ହାତ ଧରାଧରି ହୋଇ ଚାଲିଗଲେ ସ୍ୱାମୀ-ସ୍ତ୍ରୀ

ବଣାଇ(ରଞ୍ଜିତ ଚୌଧୁରୀ): ସ୍ୱାମୀ-ସ୍ତ୍ରୀ ସାଇକେଲରେ ଘରକୁ ଫେରୁଥିଲେ। ହେଲେ ଘରେ ପହଞ୍ଚିବା ପୂର୍ବରୁ ଶବ ପାଲଟିଗଲେ। ଅଧା ରାସ୍ତାରେ ସେମାନଙ୍କୁ ପିଟିଦେଲା ଅଜଣା ଗାଡ଼ି। ଦେବଦୂତ ସାଜି ଆସିଥିଲେ ବିଧାୟକ ଲକ୍ଷ୍ମଣ ମୁଣ୍ଡା। ମେଡିକାଲ୍‌ରେ ପହଞ୍ଚିବା ପୂର୍ବରୁ ଉଡିଗଲା ପ୍ରାଣବାୟୁ। ସୁନ୍ଦରଗଡ଼ ଜିଲ୍ଲା ଚାନ୍ଧିପୋଷ ଥାନା ହାତୀଗଡ଼ା ଗାଁର ପାଉଲ ଡାଙ୍ଗ ଓ ତାଙ୍କ ପତ୍ନୀ ଆଶ୍ରିକା ଡାଙ୍ଗ ସାଇକେଲ୍‌ରେ ଘରକୁ ଫେରୁଥିଲେ। ୨୧୫ ନମ୍ୱର ଜାତୀୟ ରାଜପଥର ଚେଇତା ନିକଟରେ ଏକ ଅଜଣା ଗାଡି ସେମାନଙ୍କୁ ପଛ […]

bonai

bonai

Manoranjan Sial
  • Published: Friday, 11 June 2021
  • Updated: 11 June 2021, 05:50 PM IST

Sports

Latest News

ବଣାଇ(ରଞ୍ଜିତ ଚୌଧୁରୀ): ସ୍ୱାମୀ-ସ୍ତ୍ରୀ ସାଇକେଲରେ ଘରକୁ ଫେରୁଥିଲେ। ହେଲେ ଘରେ ପହଞ୍ଚିବା ପୂର୍ବରୁ ଶବ ପାଲଟିଗଲେ। ଅଧା ରାସ୍ତାରେ ସେମାନଙ୍କୁ ପିଟିଦେଲା ଅଜଣା ଗାଡ଼ି। ଦେବଦୂତ ସାଜି ଆସିଥିଲେ ବିଧାୟକ ଲକ୍ଷ୍ମଣ ମୁଣ୍ଡା। ମେଡିକାଲ୍‌ରେ ପହଞ୍ଚିବା ପୂର୍ବରୁ ଉଡିଗଲା ପ୍ରାଣବାୟୁ।

ସୁନ୍ଦରଗଡ଼ ଜିଲ୍ଲା ଚାନ୍ଧିପୋଷ ଥାନା ହାତୀଗଡ଼ା ଗାଁର ପାଉଲ ଡାଙ୍ଗ ଓ ତାଙ୍କ ପତ୍ନୀ ଆଶ୍ରିକା ଡାଙ୍ଗ ସାଇକେଲ୍‌ରେ ଘରକୁ ଫେରୁଥିଲେ। ୨୧୫ ନମ୍ୱର ଜାତୀୟ ରାଜପଥର ଚେଇତା ନିକଟରେ ଏକ ଅଜଣା ଗାଡି ସେମାନଙ୍କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା। ଉଭୟ ଛିଟିକି ହୋଇ ରାସ୍ତାରେ ପଡ଼ିଥିଲେ। ଉଭୟ ଗୁରୁତର ଆହତ ହୋଇଥିଲେ।

ସେହି ରାସ୍ତା ଦେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯାଉଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ୱାମୀ-ସ୍ତ୍ରୀ ପଡ଼ିଥିବା ଦେଖି ବିଧାୟକ ଓ ତାଙ୍କ ଡ୍ରାଇଭର ସେମାନଙ୍କୁ ଉଦ୍ଧାର କରି ରାଉରକେଲା RGHକୁ ପଠାଇ ଥିଲେ। ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos