ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଦିବ୍ୟାଙ୍ଗ ରବୀନ୍ଦ୍ର

ସୋର(ଓଡ଼ିଶା ରିପୋର୍ଟର): ଜନ୍ମରୁ ଦିବ୍ୟାଙ୍ଗ। ହେଲେ ବି ସେ ସକ୍ଷମ। ଜୀବନର ପ୍ରତି ସୋପାନରେ ମିଳିଛି ଘାତ ପ୍ରତିଘାତ। ତଥାପି ହାର୍ ମାନି ନାହାଁନ୍ତି ସେ। ହେଲେ ପରିସ୍ଥିତିର ମୁକାବିଲା କରିବାକୁ କେବେ ବି ପଛଘୁଞ୍ଚା ଦେଇ ନାହାଁନ୍ତି। ହାଇସ୍କୁଲ ପିଲାଙ୍କୁ ପାଠ ପଢାଇ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେ ହେଉଛନ୍ତି ବାଲେଶ୍ୱର ଜିଲା କେଶରୀପୁର ଗାଁର ରବୀନ୍ଦ୍ର।

ଗାଁର ଦୁଖୀରାମ ଓ କୁଳମଣୀଙ୍କ ପୁଅ ରବୀନ୍ଦ୍ର। ମାଟ୍ରିକ ଏବଂ ଯୁକ୍ତଦୁଇରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ହେଲେ ଅର୍ଥାଭାବରୁ ପାଠପଢାରେ ଡୋରି ବନ୍ଧା ହେଲା।  ତେବେ ବି ପାଠ ପଢ଼ା ପ୍ରତି ମୋହ ତୁଟାଇ ପାରିଲେନି ରବୀନ୍ଦ୍ର। ଘରେ ବସି ବି.ଏ ପାସ୍ କଲେ। କିନ୍ତୁ ଦିବ୍ୟାଙ୍ଗ ହେତୁ ଚାକିରି ମିଳିଲା ନାହିଁ। ହେଲେ ବି ପରିସ୍ଥିତି ସହ ସାଲିସ୍ କରି ନାହାନ୍ତି ସେ।  ହାଇସ୍କୁଲ ପିଲାଙ୍କୁ ପାଠ ପଢ଼ାଇ ଯେନତେନ ପ୍ରକାରେ ଗୁଜୁରାଣ ମେଣ୍ଟାଉଛନ୍ତି ରବୀନ୍ଦ୍ର।

ଟ୍ୟୁସନ୍ କରି ରବୀନ୍ଦ୍ର ପରିବାର ଚଳାଉଥିବା ବେଳେ ତାଙ୍କ ଉପରେ ନିର୍ଭରଶୀଳ ତାଙ୍କ ବାପା, ମାଆ, ସ୍ତ୍ରୀ ଏବଂ ଗୋଟିଏ ପିଲା। ଏତିକି ପଇସା ଅଣ୍ଟୁନଥିବାରୁ ଦୁଖରେ ଦିନ କଟୁଛି ରବୀନ୍ଦ୍ରଙ୍କର ପରିବାର। ଦିବ୍ୟାଙ୍ଗଙ୍କ ପାଇଁ ଆବଶ୍ୟକୀୟ ଗାଡି ସହ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି।

Ordigital Desk
• Published: Friday, 09 March 2018
• Updated: 09 March 2018, 10:56 AM IST

Sports

Latest News

ସୋର(ଓଡ଼ିଶା ରିପୋର୍ଟର): ଜନ୍ମରୁ ଦିବ୍ୟାଙ୍ଗ। ହେଲେ ବି ସେ ସକ୍ଷମ। ଜୀବନର ପ୍ରତି ସୋପାନରେ ମିଳିଛି ଘାତ ପ୍ରତିଘାତ। ତଥାପି ହାର୍ ମାନି ନାହାଁନ୍ତି ସେ। ହେଲେ ପରିସ୍ଥିତିର ମୁକାବିଲା କରିବାକୁ କେବେ ବି ପଛଘୁଞ୍ଚା ଦେଇ ନାହାଁନ୍ତି। ହାଇସ୍କୁଲ ପିଲାଙ୍କୁ ପାଠ ପଢାଇ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେ ହେଉଛନ୍ତି ବାଲେଶ୍ୱର ଜିଲା କେଶରୀପୁର ଗାଁର ରବୀନ୍ଦ୍ର।

ଗାଁର ଦୁଖୀରାମ ଓ କୁଳମଣୀଙ୍କ ପୁଅ ରବୀନ୍ଦ୍ର। ମାଟ୍ରିକ ଏବଂ ଯୁକ୍ତଦୁଇରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ହେଲେ ଅର୍ଥାଭାବରୁ ପାଠପଢାରେ ଡୋରି ବନ୍ଧା ହେଲା।  ତେବେ ବି ପାଠ ପଢ଼ା ପ୍ରତି ମୋହ ତୁଟାଇ ପାରିଲେନି ରବୀନ୍ଦ୍ର। ଘରେ ବସି ବି.ଏ ପାସ୍ କଲେ। କିନ୍ତୁ ଦିବ୍ୟାଙ୍ଗ ହେତୁ ଚାକିରି ମିଳିଲା ନାହିଁ। ହେଲେ ବି ପରିସ୍ଥିତି ସହ ସାଲିସ୍ କରି ନାହାନ୍ତି ସେ।  ହାଇସ୍କୁଲ ପିଲାଙ୍କୁ ପାଠ ପଢ଼ାଇ ଯେନତେନ ପ୍ରକାରେ ଗୁଜୁରାଣ ମେଣ୍ଟାଉଛନ୍ତି ରବୀନ୍ଦ୍ର।

ଟ୍ୟୁସନ୍ କରି ରବୀନ୍ଦ୍ର ପରିବାର ଚଳାଉଥିବା ବେଳେ ତାଙ୍କ ଉପରେ ନିର୍ଭରଶୀଳ ତାଙ୍କ ବାପା, ମାଆ, ସ୍ତ୍ରୀ ଏବଂ ଗୋଟିଏ ପିଲା। ଏତିକି ପଇସା ଅଣ୍ଟୁନଥିବାରୁ ଦୁଖରେ ଦିନ କଟୁଛି ରବୀନ୍ଦ୍ରଙ୍କର ପରିବାର। ଦିବ୍ୟାଙ୍ଗଙ୍କ ପାଇଁ ଆବଶ୍ୟକୀୟ ଗାଡି ସହ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos