ଜିରୋନାଇଟ୍‌କୁ ସ୍ୱାଗତ ପାଉଁ ସବୁଠି ଉତ୍କଣ୍ଠା

Ordigital Desk
  • Published: Sunday, 31 December 2017
  • , Updated: 31 December 2017, 09:17 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରି ସରି ଆସୁଛି ବର୍ଷ ୧୭ ଆୟୁଷ। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ବଦଳିଯିବ ଦିନ, ମାସ ଆଉ ବର୍ଷ। ପୁରୁଣା ବଦଳରେ ସ୍ଥାନ ନେବ ନୂଆ କ୍ୟାଲେଣ୍ଡର। ଆସିବ ଇଂରାଜୀ ନବବର୍ଷ ୨୦୧୮। ନୂଆବର୍ଷକୁ ସ୍ୱାଗତ ପାଇଁ ସବୁଠି ଏବେ ପ୍ରସ୍ତୁତି। ସବୁଠି ଜିରୋ ନାଇଟ୍ ସେଲିବେ୍ରସନ୍&zwnj; ପାଇଁ ଉତ୍କଣ୍ଠା।</p> <p>ଆଉ କିଛି ଘଣ୍ଟା ପରେ କ୍ଲବଠାରୁ ଆରମ୍ଭ କରି ପବ୍, ହୋଟେଲ୍, ରେସ୍ତାରାଁରେ ସ୍ମୃତିଭିଜା ବର୍ଷକୁ ଝୁମି ଝୁମି ବିଦାୟ ଦେବାକୁ ସମସ୍ତେ ଏକାଠି ହେବେ। ଆଉ ବର୍ଷ ୧୮କୁ କରିବେ ସ୍ୱାଗତ। ଏଥିପାଇଁ ସବୁଠି ପ୍ରସ୍ତୁତି, ସବୁଠି ଉତ୍ସାହ...। ଝିକିମିକି ଆଲୋକମାଳାରେ ସଜେଇ ହୋଇଛନ୍ତି ସହର। ଧୁମ୍ ଧଡ଼ାକା ଡିଜେ ମ୍ୟୁଜିକ୍&zwnj;ର ତାଳେ ତାଳେ ମଉଜ୍ ମଜଲିସ୍&zwnj;ରେ ଡୁବିବାକୁ ସମସ୍ତେ ତୟାର। ମଝି ରାତିରେ ଗ୍ରାହକଙ୍କୁ ହାପି ନ୍ୟୁ ଇୟରର ମଜା ଚଖାଇବାକୁ ହୋଟେଲ୍ ଗୁଡ଼ିକରେ ବି ବ୍ୟାପକ ଆୟୋଜନ କରାଯାଇଛି।</p> <p>ରାଉରକେଲା ହେଉ କି ବ୍ରହ୍ମପୁର, ସମ୍ବଲପୁର ଅବା ବାଲେଶ୍ୱର। ସେଲିବ୍ରେସନ୍ ମୁହାଁ ସବୁ ସହର। ତେବେ ଜିରୋ ନାଇଟ୍ ସେଲିବ୍ରେସନ୍&zwnj;କୁ ଆଖି ଆଗରେ ରଖି କମିଶନରେଟ୍ ପୋଲିସ୍ ପକ୍ଷରୁ ଟୁଇନ୍&zwnj;ସିଟିରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଦୁଇ ସହରରେ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ସହ ସ୍ପର୍ଶକାତର ସ୍ଥାନ ଉପରେ କଡ଼ା ନଜର ରଖାଯାଇଛି।</p> <p>ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼। କିଏ ସୁରୁଖୁରୁରେ ବର୍ଷ ସରିଥିବାରୁ ମହାପ୍ରଭୁଙ୍କ କୃତଜ୍ଞତା ଜଣାଇବାକୁ ଆସିଛି ତ ଆଉ କିଏ ଯୋଜନା କରିଛି ଇଷ୍ଟଦେବଙ୍କ ଦର୍ଶନ ଓ ମହୋଦଧିରେ ବୁଡ଼ ଦେଇ ଆରମ୍ଭ କରିବ ନୂଆବର୍ଷ। ରାତି ସାଢ଼େ ଦୁଇଟାରୁ ଆରମ୍ଭ ହେବ ଶ୍ରୀଜୀଉଙ୍କ ଦର୍ଶନ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା।</p>

Related story