ମଦ ନିଶା ଉଜାଡ଼ି ଦେଲା ସଂସାର; ସ୍ତ୍ରୀକୁ ମାରି ବିଷ ପିଇଦେଲା ସ୍ୱାମୀ

ପାଟଣାଗଡ଼(କରୁଣାକର ବୁଡ଼େକ): ମଦ ନିଶା ଉଜାଡ଼ି ଦେଲା ସଂସାର। ସାମାନ୍ୟ କଳହରୁ ମଦ ନିଶାରେ ଚୁର ସ୍ୱାମୀ ନିଜ ପତ୍ନୀର ଜୀବନ ନେଇଗଲା। ହେଲେ ନିଶା ଉତୁରିବା ପରେ ପାଦ ତଳୁ ଖସିଗଲା ମାଟି । ସ୍ତ୍ରୀକୁ ମାରିବା ଅନୁତାପରେ ଛଟପଟ ହେଉଥିବା ସ୍ୱାମୀ ଶେଷରେ ନିଜେ ବି ବିଷ ପିଇ ଜୀବନ ହାରିଲା।  ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଲରମ୍ଭ ଥାନା ଅନ୍ତର୍ଗତ ଖୁଟସମଲେଇ ଗାଁରେ ଘଟିଛି।  ମୃତକ ସ୍ୱାମୀର ନାଁ ଘାସି ତଅଲା […]

liquor

liquor

Niharika Rout
  • Published: Thursday, 12 May 2022
  • Updated: 12 May 2022, 01:44 PM IST

ପାଟଣାଗଡ଼(କରୁଣାକର ବୁଡ଼େକ): ମଦ ନିଶା ଉଜାଡ଼ି ଦେଲା ସଂସାର। ସାମାନ୍ୟ କଳହରୁ ମଦ ନିଶାରେ ଚୁର ସ୍ୱାମୀ ନିଜ ପତ୍ନୀର ଜୀବନ ନେଇଗଲା। ହେଲେ ନିଶା ଉତୁରିବା ପରେ ପାଦ ତଳୁ ଖସିଗଲା ମାଟି । ସ୍ତ୍ରୀକୁ ମାରିବା ଅନୁତାପରେ ଛଟପଟ ହେଉଥିବା ସ୍ୱାମୀ ଶେଷରେ ନିଜେ ବି ବିଷ ପିଇ ଜୀବନ ହାରିଲା।  ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଲରମ୍ଭ ଥାନା ଅନ୍ତର୍ଗତ ଖୁଟସମଲେଇ ଗାଁରେ ଘଟିଛି।  ମୃତକ ସ୍ୱାମୀର ନାଁ ଘାସି ତଅଲା ଓ ମହିଳାଙ୍କ ନାଁ କୁନ୍ତୀ ତଅଲା  ।

ଗତକାଲି ରାତିରେ ଘାସି ତଅଲା ମଦ ପିଇ ଘରକୁ ଫେରିବା ପରେ ସ୍ତ୍ରୀ କୁନ୍ତି ତଅଲାଙ୍କ ସହିତ ତାଙ୍କର କଳହ ହୋଇଥିଲା। ଏହାପରେ  ଘାସି ଏକ ମାରଣାସ୍ତ୍ରରେ ସ୍ତ୍ରୀ ମୁଣ୍ଡକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।  ପତ୍ନୀଙ୍କୁ ହତ୍ୟା କରି ଘାସି  ଘରୁ ଫେରାର ହୋଇଯାଇଥିଲେ।

[caption id="attachment_733860" align="aligncenter" width="650"]spot ଘଟଣାସ୍ଥଳରେ ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ର ଛାନଭିନ୍‌[/caption]

ଗାଁରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବାପା ହିଁ ମା’କୁ ମାରିଥିବା ଘାସିଙ୍କ ପୁଅ ପୁଲିସ୍‌କୁ କହିଥିଲା। ଏହାପରେ ପୁଲିସ୍‌ ଘାସିଙ୍କୁ ଖୋଜାଖୋଜି ଆରମ୍ଭ କରି ବାଡ଼ି ପଟେ ତାଙ୍କ ମୃତଦେହ  ପଡ଼ିଥିବା ଦେଖିବାକୁ ପାଇଥିଲା । ଘଟଣା ସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos