Advertisment

ରାଜ୍ୟରେ ଉଦ୍‌ବେଗଜନକ ଭାବେ ବଢୁଛି ଯୁବତୀ ଓ ଶିଶୁ ଚାଲାଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି ମାନବ ଚାଲାଣ। ଏହା ପୁଲିସ ଓ ସାମାଜିକ ଅନୁଷ୍ଠାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଭଳି ଏକ ସାମାଜିକ ବ୍ୟାଧିର ନିରାକରଣ ଲାଗି ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମ୍ମିଳନୀରେ ବିଚାରବିମର୍ଶ କରାଯାଇଛି। କଡ଼ା ଆଇନ୍ ଏବଂ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେଲେ ଏଭଳି ସମସ୍ୟା ରୋକାଯାଇପାରିବ ବୋଲି ଏଥିରେ ମତ ପ୍ରକାଶ ପାଇଛି। ସୁନ୍ଦରଗଡ଼ ବାଲିଶଙ୍କରା ବ୍ଲକ ସରାଜଙ୍ଗା ଗାଁର ଫ୍ଲୋରା ଲାକଡ଼ାଙ୍କ ପରିବାରର ଝିଅ […]

ଅଦ୍ୟତନ ହୋଇଛି
ରାଜ୍ୟରେ ଉଦ୍‌ବେଗଜନକ ଭାବେ ବଢୁଛି ଯୁବତୀ ଓ ଶିଶୁ ଚାଲାଣ

human

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି ମାନବ ଚାଲାଣ। ଏହା ପୁଲିସ ଓ ସାମାଜିକ ଅନୁଷ୍ଠାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଭଳି ଏକ ସାମାଜିକ ବ୍ୟାଧିର ନିରାକରଣ ଲାଗି ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମ୍ମିଳନୀରେ ବିଚାରବିମର୍ଶ କରାଯାଇଛି। କଡ଼ା ଆଇନ୍ ଏବଂ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେଲେ ଏଭଳି ସମସ୍ୟା ରୋକାଯାଇପାରିବ ବୋଲି ଏଥିରେ ମତ ପ୍ରକାଶ ପାଇଛି।

Advertisment

ସୁନ୍ଦରଗଡ଼ ବାଲିଶଙ୍କରା ବ୍ଲକ ସରାଜଙ୍ଗା ଗାଁର ଫ୍ଲୋରା ଲାକଡ଼ାଙ୍କ ପରିବାରର ଝିଅ ଦିଲ୍ଲୀକୁ ଚାକିରି କରିବାକୁ ୧୮ ବର୍ଷ ହେଲା ଯାଇଛି। ତା’ପରଠାରୁ ତାକୁ ଆଉ ପରିବାର ଲୋକେ ଦେଖିନାହାନ୍ତି। ଏବେ ତା’ ଫେରିବା ବାଟକୁ ଚାହିଁ ବସିଛନ୍ତି। ଲୋକେ ଦିଲ୍ଲୀ ଯାଇ ବହୁ ଖୋଜାଖୋଜି କରିଥିଲେ, ପୁଲିସରେ ଅଭିଯୋଗ ବି ଦେଇଥିଲେ, ହେଲେ ଝିଅର ପତ୍ତା ମିଳିଲାନି।

ସେହି ସରାଜଙ୍ଗା ଗାଁର ଆଉ ଜଣେ ହେଲେ ବ୍ଲାସିଉସ ଲାକଡ଼ା। ବ୍ଲାସିଉସଙ୍କ ୧୪ ବର୍ଷର ଝିଅକୁ ମୁମ୍ବାଇରେ ଚାକିରି କରାଇ ଦେବାକୁ କହି ନେଇଯାଇଥିଲେ ସମ୍ପର୍କୀୟ ପିଉସୀ। ହେଲେ ସେବେଠୁ ଝିଅ ଆଉ ଘରକୁ ଫେରିନି।

Advertisment

humanସୁନ୍ଦରଗଡ଼ ଜିଲ୍ଲାର ଏ ଦୁଇଟି ଘଟଣା ଭାତ ହାଣ୍ଡିରୁ ଗୋଟିଏ। ଏମିତି ଅନେକ ଯୁବତୀ ଓ ପିଲା ରାଜ୍ୟ ବାହାରକୁ ଯାଇ ଆଉ ଫେରିନାହାନ୍ତି। ରାଜ୍ୟରୁ ମାନବ ଚାଲାଣ ବୃଦ୍ଧି ପାଉଥିବା ବେଳେ ଏଭଳି ଘଟଣା ପୁଲିସର ଚିନ୍ତା ବଢ଼ାଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ମାନବ ଚାଲାଣକୁ ରୋକିବା ପ୍ରସଙ୍ଗରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସଚେତନତା ସମ୍ମିଳନୀର ଆୟୋଜନ କରାଯାଇଥିଲା।

କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଏପରି ଘୃଣ୍ୟ ଅପରାଧ ରୋକିବା ନେଇ ଭିନ୍ନ ଭିନ୍ନ ପରାମର୍ଶ  ଆସିଛି। ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ପୁଲିସ ମଧ୍ୟରେ ସମନ୍ୱୟ ରକ୍ଷା, ଅଭିଯୋଗର ସଠିକ୍‌ ତଦନ୍ତ ଓ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ, ଉଦ୍ଧାର ପିଲାଙ୍କ ଥଇଥାନ ଓ ମାନବ ଚାଲାଣର ମୂଳ କାରଣ ଅନୁଧ୍ୟାନ କରି ଆଗୁଆ ପଦକ୍ଷେପ ଗ୍ରହଣ କରାଯିବା ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଥିଲା।

ତଥ୍ୟ ଅନୁସାରେ, ୨୦୧୫ରେ ଓଡ଼ିଶାରେ ୮୧, ୨୦୧୬ରେ ୧୧୦ ଏବଂ ୨୦୧୭ରେ ମାନବ ଚାଲାଣ ସମ୍ପର୍କିତ ୬୩ଟି ମାମଲା ପଞ୍ଜିକୃତ ହୋଇଛି।

ତେବେ ଅପରେସନ ସ୍ମାଇଲ ଓ ଅପରେସନ ମୁସ୍କାନ ମାଧ୍ୟମରେ ନିରୁଦ୍ଦିଷ୍ଟଙ୍କୁ ଠାବ କରି ଫେରାଇ ଆଣିବାର ବ୍ୟବସ୍ଥା କରାଯାଉଥିବା ପୁଲିସ୍ ବିଭାଗ ପକ୍ଷରୁ ଦାବି କରାଯାଉଛି। ଏହାଦ୍ୱାରା କିଛି ପିଲା ଫେରୁଛନ୍ତି ସତ, ହେଲେ ଆଜି ବି ବହୁ ପିଲା ପରିବାରଠାରୁ ଦୂରେଇ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe