ଘରକୁ ଫେରୁଥିଲେ ହୋମଗାର୍ଡ, ପିଟି ଦେଲା ବାଇକ୍‌

ରେଢାଖୋଲ(ରମାନନ୍ଦ ମହାକୁଡ): ବାଟରେ ଜଗି ବସିଥିଲା ମୃତ୍ୟୁ। ସବୁ ଦିନ ପରି ଡ୍ୟୁଟି ସାରି ବିଳମ୍ବିତ ରାତିରେ ଘରକୁ ଫେରିବା ବାଟରେ ଘଟିଗଲା ଅଘଟଣ। ଏକ ବାଇକ୍‌ ପିଟିଦେବାରୁ ଘଟଣାସ୍ଥଳରେ ହିଁ  ଆଖି ବୁଜିଲେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନାର ହୋମଗାର୍ଡ ସୁମିଦ ସେଠ । ସୂଚନା ଅନୁଯାୟୀ, ଡ୍ୟୁଟି ସାରି ଗତ ରାତିରେ ହୋମଗାର୍ଡ ସୁମିଦ ସେଠ  ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ମାତ୍ର ୫୫ ନମ୍ବର ଜାତୀୟ ରାଜପଥ ଯୁଯୁମୁରା ନିକଟରେ ସାମ୍ନା ପଟୁ […]

accident

Niharika Rout
  • Published: Friday, 01 October 2021
  • , Updated: 01 October 2021, 08:15 AM IST

ରେଢାଖୋଲ(ରମାନନ୍ଦ ମହାକୁଡ): ବାଟରେ ଜଗି ବସିଥିଲା ମୃତ୍ୟୁ। ସବୁ ଦିନ ପରି ଡ୍ୟୁଟି ସାରି ବିଳମ୍ବିତ ରାତିରେ ଘରକୁ ଫେରିବା ବାଟରେ ଘଟିଗଲା ଅଘଟଣ। ଏକ ବାଇକ୍‌ ପିଟିଦେବାରୁ ଘଟଣାସ୍ଥଳରେ ହିଁ  ଆଖି ବୁଜିଲେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନାର ହୋମଗାର୍ଡ ସୁମିଦ ସେଠ ।

ସୂଚନା ଅନୁଯାୟୀ, ଡ୍ୟୁଟି ସାରି ଗତ ରାତିରେ ହୋମଗାର୍ଡ ସୁମିଦ ସେଠ  ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ମାତ୍ର ୫୫ ନମ୍ବର ଜାତୀୟ ରାଜପଥ ଯୁଯୁମୁରା ନିକଟରେ ସାମ୍ନା ପଟୁ ଦ୍ରୁତ ଗତିରେ ଅନ୍ୟ ଏକ ବାଇକ୍ ଆସୁଥିଲା। ଏହି ସମୟରେ ଉକ୍ତ ବାଇକ୍‌ଟି ସୁମିଦଙ୍କ ବାଇକ୍‌କୁ ଧକ୍କା ଦେବାରୁ ସେ ଛିଟିକି ପଡ଼ିଥିଲେ।

ସ୍ଥାନୀୟ ଲୋକଙ୍କଠାରୁ  ଖବର ପାଇ  ଯୁଯୁମୁରା ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସୁମିଦଙ୍କୁ ଯୁଯୁମୁରା ମେଡିକାଲ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ବାଇକ୍‌ ଚାଳକଙ୍କ ସମ୍ପର୍କରେ କିଛି ପତ୍ତା ମିଳିପାରିନି । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story