ମଦ ପିଇବାକୁ ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟିପିଟି ମାରିଦେଲା!

କେନ୍ଦୁଝର (ପ୍ରଣୟ କୁମାର ପାଣି): ମଦ ପିଇବା ପାଇଁ ସ୍ତ୍ରୀଙ୍କୁ ଟଙ୍କା ମାଗିଲା ସ୍ୱାମୀ। ମାତ୍ର ସେ ଟଙ୍କା ଦେବାକୁ ମନା କରିଦେବାରୁ ଠେଙ୍ଗାରେ ପିଟିପିଟି ମାରିଦେଲା। ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ଟାଉନ୍‌ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂରା ଘଟଣା ଏମିତି। ଟାଉନ ଥାନା ଠାକୁରପାଟଣା ମୁଣ୍ଡା ସାହିର ଡିକୁ ମୁଣ୍ଡା ସୋମବାର ଅପରାହ୍ନରେ […]

Husband

Manoranjan Sial
  • Published: Tuesday, 28 December 2021
  • , Updated: 28 December 2021, 06:01 PM IST

କେନ୍ଦୁଝର (ପ୍ରଣୟ କୁମାର ପାଣି): ମଦ ପିଇବା ପାଇଁ ସ୍ତ୍ରୀଙ୍କୁ ଟଙ୍କା ମାଗିଲା ସ୍ୱାମୀ। ମାତ୍ର ସେ ଟଙ୍କା ଦେବାକୁ ମନା କରିଦେବାରୁ ଠେଙ୍ଗାରେ ପିଟିପିଟି ମାରିଦେଲା। ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ଟାଉନ୍‌ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୂରା ଘଟଣା ଏମିତି। ଟାଉନ ଥାନା ଠାକୁରପାଟଣା ମୁଣ୍ଡା ସାହିର ଡିକୁ ମୁଣ୍ଡା ସୋମବାର ଅପରାହ୍ନରେ ହାଟକୁ ଯାଇଥିଲେ। ଆଉ ତାଙ୍କ ସ୍ତ୍ରୀ  ରଶ୍ମୀ ମୁଣ୍ଡା ରାଜ୍ୟ ସରକାରଙ୍କ ପିଡିଏସ୍‌ ବାବଦକୁ ମିଳୁଥିବା ୧୦୦୦ ଟଙ୍କା ଆଣିବା ପାଇଁ ଶିରିସପାଳ ପଞ୍ଚାୟତକୁ ଯାଇଥିଲେ। ସନ୍ଧ୍ୟାରେ ସେ ଟଙ୍କା ଧରି ଘରକୁ ଫେରି ରୋଷେଇ କରୁଥିଲେ।

ରାତିରେ ହାଟରୁ ପେଟେ ମଦ ପିଇ ଘରକୁ ଫେରିଲେ ଡିକୁ। ଘରେ ପହଞ୍ଚି ଆଉଥରେ ମଦ ପିଇବା ପାଇଁ ୩୦୦ ଟଙ୍କା ମାଗିଥିଲେ। ମାତ୍ର ରଶ୍ମୀ ଟଙ୍କା ଦେଇନଥିଲେ। ଏହାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଭିତରେ ଡିକୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ରଶ୍ମୀଙ୍କ ମୃତ୍ୟୁ ଘଟିଥିଲା। ପଡୋଶୀମାନେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତ ଡିକୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related story