ହୋଲ୍ଡିଂ ଟ୍ୟାକ୍ସ ବାକି: ତାଲିକାରେ ଶ୍ରୀମନ୍ଦିର ପରିଚାଳନା କମିଟି , ବିଏସ୍ଏନଏଲ ଓ ତାରକା ହୋଟେଲ

ପୁରୀ(ଓଡ଼ିଶା ରିପୋର୍ଟର):ହୋଲ୍ଡିଂ ଟ୍ୟାକ୍ସ ନେଇ ଆସିଛି ଗୁରୁତର ଅଭିଯୋଗ। କୋଟିଏରୁ ଅଧିକ ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ବାକି ରଖିଥିବା ତାଲିକାରେ ଅଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି, ବିଏସ୍.ଏନ.ଏଲ, ତାରକା ହୋଟେଲ, ଲଜିଂ ଓ ରେଷ୍ଟୁରାଣ୍ଟ । ଏ ସମସ୍ତ ଅନୁଷ୍ଠାନକୁ ପୁରୀ ପୌରସଂସ୍ଥା ପକ୍ଷରୁ ନୋଟିସ ଜାରି କରାଯାଇଛି।  ନୋଟିସ ଜାରି ହୋଇଥିବା ଅନୁଷ୍ଠାନକୁ ୭ଦିନ ମହଲତ ଦିଆଯାଇଛି । ହୋଲ୍ଡିଂ ଟ୍ୟାକ୍ସ ପୈଠ ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୌରସଂସ୍ଥାର କାର୍ଯ୍ୟ […]

980

980

Tapas Behera
  • Published: Saturday, 16 March 2019
  • Updated: 16 March 2019, 06:31 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର):ହୋଲ୍ଡିଂ ଟ୍ୟାକ୍ସ ନେଇ ଆସିଛି ଗୁରୁତର ଅଭିଯୋଗ। କୋଟିଏରୁ ଅଧିକ ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ବାକି ରଖିଥିବା ତାଲିକାରେ ଅଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି, ବିଏସ୍.ଏନ.ଏଲ, ତାରକା ହୋଟେଲ, ଲଜିଂ ଓ ରେଷ୍ଟୁରାଣ୍ଟ । ଏ ସମସ୍ତ ଅନୁଷ୍ଠାନକୁ ପୁରୀ ପୌରସଂସ୍ଥା ପକ୍ଷରୁ ନୋଟିସ ଜାରି କରାଯାଇଛି।  ନୋଟିସ ଜାରି ହୋଇଥିବା ଅନୁଷ୍ଠାନକୁ ୭ଦିନ ମହଲତ ଦିଆଯାଇଛି । ହୋଲ୍ଡିଂ ଟ୍ୟାକ୍ସ ପୈଠ ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୌରସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀ ।

ପୁରୀ ପୌର ସଂସ୍ଥାର ବାକି ପଡ଼ିଛି କୋଟିଏରୁ ଅଧିକ ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ।  ସହରର ଶତାଧିକ ହୋଟେଲ, ରେଷ୍ଟୁରାଣ୍ଟ, ଲଜିଂ ଦେଇ ନାହାନ୍ତି କର ।  ଟ୍ୟାକ୍ସ ଦେଇନଥିବା ତାଲିକାରେ ରହିଛି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି।  ବର୍ଷ ବର୍ଷ ଧରି ହୋଲ୍ଡିଂ ଟ୍ୟାକ୍ସ ବାକି ପଡ଼ିଥିଲେ ବି ପ୍ରଶାସନର ନିଘା ନାହିଁ ।  ସେହିପରି ହୋଟେଲ ସୋନାଲି,  ହୋଟେଲ ସିଗଲ, ରେଣୁକା ଭବନ, ଇ-୨୪ ହସପିଟାଲ,ଏପରିକି ବହୁଚର୍ଚ୍ଚିତ ଏମାର ମଠ ନାଁରେ ମଧ୍ୟ ୭ଲକ୍ଷ ୮୭ ହଜାର ୬୪୦ ଟଙ୍କା ଟ୍ୟାକ୍ସ ବାକି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos