କେତେ ଭୟଙ୍କର ଏଭରେଷ୍ଟ ଆରୋହଣ, ୬୦ ବର୍ଷରେ ଗଲାଣି ୩୦୦ରୁ ଅଧିକ ଜୀବନ

ଭୁବନେଶ୍ୱର : ଏଭରେଷ୍ଟ ଶୃଙ୍ଗ ଯେ ଖାଲି ଦୁଃସାହସର ପ୍ରତୀକ ତାନୁହେଁ ଡେଥ୍ ଜୋନ୍ ଭାବେ ବି ପରିଚିତ। ଏଭରେଷ୍ଟ ଆରୋହଣରେ ଯାଇ ଗତ ୬୦ ବର୍ଷରେ ପ୍ରାଣ ହରାଇଲେଣି ୩୦୦ରୁ ଅଧିକ ପର୍ବତାରୋହୀ। କେବଳ ଚଳିତ ସିଜିନ୍‌ରେ ଗଲାଣି ୧୧ରୁ ଅଧିକ ଜୀବନ। କେମିତି ରହିଛି ପାଦେ ପାଦେ ବିପଦ, ତାକୁ ନେଇ ଏହି ରିପୋର୍ଟ। ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗରେ ପାଦ ରଖିବାର ଦୁର୍ବାର ଇଚ୍ଛା। କିନ୍ତୁ ପାଦେ ପାଦେ ଭୟ, ପାଦେ ପାଦେ ମୃତ୍ୟୁର […]

evv

evv

Tapas Behera
  • Published: Saturday, 01 June 2019
  • Updated: 01 June 2019, 09:28 PM IST

Sports

Latest News

ଭୁବନେଶ୍ୱର : ଏଭରେଷ୍ଟ ଶୃଙ୍ଗ ଯେ ଖାଲି ଦୁଃସାହସର ପ୍ରତୀକ ତାନୁହେଁ ଡେଥ୍ ଜୋନ୍ ଭାବେ ବି ପରିଚିତ। ଏଭରେଷ୍ଟ ଆରୋହଣରେ ଯାଇ ଗତ ୬୦ ବର୍ଷରେ ପ୍ରାଣ ହରାଇଲେଣି ୩୦୦ରୁ ଅଧିକ ପର୍ବତାରୋହୀ। କେବଳ ଚଳିତ ସିଜିନ୍‌ରେ ଗଲାଣି ୧୧ରୁ ଅଧିକ ଜୀବନ। କେମିତି ରହିଛି ପାଦେ ପାଦେ ବିପଦ, ତାକୁ ନେଇ ଏହି ରିପୋର୍ଟ।

ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗରେ ପାଦ ରଖିବାର ଦୁର୍ବାର ଇଚ୍ଛା। କିନ୍ତୁ ପାଦେ ପାଦେ ଭୟ, ପାଦେ ପାଦେ ମୃତ୍ୟୁର ଆଶଙ୍କା। କେଉଁଠି ଜମାଇଦେବା ଭଳି ବରଫ ଝଡ଼ର ମାଡ଼, ତ ଆଉ କେଉଁଠି ମଣିଷ ଗିଳିବାକୁ ଉଦ୍ୟତ ବରଫ ଚଟାଣର ଅଥଳ ଆଁ। ଏପଟେ ଗୋଟିଏ ଗୋଟିଏ ସେକେଣ୍ଡରେ ମୃତ୍ୟୁର ନିକଟତର କରାଉଥାଏ ସରିଆସୁଥିବା ଅମ୍ଳଜାନ ଥଳି।

ଆପଣ ଦେଖିଥିବେ ଏସବୁ ଲୋମ ଟାଙ୍କୁରା ଦୃଶ୍ୟ ହଲିଉଡ୍ ଫିଲ୍ମ ‘ଏଭରେଷ୍ଟ’ରେ। ଯାହାକୁ ବାସ୍ତବ ଜୀବନରେ ଅଙ୍ଗେ ନିଭାଇଥିଲେ ଓଡ଼ିଶାର ଦିବଂଗତ ପର୍ବତାରୋହୀ କଳ୍ପନା ଦାଶ। କଳ୍ପନା ତ ଏବେ ନାହାନ୍ତି, କିନ୍ତୁ ଏଭରେଷ୍ଟ ଶିଖରରେ ତାଙ୍କ ଜୀବନର ସେହି ଶେଷ କେଇ ମୁହୁର୍ତ୍ତକୁ ବୟାନ କରିଛନ୍ତି ତାଙ୍କ ସହଯୋଗୀ ଭାବେ ଯାଇଥିବା ଶେର୍ପା।

ଜଣେ ପର୍ବତାରୋହୀ କଏଦ କରିଥିଲେ ଏଭରେଷ୍ଟରେ ଟ୍ରାଫିକ୍ ଜାମର ଦୃଶ୍ୟ। ଏଭରେଷ୍ଟର ଡେଥ୍ ଜୋନ୍‌ରେ ଘଣ୍ଟାଘଣ୍ଟା ଅପେକ୍ଷା କରିଛନ୍ତି ପର୍ବତାରୋହୀ। ଏଭରେଷ୍ଟ ଆରୋହଣରେ ଯାଇ ଗତ ୬୦ ବର୍ଷରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ, କେବଳ ଚଳିତ ସିଜିନ୍‌ରେ ୧୧ରୁ ଅଧିକଙ୍କ ପ୍ରାଣ ଗଲାଣି। ଏଥିପାଇଁ ଟ୍ରାଫିକ୍ ଜାମ୍‌କୁ ଦାୟୀ କରାଯାଉଛି। ଏଭରେଷ୍ଟ ଆରୋହଣ ପାଇଁ ଏଥରକ ବେଲଗାମ ୩୮୧ଟି ଅନୁମତି ପତ୍ର ମଞ୍ଜୁର ଦେଇଥିବାରୁ, ନେପାଳ ସରକାରଙ୍କ ଉପରେ ଆଙ୍ଗୁଳି ଉଠିଛି।

ତେବେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ଏଭଳି ମୃତ୍ୟୁର ଆଉ ଏକ ଭୟଙ୍କର ଦିଗ ଖୁଲାସା କରିଛନ୍ତି ଜଣେ ଏଭରେଷ୍ଟ ବିଜେତା ଆଦିତ୍ୟ ଗୁପ୍ତା। କହିଛନ୍ତି, ପର୍ବତାରୋହୀ ଦଳକୁ ସାହାଯ୍ୟ କରିବା ପାଇଁ ଯାଇଥିବା ଶେର୍ପାମାନେ ଲାଞ୍ଚ ନେଇ କିଛି ପର୍ବତାରୋହୀଙ୍କୁ ଶୀଘ୍ର ଶିଖରରେ ପହଞ୍ଚାଇବା ପାଇଁ ଚେଷ୍ଟା କରନ୍ତି। ଆଉ ଅସହାୟ ଅବସ୍ଥାରେ ପଛରେ ପଡ଼ିଯାଇଥିବା ପର୍ବତାରୋହୀମାନେ ବିପଦରେ ପଡ଼ନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story