ବରକୁ ଉଠାଇ ନେଲା ପୁଲିସ, ମେ’ଫେୟାର ହୋଟେଲ ସିଲ୍

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ଗୋପାଳପୁର ହୋଟେଲ ମେ’ ଫେୟାରରେ ବିବାହ ଉତ୍ସବ ବେଳେ କୋଭିଡ୍ କଟକଣା ଉଲ୍ଲଂଘନ ମାମଲାରେ ବର ସହ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ଗୋପାଳପୁର ପୁଲିସ ବର ସହ ତାଙ୍କ ବାପା, ବଡ଼ବାପା ଓ ୨ ଦାଦାଙ୍କୁ ଗିରଫ କରିଛି । ଏହାସହତ ମେ’ ଫେୟାର ହୋଟେଲକୁ ୭ ଦିନ ପାଇଁ ସିଲ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଜିଲ୍ଲାରେ କରୋନା ସାଂଘାତିକ ରୂପ ନେଉଥିବା ବେଳେ ଏପଟେ ବିବାହ ଉତ୍ସବରେ ନିୟମକୁ ବେଖାତିର […]

Untitled-4-1

Tapas Behera
  • Published: Saturday, 04 July 2020
  • , Updated: 04 July 2020, 09:48 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ଗୋପାଳପୁର ହୋଟେଲ ମେ’ ଫେୟାରରେ ବିବାହ ଉତ୍ସବ ବେଳେ କୋଭିଡ୍ କଟକଣା ଉଲ୍ଲଂଘନ ମାମଲାରେ ବର ସହ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ଗୋପାଳପୁର ପୁଲିସ ବର ସହ ତାଙ୍କ ବାପା, ବଡ଼ବାପା ଓ ୨ ଦାଦାଙ୍କୁ ଗିରଫ କରିଛି । ଏହାସହତ ମେ’ ଫେୟାର ହୋଟେଲକୁ ୭ ଦିନ ପାଇଁ ସିଲ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଜିଲ୍ଲାରେ କରୋନା ସାଂଘାତିକ ରୂପ ନେଉଥିବା ବେଳେ ଏପଟେ ବିବାହ ଉତ୍ସବରେ ନିୟମକୁ ବେଖାତିର କରିଥିବାରୁ ଏ ମାମଲାରେ କଠୋର ହୋଇଛି ଉଭୟ ପୁଲିସ ଓ ପ୍ରଶାସନ। ଗୁରୁବାର ମେ ଫେୟାର ହୋଟେଲରେ ଆୟୋଜିତ ଏକ ବିବାହ ଉତ୍ସବରେ ବହୁ ଲୋକେ ଏକାଠି ହୋଇଥିଲେ।

https://twitter.com/Ganjam_Admin/status/1279424011764547584?s=20

ତେବେ ବର ଶୋଭାଯାତ୍ରା ବେଳେ କେହି ସାମାଜିକ ଦୂରତା ନିୟମ ପାଳନ କରିନଥିବାର ଭିଡିଓ ଭାଇରାଲ ହୋଇଥିଲା ସେପଟେ ଏ ଘଟଣା ପରିପ୍ରେକ୍ଷୀରେ ଏଭଳି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କରୋନା କଟକଣା ଉଲ୍ଲଂଘନ ଘଟଣାରେ ବାହାଘର ଆୟୋଜିତ ଗୋପାଳପୁରର ହୋଟେଲ ମେଫେୟାର ସିଲ୍ କରାଯାଇଛି। ହୋଟେଲକୁ ୭ ଦିନ ପାଇଁ ସିଲ୍ କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ। ହୋଟେଲ ସିଲ୍ ସହ ୫ ଜଣଙ୍କୁ ଗିରଫ କଲା ଗୋପାଳପୁର ପୁଲିସ। ନିଜେ ବର ସହ ବାପା, ବଡ଼ବାପା ଓ ୨ ଦାଦା ଗିରଫ ହୋଇଛନ୍ତି।

Related story