ଆନନ୍ଦପୁର (ଓଡ଼ିଶା ରିପୋର୍ଟର): ହୋଟେଲ ମାଲିକଙ୍କ ଦବଙ୍ଗଗିରି। ୫ ଟଙ୍କା ପାଇଁ ପୁଅ ସହ ମିଶି ଜଣେ ଗ୍ରାହକଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଛନ୍ତି। ଆଉ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଅମାନବୀୟ ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ଘସିପୁରା ଥାନା ଅନ୍ତର୍ଗତ ଘସିପୁରା ବଜାରରେ।
ଅଭିଯୋଗ ଅନୁଯାୟୀ, ଘସିପୁରା ଲକ୍ଷ୍ମୀ ବଜାରରେ ଥିବା ଏକ ହୋଟେଲକୁ ଗ୍ରାହକ ଜଣଙ୍କ ଗତକାଲି ମଧ୍ୟାହ୍ନରେ ଖାଇବାକୁ ଯାଇଥିଲେ। ଖାଇବା ପରେ ମାଲିକ ୪୫ଟଙ୍କା ଦେବାକୁ ତାଙ୍କୁ କହିଥିଲେ। ହେଲେ ଗ୍ରାହକ ଜଣଙ୍କ ୪୦ଟଙ୍କା ଦେଇ ବାକି ଟଙ୍କା ପଛରେ ଦେବେ ବୋଲି କହିଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ପରେ ହୋଟେଲ ମାଲିକ ଓ ତାଙ୍କ ପୁଅ ମିଶି ଉକ୍ତ ଗ୍ରାହକଙ୍କୁ ସର୍ବସମ୍ମୁଖରେ ନିର୍ଦ୍ଧୁମ ପିଟିଥିଲେ।
ଗ୍ରାହକ ଜଣଙ୍କ ଏନେଇ ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ହୋଟେଲ୍ ମାଲିକଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଅଭିଯୁକ୍ତ ତାଙ୍କ ପୁଅ ଏଯାଏଁ ଧରାପଡ଼ି ନଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।