ଓଡ଼ିଶାରେ କେତେ ଜିଲ୍ଲା ରେଡ୍ ଜୋନ୍‌: ୩ ନା ୧୦, କେଉଁଠି କୋହଳ ହେବ ନିୟମ

ଭୁବନେଶ୍ୱର (ପ୍ରକାଶ ସେଠୀ): ‘କରୋନା’ ମହାମାରୀକୁ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆଜି ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା କରିବା ସହ ଓଡ଼ିଶାର ମାତ୍ର ୩ଟି ଜିଲ୍ଲା ସମେତ ଦେଶର ମୋଟ ୧୩୦ଟି ଜିଲ୍ଲାକୁ ରେଡ୍ ଜୋନ୍ ଘୋଷଣା କରିଛନ୍ତି। ତୃତୀୟ ପର୍ଯ୍ୟାୟ ଲକଡାଉନ୍ ପାଇଁ ଜିଲ୍ଲାଗୁଡ଼ିକୁ ବିଭିନ୍ନ ଜୋନରେ ବର୍ଗୀକରଣ କରି ଅନୁରୂପ ନିୟମ ମଧ୍ୟ କୋହଳ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶାରେ ଚିହ୍ନଟ ହୋଇଥିବା ୩ଟି ଜିଲ୍ଲାକୁ ରେଡ୍ ଜୋନରେ ରଖାଯାଇ […]

corona-in

Manoranjan Sial
  • Published: Friday, 01 May 2020
  • , Updated: 01 May 2020, 09:15 PM IST

ଭୁବନେଶ୍ୱର (ପ୍ରକାଶ ସେଠୀ): ‘କରୋନା’ ମହାମାରୀକୁ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆଜି ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା କରିବା ସହ ଓଡ଼ିଶାର ମାତ୍ର ୩ଟି ଜିଲ୍ଲା ସମେତ ଦେଶର ମୋଟ ୧୩୦ଟି ଜିଲ୍ଲାକୁ ରେଡ୍ ଜୋନ୍ ଘୋଷଣା କରିଛନ୍ତି। ତୃତୀୟ ପର୍ଯ୍ୟାୟ ଲକଡାଉନ୍ ପାଇଁ ଜିଲ୍ଲାଗୁଡ଼ିକୁ ବିଭିନ୍ନ ଜୋନରେ ବର୍ଗୀକରଣ କରି ଅନୁରୂପ ନିୟମ ମଧ୍ୟ କୋହଳ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶାରେ ଚିହ୍ନଟ ହୋଇଥିବା ୩ଟି ଜିଲ୍ଲାକୁ ରେଡ୍ ଜୋନରେ ରଖାଯାଇ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ନିୟମକୁ ଅନୁରୂପ ଭାବେ କୋହଳ କରାଯିବ ନା ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନିତ ୧୦ଟି ଜିଲ୍ଲାକୁ ରେଡ୍ ଜୋନ ଭାବେ ବିବେଚନା କରାଯିବ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି।

