍ୟ ସରକାର ଆସନ୍ତା ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କରୋନା ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ସରକାର ଏହି ରିହାତି ବ୍ୟବସ୍ଥା କରିଛନ୍ତି।

ରାଜ୍ୟର ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନଏସିରେ ବସବାସ କରୁଥିବା ଲୋକଙ୍କ ପାଇଁ ଅଗ୍ରମୀ ଘର ଓ ସମ୍ପତ୍ତି ଟିକସ ପଇଠ କ୍ଷେତ୍ରରେ ମଇ ମାସ ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ଥିଲ।। ହେଲେ କରୋନା ପରିପ୍ରେକ୍ଷୀରେ ଅଧିକାଂଶ ଲୋକେ ଟିକସ ପଇଠ କରିପାରିନଥିବାରୁ ରାଜ୍ୟ ସରକାର ଏହି ମିଆଦ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ସହରାଞ୍ଚଳ ଲୋକେ ଉପକୃତ ହେବେ। କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଲୋକେ କିଭଳି ସହଜରେ ଟିକସ ପଇଠ କରିପାରିବେ ତାହା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ରିହାତି ଅବଧି ବୃଦ୍ଧି ଦ୍ୱାରା କରଦାତାମାନେ ଏହାର ଫାଇଦା ପାଇବା ସହିତ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

Related story