ନିୟମ ମାନିଲେନି ମଦ ଦୋକାନୀ, ମାତିଲେ ରାଜଧାନୀ ମଦୁଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନଲାଇନରେ ମଦ ବିକ୍ରି ହେବ ବୋଲି ସରକାର କରିଥିବା ନିୟମକୁ ଆଜି ସକାଳୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ ମଦ ଦୋକାନୀ । ଦୋକାନ ଖୋଲି ଅଫ୍‌ଲାଇନ୍‌ରେ ମଦ ବିକ୍ରି ହେବା ମାତ୍ରେ ସାମାଜିକ ଦୂରତାକୁ ଫୁ କରି  ପୁଲିସ ଉପସ୍ଥିତିରେ ପେଟି ପେଟି ମଦ ବୋହି ନେଇଗଲେ ଗ୍ରାହକ । ତେବେ ମଦ ବ୍ୟବସାୟୀ ସଂଘ ସହ ବୈଠକ ପରେ ଅନ୍‌ଲାଇନ୍ ନିୟମ ପାଳନ ପାଇଁ ପଦକ୍ଷେପ ନେଇଛି ପୁଲିସ ଓ ଅବକାରୀ ବିଭାଗ। […]

nbv-1

Tapas Behera
  • Published: Monday, 25 May 2020
  • , Updated: 25 May 2020, 09:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନଲାଇନରେ ମଦ ବିକ୍ରି ହେବ ବୋଲି ସରକାର କରିଥିବା ନିୟମକୁ ଆଜି ସକାଳୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ ମଦ ଦୋକାନୀ । ଦୋକାନ ଖୋଲି ଅଫ୍‌ଲାଇନ୍‌ରେ ମଦ ବିକ୍ରି ହେବା ମାତ୍ରେ ସାମାଜିକ ଦୂରତାକୁ ଫୁ କରି  ପୁଲିସ ଉପସ୍ଥିତିରେ ପେଟି ପେଟି ମଦ ବୋହି ନେଇଗଲେ ଗ୍ରାହକ । ତେବେ ମଦ ବ୍ୟବସାୟୀ ସଂଘ ସହ ବୈଠକ ପରେ ଅନ୍‌ଲାଇନ୍ ନିୟମ ପାଳନ ପାଇଁ ପଦକ୍ଷେପ ନେଇଛି ପୁଲିସ ଓ ଅବକାରୀ ବିଭାଗ।

ସକାଳ ୭ ଟା  ରାଜଧାନୀରେ ମଦ ଦୋକାନ ଖୋଲୁ ଖୋଲୁ ଲାଗିଗଲା ଗ୍ରାହକଙ୍କ ଗହଳି । ଦୁଇ ମାସ ପରେ ଦୋକାନ ଖୋଲିଥିବାରୁ ଆତୁରିଆ ହୋଇ କିଏ କିଏ ତ ପୁରା ପେଟି ପେଟି କିଣି ନେଇଗଲେ।  ସାଇକେଲ, ସ୍କୁଟି, ମୋଟର ସାଇକେଲ ଯିଏ ଯେଉଁଥିରେ ପାଇଲେ ବୋହିଲେ। ଚାଲିଲା ବେଧଡକ ମଦ ବିକ୍ରିା ଆଧାର କାର୍ଡ ଧରି ଦୋକାନ ଆଗରେ ଲମ୍ବା ଲାଇନ ଲଗାଇଲେ ଗ୍ରାହକ। ସାମାଜିକ ଦୂରତ୍ୱ ନିୟମ ବି ମାଟିରେ ମିଶିଲା।

ତେବେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସକ୍ରିୟ ହେଲା ପୁଲିସ ଓ ଅବକାରୀ ବିଭାଗ।  କାଉଣ୍ଟର ଆଗରୁ ଗହଳି ହଟାଇବାକୁ ଦୋକାନରୁ ଦୋକାନ ଚକ୍କର କାଟିଲା ପୁଲିସ।  ଗହଳି କରୁଥିବା ଲୋକଙ୍କୁ ଦୋକାନ ଆଗରୁ ଘଉଡ଼ାଇଲା, ଗାଡି ସିଜ୍ କଲା । ପରେ ମଦ ବ୍ୟବସାୟୀ ସଂଘ ସହ ବୈଠକ ବି କଲା ପୁଲିସ। ବୈଠକ ପରେ ବ୍ୟବସାୟୀ ସଂଘ କହିଲା, ଦୋକାନ ନୁହେଁ ଅନଲାଇନରେ ହିଁ ମଦ ବିକ୍ରି ହେବ। କିନ୍ତୁ ଆମକୁ ସୁରକ୍ଷା ଦରକାର। କଟକରେ ବି ଅନୁରୂପ ବୈଠକ ହେଲ॥ ହେଲେ ବ୍ୟବସାୟୀ ସଂଘ କିନ୍ତୁ ସ୍ବିଗି ଓ ଜମାଟୋ ଦ୍ୱାରା ହୋମ ଡେଲିଭରୀ ବ୍ୟବସ୍ଥାକୁ ବିରୋଧ କଲେ । ଶେଷରେ ଦୋକାନ ଆଗରେ ଲାଗିଥିବା ମୋବାଇଲ ନମ୍ବରରେ ବୁକିଂ ହେବା ପରେ ନିଜ ଡେଲିଭରୀ ବୟଙ୍କ ମାଧ୍ୟମରେ ଗ୍ରାହକଙ୍କ ଘରେ ପହଞ୍ଚିଲା ମଦ।

 

Related story