କେମିତି ଲେଖିବେ ବ୍ଲଗ୍‌ : ଗୁରୁଜ୍ଞାନ ଦେଲେ ଏକ୍ସପର୍ଟ

ବ୍ଳଗ୍‌ ଲେଖୁଥିବା ଓଡ଼ିଶାର ଲୋକଙ୍କୁ ନୂଆ ଦିଶା ଦେଖାଇଛନ୍ତି ପ୍ରଫେସନାଲ ବ୍ଲଗର ଲୋକନାଥ ସ୍ୱାଇଁ।  ଡିଜିଟାଲ ମିଡିଆ ଓମ୍‌କମ୍‌ ନ୍ୟୁଜର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ବ୍ଲଗରର୍ସ ମିଟ୍‌ରେ ସେ ନିଜର ଅନୁଭୂତି ବଖାଣିଛନ୍ତି। ଏହି ଆଲୋଚନାଚକ୍ରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବ୍ଲଗରଙ୍କୁ ଗୁରୁଜ୍ଞାନ ବାଣ୍ଟିଛନ୍ତି ସେ। କିପରି ଭଲ ବ୍ଳଗ୍‌ ଲେଖିବେ ଓ ତା ସହିତ କିପରି ଏହା ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେବ ସେ ମନ୍ତ୍ର ଲୋକନାଥ ଫୁଙ୍କିଛନ୍ତି ବ୍ଳଗରଙ୍କ କାନରେ। […]

jajati karan

Rakesh Mallick
  • Published: Wednesday, 14 June 2017
  • , Updated: 14 June 2017, 08:00 AM IST

ବ୍ଳଗ୍‌ ଲେଖୁଥିବା ଓଡ଼ିଶାର ଲୋକଙ୍କୁ ନୂଆ ଦିଶା ଦେଖାଇଛନ୍ତି ପ୍ରଫେସନାଲ ବ୍ଲଗର ଲୋକନାଥ ସ୍ୱାଇଁ।  ଡିଜିଟାଲ ମିଡିଆ ଓମ୍‌କମ୍‌ ନ୍ୟୁଜର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ବ୍ଲଗରର୍ସ ମିଟ୍‌ରେ ସେ ନିଜର ଅନୁଭୂତି ବଖାଣିଛନ୍ତି। ଏହି ଆଲୋଚନାଚକ୍ରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବ୍ଲଗରଙ୍କୁ ଗୁରୁଜ୍ଞାନ ବାଣ୍ଟିଛନ୍ତି ସେ। କିପରି ଭଲ ବ୍ଳଗ୍‌ ଲେଖିବେ ଓ ତା ସହିତ କିପରି ଏହା ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେବ ସେ ମନ୍ତ୍ର ଲୋକନାଥ ଫୁଙ୍କିଛନ୍ତି ବ୍ଳଗରଙ୍କ କାନରେ। ଏବେ ସାଧାରଣତଃ ବ୍ଳଗ୍‌ ଲେଖି ଲୋକ କୋଟି କୋଟି ଟଙ୍କ। ରୋଜଗାର କରୁଛନ୍ତି। ତେବେ ଏହି ଟ୍ରେଣ୍ଡରେ ଓଡ଼ିଶା ଟିକିଏ ପଛରେ ପଡି ଯାଇଛି। ତେଣୁ ବିଭିନ୍ନ କ୍ଷେତ୍ରର ଅନୁଭୂତି ବ୍ଳଗ୍‌ ମାଧ୍ୟମରେ ଲେଖି କିପରି ଅର୍ଥ ଉର୍ପାଜନ କରିବେ ସେ ଉପରେ ମତାମତ ଦେଇଛନ୍ତି ଲୋକନାଥ । ଯାହାଫଳରେ ବ୍ଳଗ୍‌ ଲେଖି ପଇସା ରୋଜଗାର କରିବା ବିଷୟରେ ଅଜ୍ଞ ଥିବା ଓଡ଼ିଶା ବାସୀଙ୍କ ପାଇଁ ଏବେ ଏହା ରୋଜଗାରର ଏକ ପ୍ରମୁଖ ଅଙ୍ଗ ପାଲଟିବ।

ଏହି କର୍ମଶାଳାରେ ଓମ୍‌କମ ନ୍ୟୁଜର ମୁଖ୍ୟ ତଥା ବିଶିଷ୍ଟ ସାମ୍ୱାଦିକ ଯଯାତି କରଣ, କନକ ନ୍ୟୁଜ୍‌ର ଏଡିଟର ମନୋରଂଜନ ମିଶ୍ର, ଜି-କଳିଙ୍ଗର ପୂର୍ବତନ ଏଡିଟର ସତ୍ୟପ୍ରକାଶ ନାୟକ ଓ କିଛି ବଛାବଛା ସାମ୍ୱାଦିକ ଯୋଗଦେଇ ବ୍ଲଗ ବିଷୟେର ନିଜ ମତାମତ ଦେଇଥିଲେ

Related story