ଆଜି ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା କରିବା ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ସମସ୍ତ ଜିଲ୍ଲାକୁ ରେଡ୍ , ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ଭାବେ ବଗୀକୃତ କରିଥିଲେ। ଓଡ଼ିଶାର ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ସମେତ ଦେଶର ୧୩୦ଟି ଜିଲ୍ଲାକୁ ରେଡ୍ ଜୋନ୍ , ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲା ସମେତ ଦେଶର ମୋଟ ୨୮୪ଟି ଜିଲ୍ଲାକୁ ଗ୍ରୀନ୍ ଜୋନ୍ ଏବଂ ଓଡ଼ିଶାର ବାକି ୨୧ଟି ଜିଲ୍ଲା ସମେତ ଦେଶର ୩୧୯ଟି ଜିଲ୍ଲାକୁ ଗ୍ରୀନ୍ ଜୋନ୍ ଭାବେ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି। ତୃତୀୟ ପର୍ଯ୍ୟାୟ ଲକଡାଉନ୍ ମେ’ ୩ତାରିଖରୁ ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କେନ୍ଦ୍ର ସରକାର ଘୋଷଣା କରିବା ସହ ଗ୍ରୀନ୍ ଜୋନ୍ ପାଇଁ ବହୁ ନିୟମ କୋହଳ କରିଛନ୍ତି। ସାମାଜିକ ଦୂରତ୍ୱ ବଜାୟ ରଖି ଗ୍ରୀନ୍ ଜୋନ୍ ଜିଲ୍ଲାଗୁଡ଼ିକରେ ଜୀବନଯାତ୍ରା ସ୍ୱାଭାବିକ କରିବାକୁ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ତଥ୍ୟ ଅନୁସାରେ ରାଜ୍ୟର ୧୦ଟି ଜିଲ୍ଲା ରେଡ୍ ଜୋନ୍ , ୫ଟି ଜିଲ୍ଲା ଅରେଞ୍ଜ ଜୋନ୍ ଓ ବାକି ୧୫ଟି ଜିଲ୍ଲା ଗ୍ରୀନ୍ ଜୋନ ଭାବେ ଚିହ୍ନଟ କରିଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪୯କୁ ବୃ୍‌ଦ୍ଧି ପାଇବା ସହ ୧୫ଟି ଜିଲ୍ଲାରେ କରୋନା ନିଜର ଉପସ୍ଥିତି ଜାହିର କରିଥିବାବେଳେ ବାକି ୧୫ଟି ଜିଲ୍ଲା ଏପର୍ଯ୍ୟନ୍ତ ସଂକ୍ରମଣରୁ ଦୂରରେ ରହିଛି। ତେବେ ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ରେଡ୍ ଜୋନ ଜିଲ୍ଲା ତାଲିକାରେ ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, କୋରାପୁଟ ଓ ବଲାଙ୍ଗିର ଜିଲ୍ଲା ରହିଛି। ସେହିପରି ଅରେଞ୍ଜ ଜୋନ୍ ଜିଲ୍ଲା ତାଲିକାରେ ପୁରୀ, କଟକ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲ୍ଲା ରହିଛି । ଅନ୍ୟ ୧୫ଟି ଜିଲ୍ଲା ଗ୍ରୀନ୍ ଜୋନରେ ରହିଛି। ଏବେ ପ୍ରଶ୍ନ ଉଠୁଛି, ତୃତୀୟ ପର୍ଯ୍ୟାୟ ଲକଡାଉନ୍ ପାଇଁ କେନ୍ଦ୍ର ସରକାର ଗ୍ରୀନ୍ ଜୋନ୍ ଜିଲ୍ଲାଗୁଡ଼ିକରେ କୋହଳ କରିଥିବା ନିୟମ ଓଡ଼ିଶାର କେତୋଟି ଜିଲ୍ଲା ପାଇଁ ପ୍ରଯୁଜ୍ୟ ହେବ?

ଅବଶ୍ୟ ଜୋନ୍ ବର୍ଗୀକରଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଦିଆଯାଇଥିବା ଚିଠିରେ ରାଜ୍ୟ ସରକାରଙ୍କୁ କେତେକ କ୍ଷମତା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ରେଡ୍ ଓ ଅରେଞ୍ଜ ଜୋନକୁ ରାଜ୍ୟ ସରକାରମାନେ କୋହଳ କରିପାରିବେ ନାହିଁ । କିନ୍ତୁ ରାଜ୍ୟ ସରକାର ଚାହିଁଲେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ଜିଲ୍ଲାକୁ ରେଡ୍ ଓ ଅରେଞ୍ଜ ବର୍ଗରେ ସାମିଲ କରିପାରିବେ । ଜିଲ୍ଲାଗୁଡ଼ିକର ଜୋନ୍ ବର୍ଗୀକରଣ ପ୍ରତି ସପ୍ତାହରେ କରାଯିବ ବୋଲି ମଧ୍ୟ କେନ୍ଦ୍ର ସରକାର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଗ୍ରୀନ୍ ଜୋନରେ ମଦ, ପାନ ଦୋକାନ ସହ ସମସ୍ତ ୍ରପ୍ରକାରର ଦୋକାନ ଖୋଲିବ ଓ ବସ୍ ଚଳାଚଳକୁ ବି ସର୍ତ୍ତମୂଳକ ଅନୁମତି ମିଳିଛି ।

Related story