ପୁତୁରା ଓ ପୁତୁରା ବୋହୂଙ୍କ ଉପରକୁ ଗରମ ତେଲ ଫିଙ୍ଗିଲେ କାକା!

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପୁତୁରା ଓ ପୁତୁରା ବୋହୂଙ୍କ ଉପରକୁ ଗରମ ତେଲ ଫିଙ୍ଗିଲେ କାକା! ଏପରି ଘଟଣା ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ ଘଟିଛି। ଉଭୟ ପତି-ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଝରଣୀପାଲି ଗାଁରେ ଜଳଯୋଗାଣ ପ୍ରକଳ୍ପରୁ ପାଣି ସଂଯୋଗକୁ ନେଇ କବିର ପୋଢ ଓ ତାଙ୍କ ପୁତୁରା ସୁଶିଲ ପୋଢଙ୍କ ଉପରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କବିର ପୋଢ ଘର ଭିତରକୁ ଯାଇ କଢେଇରେ ଗରମ ତେଲ ଆଣି […]

acid

acid

Manoranjan Sial
  • Published: Wednesday, 21 September 2022
  • Updated: 21 September 2022, 05:15 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପୁତୁରା ଓ ପୁତୁରା ବୋହୂଙ୍କ ଉପରକୁ ଗରମ ତେଲ ଫିଙ୍ଗିଲେ କାକା! ଏପରି ଘଟଣା ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ ଘଟିଛି। ଉଭୟ ପତି-ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଝରଣୀପାଲି ଗାଁରେ ଜଳଯୋଗାଣ ପ୍ରକଳ୍ପରୁ ପାଣି ସଂଯୋଗକୁ ନେଇ କବିର ପୋଢ ଓ ତାଙ୍କ ପୁତୁରା ସୁଶିଲ ପୋଢଙ୍କ ଉପରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କବିର ପୋଢ ଘର ଭିତରକୁ ଯାଇ କଢେଇରେ ଗରମ ତେଲ ଆଣି ସୁଶିଲ ପୋଢଙ୍କ ଦେହ ଉପରକୁ ଛାଟି ଦେଇଥିଲା।

ସୁଶିଲ୍‌ଙ୍କ ଚିତ୍କାର ଶୁଣି ତାଙ୍କ ପତ୍ନୀ ସାମ୍ନାକୁ ଆସିଥିଲେ। ତାଙ୍କ ଉପରେ ମଧ୍ୟ କବିର ଗରମ ତେଲ ଫିଙ୍ଗି ଥିବା ଅଭିଯୋଗ ହୋଇଛି। ଉଭୟ ଗୁରୁତର ଆହତ ହୋଇଥିଲେ। ସ୍ୱାମୀ ଓ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏନେଇ ଲୋଇସିଂହା ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରୁନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos