ହୋଲଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ବିଏମ୍‌ସିର ରେଡ ନୋଟିସ୍‌

ଭୁବନେଶ୍ୱର: ହୋଲଡିଂ ଟ୍ୟାକ୍ସ ଫାଙ୍କି ଥିବା ବ୍ୟକ୍ତିଙ୍କୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ରେଡ ନୋଟିସ୍‌ ଜାରି କରାଯାଇଛି। ୧୦,୦୦୦ରୁ ଅଧିକ ଟଙ୍କା ଦୀର୍ଘଦିନ ଧରି ହୋଲଡିଂ ଟ୍ୟାକ୍ସ ବାବାଦକୁ ପକାଇ ରଖିଥିବା ବ୍ୟକ୍ତିଙ୍କୁ ଏହି ନୋଟିସ୍‌ କରାଯାଇଛି। ନାଲି ଅକ୍ଷରରେ ଲେଖାଯାଇଥିବା ଏହି ନୋଟିସ୍‌ ସ୍ପିଡ ପୋଷ୍ଟରେ ବ୍ୟବସାୟୀକ ପ୍ରତିଷ୍ଠାନ ଓ ଗୃହ ମାଲିକଙ୍କ ପାଖକୁ ପଠାଯାଇଛି। ନିର୍ଦ୍ଧାରିତ ସମୟରେ ବକେୟା ଅର୍ଥ ପୈଠ ନ କଲେ ମାମଲା ଓ ପରେ ସମ୍ପତ୍ତି ବାଜ୍ୟାପ୍ତି […]

holding

Rakesh Mallick
  • Published: Tuesday, 24 January 2017
  • , Updated: 24 January 2017, 07:10 PM IST

ଭୁବନେଶ୍ୱର: ହୋଲଡିଂ ଟ୍ୟାକ୍ସ ଫାଙ୍କି ଥିବା ବ୍ୟକ୍ତିଙ୍କୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ରେଡ ନୋଟିସ୍‌ ଜାରି କରାଯାଇଛି। ୧୦,୦୦୦ରୁ ଅଧିକ ଟଙ୍କା ଦୀର୍ଘଦିନ ଧରି ହୋଲଡିଂ ଟ୍ୟାକ୍ସ ବାବାଦକୁ ପକାଇ ରଖିଥିବା ବ୍ୟକ୍ତିଙ୍କୁ ଏହି ନୋଟିସ୍‌ କରାଯାଇଛି। ନାଲି ଅକ୍ଷରରେ ଲେଖାଯାଇଥିବା ଏହି ନୋଟିସ୍‌ ସ୍ପିଡ ପୋଷ୍ଟରେ ବ୍ୟବସାୟୀକ ପ୍ରତିଷ୍ଠାନ ଓ ଗୃହ ମାଲିକଙ୍କ ପାଖକୁ ପଠାଯାଇଛି। ନିର୍ଦ୍ଧାରିତ ସମୟରେ ବକେୟା ଅର୍ଥ ପୈଠ ନ କଲେ ମାମଲା ଓ ପରେ ସମ୍ପତ୍ତି ବାଜ୍ୟାପ୍ତି କରାଯିବାକୁ ନୋଟିସ୍‌ରେ ଚେତାବନୀ ଦିଆଯାଇଛି।

ବିଏମ୍‌ସି ପ୍ରସ୍ତୁତ କରିଥିବା ୧୦୦୦ ହୋଲଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୯୨ ଜଣଙ୍କୁ ଏହି ରେଡ ନୋଟିସ୍‌ କରାଯାଇଛି। ବକେୟା ଅର୍ଥ ପୈଠ କରିବାକୁ ଏମାନଙ୍କୁ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି।

ଏଥିପାଇଁ ଭୁବନେଶ୍ୱରର ୩ଟି ଜୋନର ଜୋନାଲ ଅଫିସରଙ୍କୁ ସାର୍ଟିଫିକେଟ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି।

Related story