ନିଆଳିରେ କାଉ ମଡ଼କ

ନିଆଳି (ବିନୟ ମିଶ୍ର): କଟକ ଜିଲ୍ଲା ନିଆଳି ଅଞ୍ଚଳରେ କାଉ ମଡ଼କ ଦେଖିବାକୁ ମିଳିଛି। ଗତକାଲି ଅଁଳୋ ପଞ୍ଚାୟତର ଜାମୁଗୋରୋଡି ଗାଁରେ ହଠାତ୍ ଏକାଧିକ କାଉ ମରି ପଡ଼ିଥିଲେ। ବହୁ ସଂଖ୍ୟକ କାଉ ମରିଯିବା ଯୋଗୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ। ଏନେଇ ନିଆଳି ପ୍ରାଣୀଧନ ଚିକିତ୍ସାଳୟକୁ ଖବର ଦେଇଥିଲେ। ଚିକିତ୍ସାଳୟର କର୍ମଚାରୀ ଗାଁରେ ପହଞ୍ଚି ମଲା କାଉର ନମୂନା ସଂଗ୍ରହ କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଗାଁରେ କିଛି ଚାଷୀ ଧାନରେ କୀଟନାଶକ ବ୍ୟବହାର କରିଛନ୍ତି। […]

cow00

Tapaswini Nayak
  • Published: Saturday, 22 February 2020
  • , Updated: 22 February 2020, 10:26 AM IST

ନିଆଳି (ବିନୟ ମିଶ୍ର): କଟକ ଜିଲ୍ଲା ନିଆଳି ଅଞ୍ଚଳରେ କାଉ ମଡ଼କ ଦେଖିବାକୁ ମିଳିଛି। ଗତକାଲି ଅଁଳୋ ପଞ୍ଚାୟତର ଜାମୁଗୋରୋଡି ଗାଁରେ ହଠାତ୍ ଏକାଧିକ କାଉ ମରି ପଡ଼ିଥିଲେ। ବହୁ ସଂଖ୍ୟକ କାଉ ମରିଯିବା ଯୋଗୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ। ଏନେଇ ନିଆଳି ପ୍ରାଣୀଧନ ଚିକିତ୍ସାଳୟକୁ ଖବର ଦେଇଥିଲେ। ଚିକିତ୍ସାଳୟର କର୍ମଚାରୀ ଗାଁରେ ପହଞ୍ଚି ମଲା କାଉର ନମୂନା ସଂଗ୍ରହ କରିଥିଲେ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଗାଁରେ କିଛି ଚାଷୀ ଧାନରେ କୀଟନାଶକ ବ୍ୟବହାର କରିଛନ୍ତି। ଆଉ ସେହି ବିଲର ପାଣି ପିଇ କାଉଙ୍କ ମୃତ୍ୟୁ ହୋଇ ଥାଇପାରେ।

ଗାଁର ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଗାଁର ଜଣେ ବ୍ୟକ୍ତିଙ୍କର ଦୁଇଟି ଛେଳିକୁ ବୁଲା କୁକୁର ମାରି ଦେଇଥିଲା। ତେବେ ଏହି ବୁଲା କୁକୁରକୁ ମାରିବାକୁ ଛେଳିର ମୃତଦେହ ଉପରେ ସେ ବିଷ ପକାଇଥିଲେ। ଏହି ମାଂସ ଖାଇ କାଉ ମରିଥିବା ବି ସନ୍ଦେହ କରାଯାଉଛି।

ତେବେ ଏ ନେଇ ପ୍ରାଣୀଧନ ବିଭାଗ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।

Related story