ମହିଳା ପର୍ଯ୍ୟଟକ ଗାଧୋଉଥିବା ବେଳେ ଭିଡିଓ କରୁଥିଲେ ହୋଟେଲ କର୍ମଚାରୀ

ପୁରୀ (ଓଡ଼ିଶା ରିପୋର୍ଟର): ହୋଟେଲ୍ ବାଥ୍‌ରୁମ୍‌ରେ ଜଣେ ମହିଳା ପର୍ଯ୍ୟଟକ ଗାଧୋଉଥିବା ବେଳେ ତାଙ୍କର ଭିଡିଓ ଉତ୍ତୋଳନ କରି ଜଣେ ହାଉସ୍‌କିପିଂ କର୍ମଚାରୀ ଗିରଫ ହୋଇଛନ୍ତି। ପୁରୀର ହରିହର ଛକ ନିକଟସ୍ଥ ଡି କେ ହୋଟେଲ୍‌ରେ ରବିବାର ଏହି ଘଟଣା ଘଟିଥିବା ବେଳେ ପୁଲିସ୍ ସୋମବାର ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାଁ ବିପ୍ଳବ ମିତ୍ର। ପୁଲିସ୍‌କୁ ଦେଇଥିବା ଏଫ୍‌ଆଇଆର୍‌ରେ ମହିଳା ଜଣଙ୍କ ଲେଖିଛନ୍ତି ଯେ ସେ ସୁନ୍ଦରଗଡ଼ ଜିଲ୍ଲାର। ଶନିବାର ଦିନ ସେ ତାଙ୍କ […]

Bathing

Bathing

Jitendra Garnayak
  • Published: Tuesday, 14 December 2021
  • Updated: 14 December 2021, 03:35 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ହୋଟେଲ୍ ବାଥ୍‌ରୁମ୍‌ରେ ଜଣେ ମହିଳା ପର୍ଯ୍ୟଟକ ଗାଧୋଉଥିବା ବେଳେ ତାଙ୍କର ଭିଡିଓ ଉତ୍ତୋଳନ କରି ଜଣେ ହାଉସ୍‌କିପିଂ କର୍ମଚାରୀ ଗିରଫ ହୋଇଛନ୍ତି। ପୁରୀର ହରିହର ଛକ ନିକଟସ୍ଥ ଡି କେ ହୋଟେଲ୍‌ରେ ରବିବାର ଏହି ଘଟଣା ଘଟିଥିବା ବେଳେ ପୁଲିସ୍ ସୋମବାର ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାଁ ବିପ୍ଳବ ମିତ୍ର।

