ସନ୍ଦେହୀ ସ୍ୱାମୀର ଜଘନ୍ୟ କାଣ୍ଡ; ମରଣ ମୁହଁରେ ପଡ଼ିଲା ସ୍ତ୍ରୀ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଦାମ୍ପତ୍ୟ ଜୀବନକୁ ଛାରଖାର କରିଦେଲା ସନ୍ଦେହ ରୂପି କଳା ବାଦଳ। ଯାହାକୁ ସବୁ ବିପତ୍ତିରୁ ରକ୍ଷା କରିବାକୁ ଅଗ୍ନିକୁ ସାକ୍ଷୀ ରଖି କଥା ଦେଇଥିଲା ସ୍ୱାମୀ, ସାମାନ୍ୟ କଥାରେ ତାକୁ ମରଣାତ୍ମକ ଆକ୍ରମଣ କରିବାକୁ ପଛାଇଲା ନାହିଁ । ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଘଟାଇଲା ଜଘନ୍ୟ କାଣ୍ଡ । ଶୋଇଥିବା ଅବସ୍ଥାରେ ସ୍ତ୍ରୀ ବେକକୁ କଲା ଛୁରାମାଡ଼ । ମହିଳାଜଣକ ଏବେ ମରଣମୁହଁରେ ପଡ଼ିଥିବା ବେଳେ ଫେରାର ମାରିଛି ସ୍ୱାମୀ। ଏପରି […]

pic

pic

Niharika Rout
  • Published: Saturday, 18 June 2022
  • Updated: 18 June 2022, 04:55 PM IST

Sports

Latest News

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଦାମ୍ପତ୍ୟ ଜୀବନକୁ ଛାରଖାର କରିଦେଲା ସନ୍ଦେହ ରୂପି କଳା ବାଦଳ। ଯାହାକୁ ସବୁ ବିପତ୍ତିରୁ ରକ୍ଷା କରିବାକୁ ଅଗ୍ନିକୁ ସାକ୍ଷୀ ରଖି କଥା ଦେଇଥିଲା ସ୍ୱାମୀ, ସାମାନ୍ୟ କଥାରେ ତାକୁ ମରଣାତ୍ମକ ଆକ୍ରମଣ କରିବାକୁ ପଛାଇଲା ନାହିଁ । ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଘଟାଇଲା ଜଘନ୍ୟ କାଣ୍ଡ । ଶୋଇଥିବା ଅବସ୍ଥାରେ ସ୍ତ୍ରୀ ବେକକୁ କଲା ଛୁରାମାଡ଼ । ମହିଳାଜଣକ ଏବେ ମରଣମୁହଁରେ ପଡ଼ିଥିବା ବେଳେ ଫେରାର ମାରିଛି ସ୍ୱାମୀ। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବାହାବଲ ଗାଁରେ ଘଟିଛି।

୧୨ ବର୍ଷ ତଳେ କାନୁଟ ଗାଁର ସୁଧୀର ବାଗ ବାହାବଲ ଗାଁର ହେମ ବାଗଙ୍କୁ ବାହା ହୋଇଥିଲେ । ସେମାନଙ୍କର ଦୁଇଟି ଝିଅ ଅଛନ୍ତି । ଉଭୟଙ୍କ ସଂସାର ହସଖୁସିରେ ଚାଲିଥିଲା । କିନ୍ତୁ ଧୀରେ ଧୀରେ ନିଜ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରିବାକୁ ଲାଗିଲେ ସୁଧୀର ।

ଗତ ୧୩ ତାରିଖରେ ହେମ ନିଜ ଗାଁର ଜଣେ ପିଲା ସହିତ ଭିଡିଓ କଲ୍‌ରେ କଥା ହେଉଥିଲେ। ସୁଧୀର ଏହା ଦେଖି ଦେବା ସହ ଉକ୍ତ ପିଲା ସହ ହେମଙ୍କର ଅନୈତିକ ସଂପର୍କ ଥିବା ସନ୍ଦେହ କରିଥିଲେ । ଆଉ ଉତ୍ତ୍ୟକ୍ତ ହୋଇ ସେ ହେମଙ୍କୁ ପ୍ରବଳ ପିଟିଥିଲେ। ପ୍ରାଣ ବିକଳରେ ହେମ ନିଜ ବାପ ଘର ବାହାବଲକୁ ଚାଲିଯାଇଥିଲେ। କିନ୍ତୁ ସୁଧୀରଙ୍କ ରାଗ ଶାନ୍ତ ହୋଇ ନ ଥିଲା ।

ଗତକାଲି ବିଳମ୍ୱିତ ରାତିରେ ସୁଧୀର ଶ୍ୱଶୁର ଘର ବାହାବଲରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କ ସ୍ତ୍ରୀକୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ହେମ ଶୋଇଥିବା ସମୟରେ ଛୁରୀ ସାହାଯ୍ୟରେ ତାଙ୍କ ବେକକୁ କାଟି ଦେଇଥିଲା ସୁଧୀର । ହେମଙ୍କ ପାଟି ଶୁଣି ତାଙ୍କ ଘର ଲୋକେ ଉଠି ପଡ଼ିବାରୁ ଫେରାର ହୋଇ ଯାଇଥିଲେ ସୁଧୀର।

ବାପ ଘର ଲୋକେ ଗୁରୁତର ଅବସ୍ଥାରେ ହେମକୁ ପ୍ରଥମେ କଣ୍ଟାବାଞ୍ଜି ହସପିଟାଲ ‌ଓ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ହେମଙ୍କ ବେକରେ ଗଭୀର ଆଘାତ ଲାଗିଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଏହି ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ।  ସେପଟେ ହେମ ଯେଉଁ ପିଲା ସହିତ କଥା ହେଉଥିଲେ, ତା' ସହିତ ତାଙ୍କର  କୌଣସି ଖରାପ ସଂପର୍କ ନଥିବା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos