ଧରା ପଡ଼ିଗଲା ୪୨୦ ଫର୍ମୁଲା, ଚାଉଳ ଗାଡ଼ିରୁ ଆସିଲା ଏମିତି ଗନ୍ଧ

ରାୟଗଡ଼ା(ଓଡ଼ିଶା ରିପୋର୍ଟର) ପିଡ଼ିଏସ ଚାଉଳ ନାଁରେ ଗୁଟଖା ଓ ଭାଙ୍ଗ ଚାଲାଣ।  ଏଭଳି ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ରାୟଗଡା ଜିଲ୍ଲା ବିସମକଟକ ଥାନା ପୁଲିସ । ଏକ ମିନି ଟ୍ରକ ଆଗରେ ପିଡ଼ିଏସ ସାମଗ୍ରୀ ଲେଖାଯାଇଥିବା ଗାଡିକୁ ଦେଖି ବିଷମକଟକ ଥାନା ପୁଲିସ ସନ୍ଦେହରେ ଅଟକାଇ ଥିଲା । ଖୋଳତାଡ଼ ପରେ ଏହି ଟ୍ରକରେ ବିପୁଳ ପରିମାଣର ଖଇନି ଓ ଭାଙ୍ଗ ଚାଲାଣ ହେଉଥିବା ଜଣାପଡ଼ିଥିଲା । ପୁଲିସ ଟ୍ରକକୁ ଥାନାକୁ ନେବାପରେ ସେଥିରୁ ୧୪୦ […]

589

Tapas Behera
  • Published: Saturday, 26 September 2020
  • , Updated: 26 September 2020, 03:41 PM IST

ରାୟଗଡ଼ା(ଓଡ଼ିଶା ରିପୋର୍ଟର) ପିଡ଼ିଏସ ଚାଉଳ ନାଁରେ ଗୁଟଖା ଓ ଭାଙ୍ଗ ଚାଲାଣ।  ଏଭଳି ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ରାୟଗଡା ଜିଲ୍ଲା ବିସମକଟକ ଥାନା ପୁଲିସ । ଏକ ମିନି ଟ୍ରକ ଆଗରେ ପିଡ଼ିଏସ ସାମଗ୍ରୀ ଲେଖାଯାଇଥିବା ଗାଡିକୁ ଦେଖି ବିଷମକଟକ ଥାନା ପୁଲିସ ସନ୍ଦେହରେ ଅଟକାଇ ଥିଲା । ଖୋଳତାଡ଼ ପରେ ଏହି ଟ୍ରକରେ ବିପୁଳ ପରିମାଣର ଖଇନି ଓ ଭାଙ୍ଗ ଚାଲାଣ ହେଉଥିବା ଜଣାପଡ଼ିଥିଲା । ପୁଲିସ ଟ୍ରକକୁ ଥାନାକୁ ନେବାପରେ ସେଥିରୁ ୧୪୦ ବସ୍ତା ଭାଙ୍ଗ ଓ ଖଇନି ଜବତ କରିଛି।   ଜବତ ମାଦକ ଦ୍ରବ୍ୟର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ।  ପୁଲିସ ଏହି ଚୋରା ଚାଲାଣରେ ସମ୍ପୃକ୍ତ ମିନି ଟ୍ରକ ଡ୍ରାଇଭର, ହେଲପର ସମେତ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଗାଡିଟି ମାଦକ ଦ୍ରବ୍ୟ ନେଇ ବଲାଙ୍ଗିର ଜିଲ୍ଲା ରୂପଡା ରୋଡ଼ରୁ ରାୟଗଡା ଅଭିମୂଖେ ଆସୁଥିଲା ।

Related story