କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମଠକରଗୋଳା ଗାଁର ଗରିବ ହିତାଧିକାରୀ ସସ୍ମିତା ଦାସଙ୍କ ନିର୍ମାଣାଧୀନ ଇନ୍ଦିରା ଅ।ବାସ ଘରକୁ ଗାଁର କଟକ ଅଞ୍ଚଳରେ ରାହୁଥିବା କିଛି ଲୋକ ଆସି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି ସସ୍ମିତା। ସେ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କୁ ସରକାରଙ୍କ ତରଫରୁ ଘର ଖଣ୍ଡିଏ ମିଳିଥିଲା। କିନ୍ତୁ ଘର କାମ ଚାଲିଥିବା ବେଳେ ହିଁ ଏହାକୁ ଅଧାରୁ ଭାଙ୍ଗି ଦେଇଛନ୍ତି କିଛି ଲୋକ। ଏ ସଂପର୍କରେ କାମାକ୍ଷାନଗର ଥାନା ଓ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ସସ୍ମିତା। ଗାଁ ଲୋକମାନେ କହିଛନ୍ତି, ଘର ଭାଙ୍ଗୁଥିବା ଲୋକଙ୍କୁ ମନା କରିବାରୁ ସେମାନେ ଅଧାରେ ଛାଡି ଚାଲି ଯାଇଥିଲେ। ଏ ନେଇ କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ କହିଛନ୍ତି, ପୋଲିସରେ ମାମଲା ହୋଇଛି। କେଉଁ କାରଣରୁ କିଛି ଲୋକ ସସ୍ମିତାଙ୍କ ଘରକୁ ଭାଙ୍ଗିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଏହା ଜାଗାବାଡ଼ି ଗଣ୍ଡଗୋଳ ବୋଲି ଅନୁମାନ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।