ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ

ଭୁବନେଶ୍ୱର: କେନ୍ଦୁଝର ବେଲବାହାଳିରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ମାନବାଧିକାର ଉଲଘଂନ ଅଭିଯୋଗ ନେଇ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ। ମାନବାଧିକାର କମିଶନଙ୍କ ନିକଟରେ ଲିଖିତ ଅଭିଯୋଗ କରି ଦର୍ଶାଇଛନ୍ତି ଯେ, ଜେଲରେ ରଖାଯାଇଥିବା ୧୦ରୁ ଅଧିକ ମହିଳାଙ୍କ ପିଲାମାନେ ଗାଁରେ ରହୁଛନ୍ତି। ସେହିପରି ଜେଲରେ ପର୍ଯ୍ୟାପ୍ତ ସ୍ଥାନ ନାହିଁ ଏବଂ ଆବଶ୍ୟକତାଠାରୁ ଅଧିକ କଏଦୀ ରହିଛନ୍ତି। ଖାଲି ସେତିକି ନୁହେଁ, ପୁରୁଷ ପୋଲିସ ମାନେ ମହିଳାଙ୍କୁ ଗିରଫ କରିଛନ୍ତି […]

bjp at-hrc

Rakesh Mallick
  • Published: Tuesday, 14 July 2015
  • , Updated: 14 July 2015, 03:14 PM IST

ଭୁବନେଶ୍ୱର: କେନ୍ଦୁଝର ବେଲବାହାଳିରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ମାନବାଧିକାର ଉଲଘଂନ ଅଭିଯୋଗ ନେଇ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ। ମାନବାଧିକାର କମିଶନଙ୍କ ନିକଟରେ ଲିଖିତ ଅଭିଯୋଗ କରି ଦର୍ଶାଇଛନ୍ତି ଯେ, ଜେଲରେ ରଖାଯାଇଥିବା ୧୦ରୁ ଅଧିକ ମହିଳାଙ୍କ ପିଲାମାନେ ଗାଁରେ ରହୁଛନ୍ତି। ସେହିପରି ଜେଲରେ ପର୍ଯ୍ୟାପ୍ତ ସ୍ଥାନ ନାହିଁ ଏବଂ ଆବଶ୍ୟକତାଠାରୁ ଅଧିକ କଏଦୀ ରହିଛନ୍ତି। ଖାଲି ସେତିକି ନୁହେଁ, ପୁରୁଷ ପୋଲିସ ମାନେ ମହିଳାଙ୍କୁ ଗିରଫ କରିଛନ୍ତି ଯାହାଦ୍ୱାରା ମହିଳାଙ୍କ ମାନବାଧିକାର କ୍ଷୁର୍ଣ୍ଣ ହୋଇଥିବା ରାଜ୍ୟ ବିଜେପି ଅଭିଯୋଗ କରିଛି।

Related story