ପିପିଲି ଭୋଟ୍ ପାଇଁ ସରକାରୀ ଅଫିସ୍ ଓ କୋର୍ଟ ଛୁଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ୩୦ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ୍ ଓ କୋର୍ଟ ଛୁଟି ରହିବ। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ଆସନ୍ତା ୩୦ ତାରିଖରେ ପିପିଲିରେ ଭୋଟ୍ ଗ୍ରହଣ ହେବାକୁ ଥିବାରୁ ସେହିଦିନ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ସରକାରୀ ଅଫିସ୍ ଓ ମାଜିଷ୍ଟ୍ରେଟ୍ କୋର୍ଟକୁ ରାଜ୍ୟ ସରକାର ଛୁଟି ଘୋଷଣା […]

pipili

Ordigital Desk
  • Published: Tuesday, 28 September 2021
  • , Updated: 28 September 2021, 09:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ୩୦ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ୍ ଓ କୋର୍ଟ ଛୁଟି ରହିବ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ଆସନ୍ତା ୩୦ ତାରିଖରେ ପିପିଲିରେ ଭୋଟ୍ ଗ୍ରହଣ ହେବାକୁ ଥିବାରୁ ସେହିଦିନ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ସରକାରୀ ଅଫିସ୍ ଓ ମାଜିଷ୍ଟ୍ରେଟ୍ କୋର୍ଟକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଯାହାଫଳରେ ଏସବୁ ସରକାରୀ ଅଫିସ୍ ଓ କୋର୍ଟରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନେ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Related story