ସ୍ତ୍ରୀ ପାଇଁ କଣ୍ଟା ସାଜିଥିବା ଅଭିଯୁକ୍ତକୁ ଫିଲ୍ମ ଷ୍ଟାଇଲ୍‌ରେ ଶେଷ କରିଦେଲା ସ୍ୱାମୀ, ଦେଇଥିଲା ୩ ଲକ୍ଷ ଟଙ୍କାର ସୁପାରି

ଜଗତସିଂହପୁର(ଓଡ଼ିଶା ରିପୋର୍ଟର)ସ୍ତ୍ରୀକୁ ବାରମ୍ବାର ଅସଦାଚରଣ ଉଦ୍ୟମ କରିବାରୁ ସୁପାରି ଦେଇ ଅଭିଯୁକ୍ତକୁ ହତ୍ୟା କରାଇଲା ସ୍ୱାମୀ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ କରିଛି ଜଗତସିଂହପୁର ପୋଲିସ।  ଏହା ସହିତ ଦୁଇ ସୁପାରି କିଲରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜଗତସିଂହପୁର ଏସ୍‌ପିଙ୍କ ସୂଚନା ଅନୁସାରେ, ତିର୍ତ୍ତୋଲ ଥାନା ଜଜାଙ୍ଗ ଗାଁର ରଶ୍ମିରଂଜନ ସ୍ୱାଇଁ ସେହି ଗାଁର ଜଣେ ମହିଳାଙ୍କୁ ବାରମ୍ବାର ହଇରାଣ କରୁଥିଲା । ଏପରିକି ରାତିରେ ସେହି ମହିଳାଙ୍କ ଘରେ ପ୍ରବେଶ କରିବାକୁ […]

4890

Tapas Behera
  • Published: Sunday, 03 November 2019
  • , Updated: 03 November 2019, 04:16 PM IST

ଜଗତସିଂହପୁର(ଓଡ଼ିଶା ରିପୋର୍ଟର)ସ୍ତ୍ରୀକୁ ବାରମ୍ବାର ଅସଦାଚରଣ ଉଦ୍ୟମ କରିବାରୁ ସୁପାରି ଦେଇ ଅଭିଯୁକ୍ତକୁ ହତ୍ୟା କରାଇଲା ସ୍ୱାମୀ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ କରିଛି ଜଗତସିଂହପୁର ପୋଲିସ।  ଏହା ସହିତ ଦୁଇ ସୁପାରି କିଲରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଜଗତସିଂହପୁର ଏସ୍‌ପିଙ୍କ ସୂଚନା ଅନୁସାରେ, ତିର୍ତ୍ତୋଲ ଥାନା ଜଜାଙ୍ଗ ଗାଁର ରଶ୍ମିରଂଜନ ସ୍ୱାଇଁ ସେହି ଗାଁର ଜଣେ ମହିଳାଙ୍କୁ ବାରମ୍ବାର ହଇରାଣ କରୁଥିଲା । ଏପରିକି ରାତିରେ ସେହି ମହିଳାଙ୍କ ଘରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା।  ଏଭଳି କାମରୁ ବିରତ ରହିବାକୁ ଅଭିଯୁକ୍ତ ରଶ୍ମିକୁ ଚେତାବନୀ ଦେଇଥିଲେ ମୁମ୍ବାଇରେ ରହୁଥିବା ମହିଳାଙ୍କ ସ୍ୱାମୀ।  କିନ୍ତୁ ଏହାକୁ ଖାତିର କରିନଥିଲା ରଶ୍ମି।  ପୂର୍ବ ପରି ସେ ସଂପୃକ୍ତ ମହିଳାଙ୍କୁ ହଇରାଣ କରୁଥିଲା।

ତେଣୁ ରଶ୍ମିକୁ ପୁରା ସଫା କରିବାକୁ ଯୋଜନା କରି ମହିଳାଙ୍କ ସ୍ୱାମୀ ବାଲିକୁଦା ଥାନା ମୁଲୁଗାଁର ଜଗନ୍ନାଥ ଦାସଙ୍କୁ ୩ ଲକ୍ଷ ଟଙ୍କାର ସୁପାରି ଦେଇଥିଲେ।  ଜଗନ୍ନାଥ ଓ ତାର ଜଣେ ସହଯୋଗୀ ରାକେଶ ମୁଦୁଲି ଗତ ଅକ୍ଟୋବର ୨୨ ତାରିଖରେ ରଶ୍ମିକୁ କଟରା ପୋଖରୀ ନିକଟକୁ ଡାକିଥିଲେ।  ରଶ୍ମିକୁ ପ୍ରଚୁର ମଦ ପିଆଇବା ପରେ କଟୁରିରେ ହାଣି ତାକୁ ହତ୍ୟା କରିଥିଲେ।

ଜଗନ୍ନାଥ ଓ ରାକେଶ  ଉଭୟଙ୍କୁ ପୋଲିସ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ କଟୁରି, ଏକ ବାଇକ, ମୋବାଇଲ ଓ ୨୭ ହଜାର ଟଙ୍କା ଜବତ କରିଛି।  ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁପାରି ଦେଇଥିବା ବ୍ୟକ୍ତିକୁ ଗିରଫ କରିବାକୁ ପୋଲିସର ଗୋଟିଏ ଟିମ୍ ମୁମ୍ବାଇ ଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି।

Related story