ପଶ୍ଚିମବଙ୍ଗରୁ କେତେ ଜଣ ଓଡ଼ିଶା ଫେରିଛନ୍ତି , ଧରାଇ ଦେଲା ବିଏସଏନ୍‌ଏଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦେଶ ଓ ନିଜାମ୍ମୁଦ୍ଦିନ ଫେରନ୍ତାଙ୍କ ପରେ ଏବେ ବଙ୍ଗ ଫେରନ୍ତାଙ୍କୁ ନେଇ ଚିନ୍ତା। କାରଣ ମୋବାଇଲ୍ ଟ୍ରାକିଂ କରି ବିଏସ୍ଏନ୍ଏଲ୍ ପକ୍ଷରୁ ରାଜ୍ୟସରକାରଙ୍କୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ ଅଛନ୍ତି ୨୯ଶହରୁ ଅଧିକ ବଙ୍ଗ ଫେରନ୍ତା।  ତେଣୁ ଏମାନଙ୍କୁ ଯଥାଶୀଘ୍ର ଠାବ କରି କ୍ୱାରେଣ୍ଟାଇନ୍‌ରେ ରଖିବା ଏବଂ ସେମାନଙ୍କୁ ନମୁନା ସଂଗ୍ରହ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।  ହେଲେ ଏ ସମସ୍ତଙ୍କୁ ଠାବ କରିବା ଜିଲ୍ଲା ପ୍ରଶାସନ ପାଇଁ ଏବେ […]

366-1

Tapas Behera
  • Published: Saturday, 25 April 2020
  • , Updated: 25 April 2020, 08:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦେଶ ଓ ନିଜାମ୍ମୁଦ୍ଦିନ ଫେରନ୍ତାଙ୍କ ପରେ ଏବେ ବଙ୍ଗ ଫେରନ୍ତାଙ୍କୁ ନେଇ ଚିନ୍ତା। କାରଣ ମୋବାଇଲ୍ ଟ୍ରାକିଂ କରି ବିଏସ୍ଏନ୍ଏଲ୍ ପକ୍ଷରୁ ରାଜ୍ୟସରକାରଙ୍କୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ ଅଛନ୍ତି ୨୯ଶହରୁ ଅଧିକ ବଙ୍ଗ ଫେରନ୍ତା।  ତେଣୁ ଏମାନଙ୍କୁ ଯଥାଶୀଘ୍ର ଠାବ କରି କ୍ୱାରେଣ୍ଟାଇନ୍‌ରେ ରଖିବା ଏବଂ ସେମାନଙ୍କୁ ନମୁନା ସଂଗ୍ରହ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।  ହେଲେ ଏ ସମସ୍ତଙ୍କୁ ଠାବ କରିବା ଜିଲ୍ଲା ପ୍ରଶାସନ ପାଇଁ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

ଯେଉଁମାନେ ୨୫ ତାରିଖରେ ପଶ୍ଚିମବଙ୍ଗରେ ଥିଲେ ଏବଂ ତା ପରେ ଓଡ଼ିଶା ଆସିଛନ୍ତି ସେମାନଙ୍କ ମୋବାଇଲ୍ ନମ୍ବରକୁ ଟ୍ରାକ୍ କରି ବିଏସ୍ଏନ୍ଏଲ୍ ଦେଇଥିବା ତଥ୍ୟ ଭିତ୍ତିରେ ଆଗକୁ ବଢୁଛନ୍ତି ସରକାର । ଆଉ ଏହି ଅନୁଯାୟୀ ରାଜ୍ୟକୁ ଏପର୍ଯ୍ୟନ୍ତ ପ୍ରାୟ ୨୯ଶହ ବଙ୍ଗ ଫେରନ୍ତାଙ୍କ ସଂପର୍କରେ ସୂଚନା ମିଳିଛି। ସେ ଭିତରେ ବାଲେଶ୍ୱରକୁ ସର୍ବାଧିକ ୭୭୨ ଫେରିଥିବା ବେଳେ ଯାଜପୁରକୁ ଫେରିଛନ୍ତି ୩୨୯, ଖୋର୍ଦ୍ଧାକୁ ୨୫୩ ଓ ଭଦ୍ରକକୁ ଫେରିଛନ୍ତି ୨୪୨। ତେବେ ସବୁଠୁ ବଡ଼ କଥା ହେଉଛି ବିଏସ୍ଏନ୍ଏଲ୍ ପକ୍ଷରୁ ବଙ୍ଗ ଫେରନ୍ତାଙ୍କ ଏ ତାଲିକାରେ ରହିଛି ୨୯ ଜିଲ୍ଲାର ନାଁ । ତେଣୁ ପ୍ରାୟ ସବୁ ଜିଲ୍ଲାରେ ବଙ୍ଗ ଫେରନ୍ତା ଥିବାରୁ ଚିନ୍ତିତ ରାଜ୍ୟ ସରକାର।

ଏମାନଙ୍କୁ ଠାବ କରି କ୍ୱାରେଣ୍ଟାଇନ୍ ରଖିବା ଏବଂ ଯଥାସମ୍ଭବ ସେମାନଙ୍କ ସାମ୍ପୁଲ ଟେଷ୍ଟ କରିବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କୋରାପୁଟ ଜିଲ୍ଲାକୁ ଫେରିଥିବା ୪୩ ଜଣଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ୨୧ ଜଣଙ୍କୁ ଠାବ କରାଯାଇ ପାରିଛି ଏବଂ ସେମାନଙ୍କ ଭିତରୁ ୧୬ ଜଣଙ୍କର ନମୁନା ସଂଗ୍ରହ କରାଯାଇଥିବା ସିଡିଏମ୍ଓ କହିଛନ୍ତି।

Related story