୩୦୦ ଟଙ୍କା ପାଇଁ ସ୍ତ୍ରୀକୁ ପୋତି ଦେଲା ସ୍ୱାମୀ, ଦିନକ ପରେ ପୁଲିସ ବାହାରକଲା

ଜୟପୁର (ଟି.ଗୌରୀଶଙ୍କର): ମାତ୍ର ୩୦୦ ଟଙ୍କା ପାଇଁ ସ୍ୱାମୀ ପାଲଟିଲା ନର ରାକ୍ଷସ! ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ! ପରେ ଆଉ ଏହାକୁ ଦୁର୍ଘଟଣାର ରୂପ ଦେଇ ମଶାଣିରେ ପୋତିଦେଇଥିଲା। ଏପରି ଘଟଣା କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଆଜି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିବା ବେଳେ ମାଟିତଳୁ ବାହାର କରିଛି ମୃତଦେହ। ଅଭିଯୋଗ ଅନୁସାରେ ବାମିଣି ଗାଁର ରମେଶ ବାଗ ତାଙ୍କ ସ୍ତ୍ରୀ […]

husband-killed-his-wife-in-koraput

Manoranjan Sial
  • Published: Saturday, 04 January 2020
  • , Updated: 04 January 2020, 06:46 PM IST

ଜୟପୁର (ଟି.ଗୌରୀଶଙ୍କର): ମାତ୍ର ୩୦୦ ଟଙ୍କା ପାଇଁ ସ୍ୱାମୀ ପାଲଟିଲା ନର ରାକ୍ଷସ! ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ! ପରେ ଆଉ ଏହାକୁ ଦୁର୍ଘଟଣାର ରୂପ ଦେଇ ମଶାଣିରେ ପୋତିଦେଇଥିଲା। ଏପରି ଘଟଣା କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଆଜି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିବା ବେଳେ ମାଟିତଳୁ ବାହାର କରିଛି ମୃତଦେହ।

ଅଭିଯୋଗ ଅନୁସାରେ ବାମିଣି ଗାଁର ରମେଶ ବାଗ ତାଙ୍କ ସ୍ତ୍ରୀ ଡମୁଣୀ ପରିଜାଙ୍କୁ ୩୦୦ ଟଙ୍କା ଦେଇଥିଲେ। ଗତକାଲି ରମେଶ ସେହି ଟଙ୍କା ମାଗିଥିଲେ। ତେବେ ଟଙ୍କା ଘର ଖର୍ଚ୍ଚ ହୋଇଯାଇଥିବା ଡମୁଣୀ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ଏଥିରେ ରମେଶ ଉତ୍‌କ୍ଷିପ୍ତ ହୋଇ ଡମୁଣୀଙ୍କୁ ରମେଶ ମାଡ ମାରିଥିଲେ। ଫଳରେ ସେ ତଳେ ପଡ଼ିଯାଇଥିଲେ। ତାଙ୍କର ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ରମେଶ ପୂରା ଘଟଣା ଗାଁ ଲୋକଙ୍କୁ ଜଣାଇନଥିଲେ। ତଳେ ପଡ଼ି ସ୍ତ୍ରୀ ପ୍ରାଣ ହରାଇଥିବା ରମେଶ କହିବାରୁ ପଡୋଶୀମାନେ ଗତକାଲି ମୃତଦେହକୁ ଗାଁ ମଶାଣିରେ ପୋତି ଦେଇଥିଲେ। ମାତ୍ର ଏନେଇ ଶ୍ୱଶୁର ଘର ଲୋକଙ୍କୁ ଖବର ଦିଆଯାଇନଥିଲା।

ଡମୁଣୀଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ୨ ଏସ୍‌ଡିପିଓ, ଅତିରିକ୍ତ ଏସ୍‌ପି ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଶାଣିରେ ପୋତା ହୋଇଥିବା ମହିଳାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଘଟଣାରେ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ, ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

Related story