କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚିହ୍ନଟ ୫୭୦ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ୪୬ ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ କଟକ ସହରରୁ କେବଳ ୧୦ ଜଣ ଅଛନ୍ତି। ଏହି ୧୦ ଜଣଙ୍କ ମଧ୍ୟରୁ ୪ ଜଣ ସରକାରୀ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ହୋମ୍ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଗୋଟିଏ ଲୋକାଲ କଣ୍ଟାକ୍ଟ କେସ୍ ରହିଛି।
#COVID19 update in Cuttack city (CMC area)
Out of the 46 new COVID-19 positive cases reported today in #Cuttack district, 10 positive cases belong to Cuttack city (CMC area).
Active surveillance, contact tracing, and sanitization of the concerned areas are underway. pic.twitter.com/imFhyWMDtT
— CMC,Cuttack (@CMCCuttack) July 11, 2020
କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୯ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨ ଜଣ ସୁସ୍ଥ ହୋଇ ସାରିଲେଣି। ୨୦୫ଜଣ ଚିକିତ୍ସାଧୀନ ଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୭,୯୭୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୪୪୭୫ ଜଣ ଚିକିତ୍ସାଧୀନ ଅଛନ୍ତି। ଏଯାବତ ରାଜ୍ୟରେ କରୋନା ଯୋଗୁ ୬୧ ଜଣ ଆଖି ବୁଜି ସାରିଲେଣି।