ପୁଲିସ୍‌କୁ ଦେଇଥିବା ଏଫ୍‌ଆଇଆର୍‌ରେ ମହିଳା ଜଣଙ୍କ ଲେଖିଛନ୍ତି ଯେ ସେ ସୁନ୍ଦରଗଡ଼ ଜିଲ୍ଲାର। ଶନିବାର ଦିନ ସେ ତାଙ୍କ ପରିବାର ଲୋକଙ୍କ ସହିତ ଆସି ହୋଟେଲ୍‌ରେ ରହିଥିଲେ। ରବିବାର ଅପରାହ୍ଣରେ ସେ ହୋଟେଲ୍ ବାଥ୍‌ରୁମ୍‌ରେ ଗାଧୋଉ ଥିବା ବେଳେ ଭେଣ୍ଟିଲେସନ୍‌ ୱିଣ୍ଡୋ ନିକଟରେ ଏକ ମୋବାଇଲ୍ ଫୋନ୍ ଥିବା ଦେଖିବାକୁ ପାଇଥିଲେ। ଏହା ପରେ ସେ ତତ୍‌କ୍ଷଣାତ୍ ବାଥ୍‌ରୁମ୍‌ରୁ ବାହାରି ଆସି ଦେଖିଥିଲେ ଯେ ଜଣେ ହୋଟେଲ୍ କର୍ମଚାରୀ ଏକ ସେଲ୍‌ଫି ଷ୍ଟିକ୍ ଜରିଆରେ ମୋବାଇଲ୍ ଫୋନ୍‌ରେ ଭିଡିଓ ଉତ୍ତୋଳନ କରୁଛନ୍ତି। ସେ ଉକ୍ତ କର୍ମଚାରୀଙ୍କ ଠାରୁ ମୋବାଇଲ୍ ଛଡ଼ାଇ ନେଇଥିଲ ଓ ଭିଡିଓ ଗୁଡ଼ିକୁ ଡିଲିଟ୍ କରି ଦେଇଥିଲେ। ସେ ଘଟଣା ସଂପର୍କରେ ହୋଟେଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ଅଭିଯୁକ୍ତ ବିପ୍ଳବଙ୍କ ମୋବାଇଲ୍ ଫୋନ୍‌ରେ ଅନ୍ୟ ମହିଳାଙ୍କ ଭିଡିଓ ଥିବା ଅଭିଯୋଗ କରିଛନ୍ତି ଏହି ମହିଳା ପର୍ଯ୍ୟଟକ। ଏମିତିକି ଏଥିରେ ହୋଟେଲ୍‌ର ଅନ୍ୟ ବରିଷ୍ଠ କର୍ମଚାରୀଙ୍କର ମଧ୍ୟ ହାତ ରହିଥିବା ସେ ଅଭିଯୋଗ କରିଛନ୍ତି। ତେବେ ଡି କେ ହୋଟେଲ ପକ୍ଷରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି। ହୋଟେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ ତାଙ୍କର କୌଣସି କର୍ମଚାରୀଙ୍କୁ ଏମିତି କାମ କରିବାକୁ ଉତ୍ସାହିତ କରାଯାଏ ନାହିଁ। ତାଙ୍କ ହୋଟେଲ୍‌ରେ ସବୁବେଳେ ଅତିଥିଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଏ।

ପୁରୀ ହୋଟେଲ୍ ଆସୋସିଏନ୍‌ ପକ୍ଷରୁ ଏଭଳି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ସମସ୍ତ ହୋଟେଲ ସେମାନଙ୍କ ଅତିଥିଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଚିତ୍‌ ବୋଲି ଆସୋସିଏସନ୍ ପକ୍ଷରୁ କୁହାଯାଇଛି।

ପୁରୀ ଏସ୍‌ପି କେ. ବିଶାଲ ସିଂହ କହିଛନ୍ତି, ଏହି ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତକୁ ଗିରଫ କରାଯାଇଛି। ଆଗକୁ ଯେମିତି ଏଭଳି ଘଟଣା ଘଟିବ ନାହିଁ, ସେ ଦିଗରେ ଆମେ କାର୍ଯ୍ୟ କରିବୁ। ହୋଟେଲ ଆସୋସିଏସନ ସହିତ ଆମେ ଯୋଗାଯୋଗରେ ଅଛୁ। ସେମାନେ ବି ସହଯୋଗ କରୁଛନ୍ତି। ସେମାନେ ତାଙ୍କ ଆଡ଼ୁ କର୍ମଚାରୀମାନଙ୍କୁ ଏ ସଂପର୍କରେ ସଚେତନ କରାଉଛନ୍ତି। ଆମେ ବି ଏ ଦିଗରେ ପଦକ୍ଷେପ ନେବୁ। ହୋଟେଲ କର୍ମଚାରୀଙ୍କୁ ସଚେତନ କରାଇବୁ।

ସୂଚନାଯୋଗ୍ୟ, ଗତ ୬ ତାରିଖରେ ସମାନ ଧରଣର ଅଭିଯୋଗ କରିଥିଲେ ଗୁଜରାଟରୁ ଆସିଥିବା ଜଣେ ମହିଳା। ସେ ଚନ୍ଦ୍ରଭାଗାରେ ସମୁଦ୍ରକୂଳ ନିକଟରେ ଏକ ଟଏଲେଟ୍ କମ୍ପ୍ଲେକ୍ସରେ ଗାଧୋଉଥିବା ବେଳେ ଜଣେ ବ୍ୟକ୍ତି ମୋବାଇଲ୍‌ରେ ତାଙ୍କର ଭିଡିଓ ଉତ୍ତୋଳନ କରୁଥିବା ନେଇ କୋଣାର୍କ ଥାନାରେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story