ବାତ୍ୟା ଆଶଙ୍କା ସତ୍ୱେ ବସିବ ଗୃହ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଭୟାବହ ବାତ୍ୟା ‘ତିତଲି’କୁ ନେଇ ପ୍ରଶାସନିକ ତତ୍ପରତା ଲାଗି ରହିଥିବାବେଳେ ଲୋକଙ୍କ ମଧ୍ୟରେ ଆଶଙ୍କା ଲାଗି ରହିଛି । ଏସବୁ ସତ୍ୱେ ଆଜି ବିଧାନସଭା ଗୃହ କମିଟି ବୈଠକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବ। ଗତକାଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏନେଇ ସୂଚନା ଦେଇଥିଲେ। ଶ୍ରୀ ମିଶ୍ର କହିଛନ୍ତି ଯେ, ଗୁରୁବାର ଗୃହ କମିଟିର ବୈଠକ ବସିବ। ଗୃହ କମିଟିର ସମସ୍ତ ସଦସ୍ୟ ବୈଠକରେ ଉପସ୍ଥିତ ହେବେ ବୋଲି […]

narasingh

narasingh

Jitendra Garnayak
  • Published: Thursday, 11 October 2018
  • Updated: 11 October 2018, 11:18 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଭୟାବହ ବାତ୍ୟା ‘ତିତଲି’କୁ ନେଇ ପ୍ରଶାସନିକ ତତ୍ପରତା ଲାଗି ରହିଥିବାବେଳେ ଲୋକଙ୍କ ମଧ୍ୟରେ ଆଶଙ୍କା ଲାଗି ରହିଛି । ଏସବୁ ସତ୍ୱେ ଆଜି ବିଧାନସଭା ଗୃହ କମିଟି ବୈଠକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବ।
ଗତକାଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏନେଇ ସୂଚନା ଦେଇଥିଲେ।

ଶ୍ରୀ ମିଶ୍ର କହିଛନ୍ତି ଯେ, ଗୁରୁବାର ଗୃହ କମିଟିର ବୈଠକ ବସିବ। ଗୃହ କମିଟିର ସମସ୍ତ ସଦସ୍ୟ ବୈଠକରେ ଉପସ୍ଥିତ ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଗୁରୁବାର ୧୧ଟା ବେଳେ ଅଭିଜିତ୍ ଆୟର ଗୃହ କମିଟି ଆଗରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି ଓ ସେ ଉପସ୍ଥିତ ହେବେ ବୋଲି ସେ ଆଶା କରୁଛନ୍ତି।

ଯଦି କୌଣସି କାରଣରୁ ସେ ଅନୁପସ୍ଥିତ ରୁହନ୍ତି ତା’ହେଲେ କ’ଣ ପଦକ୍ଷେପ ନିଆଯିବ ବୋଲି ପ୍ରଶ୍ନର ଉତ୍ତରରେ ସେ ଏବେଠୁ ଭବିଷ୍ୟବାଣୀ କରିବାକୁ ମନା କରିଦେଇଥିଲେ।

ସୂଚନାଯୋଗ୍ୟ, ଓଡ଼ିଶାର ବିଧାୟକମାନଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେବା କାରଣରୁ ଶ୍ରୀ ଆୟରଙ୍କୁ ଗୃହ କମିଟି ଆଗରେ ହାଜର ହେବା ପାଇଁ ନୋଟିସ ଜାରି ହୋଇଛି । ସେ ଓଡ଼ିଶା,କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସମ୍ପର୍କରେ ସୋଶାଲ ମିଡିଆରେ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ।

ସେପ୍ଟେମ୍ବର ୨୦ ତାରିଖରେ ପୁଲିସ ତାଙ୍କୁ ଗିରଫ କରିଥିଲା କିନ୍ତୁ ପରେ ସେ ଜାମିନରେ ଛାଡ଼ ପାଇଥିଲେ।ତାଙ୍କ ଗିରଫ ଉପରେ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଥିଲେ।  ମାତ୍ର ପରେ ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ଓଡ଼ିଶା ପୁଲିସର ଏକ ଟିମ୍ ଗତ ଦୁଇଦିନ ତଳେ ତାଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀରେ ଡେରା ପକାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos