ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟିଦେଲା ସ୍ତ୍ରୀ!

ଚାନ୍ଦବାଲି (ବାସୁଦେବ ଦାସ): ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟିଦେଲା ସ୍ତ୍ରୀ! ଏପରି ଅଭିଯୋଗ ଆସି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରୁ। କଥା କଟାକଟି କଳିରୁ ଏପରି ଘଟିଥିବା ଅଭିଯୋଗ ହେଉଛି। ମାତ୍ର ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ବାଘନଟା ଗାଁରେ ବାସ କରନ୍ତି ରଞ୍ଜନ (ଛଦ୍ମ ନାଁ)। ଅନେକ ସମୟରେ ତାଙ୍କ ପତ୍ନୀଙ୍କ ସହିତ ଝଗଡ଼ା ହେଉଥିଲା। ସୋମବାର ରାତିରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା। ବିଳମ୍ୱିତ ରାତିରେ ରଞ୍ଜନ ତାଙ୍କ ସ୍ତ୍ରୀଙ୍କୁ ଠେଙ୍ଗାରେ ମାଡ଼ […]

Chandabali

Chandabali

Manoranjan Sial
  • Published: Tuesday, 28 September 2021
  • Updated: 28 September 2021, 05:53 PM IST

Sports

Latest News

ଚାନ୍ଦବାଲି (ବାସୁଦେବ ଦାସ): ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟିଦେଲା ସ୍ତ୍ରୀ! ଏପରି ଅଭିଯୋଗ ଆସି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରୁ। କଥା କଟାକଟି କଳିରୁ ଏପରି ଘଟିଥିବା ଅଭିଯୋଗ ହେଉଛି। ମାତ୍ର ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

ବାଘନଟା ଗାଁରେ ବାସ କରନ୍ତି ରଞ୍ଜନ (ଛଦ୍ମ ନାଁ)। ଅନେକ ସମୟରେ ତାଙ୍କ ପତ୍ନୀଙ୍କ ସହିତ ଝଗଡ଼ା ହେଉଥିଲା। ସୋମବାର ରାତିରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା। ବିଳମ୍ୱିତ ରାତିରେ ରଞ୍ଜନ ତାଙ୍କ ସ୍ତ୍ରୀଙ୍କୁ ଠେଙ୍ଗାରେ ମାଡ଼ ମାରିଥିଲେ। ଫଳରେ ତାଙ୍କର ମୁଣ୍ଡ ଫାଟିବା ସହିତ ଦାନ୍ତ ଭାଙ୍ଗିଛି। ଏହା ପରେ ତାଙ୍କ ଉପରେ ହୋଇଥିଲା ପ୍ରତି ଆକ୍ରମଣ। ରାଗରେ ଜର୍ଜରିତ ସ୍ତ୍ରୀ ରଞ୍ଜିତଙ୍କୁ ମାଡ଼ି ବସିଥିଲେ। ରଞ୍ଜନଙ୍କ ଗୁପ୍ତାଙ୍ଗ କାଟି ଦେଇଥିଲେ। ଫଳରେ ସେ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ।

ସାହି ଭାଇ ଏ ସମ୍ପର୍କରେ ଜାଣିପାରି ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ଆମ୍ୱୁଲାନ୍ସ ଗାଁରେ ପହଞ୍ଚି ଗୁରୁତର ଆହତ ସ୍ୱାମୀ-ସ୍ତ୍ରୀଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ରଞ୍ଜନଙ୍କ ଚିକିତ୍ସା ଚାଲିଥିଲା ବେଳେ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ମାତ୍ର ଏନେଇ ଚାନ୍ଦବାଲି ଥାନାରେ କୌଣସି ଅଭିଯୋଗ ହୋଇନାହିଁ। କିନ୍ତୁ କୌଣସି ସୂତ୍ରରୁ ଖବର ପାଇ ପୁଲିସ ନିଜ ଆଡ଼ୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କର ତିନିଟି ପିଲା ରହିଛନ୍ତି। ସବୁବେଳେ ସ୍ୱାମୀ-ସ୍ତ୍ରୀ କଳି ଲାଗୁଥିବାରୁ ତିନି ପିଲା ଜେଜେବାପାଙ୍କ ସହିତ ତାଙ୍କ ପୁରୁଣା ଘରେ ରହୁଛନ୍ତି। ସୋମବାର ରାତିରେ ଏପରି ଘଟଣା ଘଟିଥିବା ବେଳେ ପିଲାମାନେ ଘଟଣାସ୍ଥଳରେ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos