ଲମତାପୁଟ (ଓଡ଼ିଶା ରିପୋର୍ଟର): ଅନ୍ଧାର ରାତିରେ ଡିଜେଲ ଟ୍ୟାଙ୍କରରେ ଯାଉଥିଲା ଗଞ୍ଜେଇ। ପୁଲିସ ଜାଣିପାରି ଅଚାନକ ଚଢ଼ଉ କରି କରି ଗଞ୍ଜେଇ ଓ ଟ୍ୟାଙ୍କରକୁ ଜବତ କରିଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିଲା। ଏପରି ଅଭିଯୋଗ କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଞ୍ଚଳରୁ ଆସିଛି।
ଗତକାଲି ରାତିରେ ଆନ୍ଧ୍ରପ୍ରଦେଶ ସୀମାନ୍ତ ଚାଟୁଆ ଅଞ୍ଚଳରୁ ଏକ ଟ୍ୟାଙ୍କର ଦ୍ରୁତ ଗତିରେ ଆସୁଥିଲା। ଏହା ଦେଖି ନନ୍ଦପୁର ଥାନା ପୁଲିସ ଖିଲୁଆ ଅଞ୍ଚଳରୁ ଉକ୍ତ ଟ୍ୟାଙ୍କରକୁ ଅଟକାଇ ଥିଲା। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖିଥିଲା। ସେମାନଙ୍କୁ ଜେରା ପରେ ଟ୍ୟାଙ୍କରରେ ଗଞ୍ଜେଇ ଥିବା ଉଭୟ ସ୍ୱୀକାର କରିଥିଲେ। ଜବତ ହୋଇଥିବା ଟ୍ୟାଙ୍କରରୁ ୫୯୬ କେଜି ଗଞ୍ଜେଇ ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଏହି ଗଞ୍ଜେଇ କୋଲକାତା ଚାଲାଣ ହେଉଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।