ଲୋକ ଲଜ୍ଜା ଭୟରେ ନାତୁଣୀକୁ ମାରି ପୋତି ଦେଲା ଆଈ

ଅନୁଗୋଳ: ଲୋକ ଲଜ୍ଜାରୁ ବଞ୍ଚିବା ପାଇଁ ଅନୁଗୋଳରେ ଜଣେ ମହିଳା ତାଙ୍ଅକ ନାତୁଣୀକୁ ହତ୍ନୟା କରି ପୋତି ଦେଇଥିବା ହୋଇଛି। ମହିଳାଙ୍କ ଝିଅ କୁମାରୀ ମାଆ ହୋଇଥିବାରୁ ସେ ଏପିର କାଣ୍ଡ ଘଟାଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ମହୁଲବୁରି ଗାଁର କରିଶ୍ମା (ଛଦ୍ମନାମ)ଙ୍କ ଝିଅ ବାହା ହୋଇ ନଥିଲେ। ମାତ୍ର କିଛିଦିନ ତାଙ୍କ ଝିଅ ଏକ ପିଲା ଜନ୍ମ ଦେଇଥିଲେ।ଏହାକୁ ନେଇ […]

angul-anur killing

angul-anur killing

Rakesh Mallick
  • Published: Wednesday, 12 July 2017
  • Updated: 12 July 2017, 01:10 PM IST

Sports

Latest News

ଅନୁଗୋଳ: ଲୋକ ଲଜ୍ଜାରୁ ବଞ୍ଚିବା ପାଇଁ ଅନୁଗୋଳରେ ଜଣେ ମହିଳା ତାଙ୍ଅକ ନାତୁଣୀକୁ ହତ୍ନୟା କରି ପୋତି ଦେଇଥିବା ହୋଇଛି। ମହିଳାଙ୍କ ଝିଅ କୁମାରୀ ମାଆ ହୋଇଥିବାରୁ ସେ ଏପିର କାଣ୍ଡ ଘଟାଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ମହୁଲବୁରି ଗାଁର କରିଶ୍ମା (ଛଦ୍ମନାମ)ଙ୍କ ଝିଅ ବାହା ହୋଇ ନଥିଲେ। ମାତ୍ର କିଛିଦିନ ତାଙ୍କ ଝିଅ ଏକ ପିଲା ଜନ୍ମ ଦେଇଥିଲେ।ଏହାକୁ ନେଇ କରିଶ୍ମା ଚିନ୍ତିତ ହୋଇପଡ଼ି ଥିଲେ। ଲୋକ ଲଜ୍ଜାରୁ ବର୍ତ୍ତିବା ପାଇଁ ଶିଶୁର ତଣ୍ଟି ଚିପି ହତ୍ୟା କରି ମାଟି ତଳେ ପୋତି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ସ୍ୱେଚ୍ଛାସେବୀ କର୍ମୀ ଏନେଇ ଅନୁଗୋଳ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ସାଇଣ୍ଟିଫିକ୍‌ ଟିମ୍‌ ସହ ଗାଁରେ ପହଞ୍ଚି ପୋତାଯାଇଥିବା ଶିଶୁର ଦେହବଶେଷ ଉଦ୍ଧାର କରିଛି।

ଅନୁଗୋଳ ଆଇଆଇସି ସୁବାଶ ଚନ୍ଦ୍ର ସାହୁ କହିଛନ୍ତି- “ଅଭିଯୋଗ ପାଇବା ପରେ ଘଟଣାସ୍ଥଳରୁ ଗାତ ଖୋଳି ହାଡ, ଖପୁର ଜବତ କରିଛୁ। ଶିଶୁଟି ପୁଅ କି ଝିଅ ଜଣାପଡ଼ୁନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos