ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲା ସ୍ୱାମୀ, ବିରୋଧ କରିବାରୁ ପତ୍ନୀଙ୍କୁ ହତ୍ୟା

କୋରାପୁଟ(ଓଡ଼ିଶା ରିପୋର୍ଟର): ପିଲାଛୁଆ ହେଉ ନଥିବାରୁ ଟାହି ଟାପରା କରୁଥିଲେ ଗାଁ ଲୋକ। ଏଥିପାଇଁ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲା ସ୍ୱାମୀ। କିନ୍ତୁ ପତ୍ନୀ ଦ୍ୱିତୀୟ ବିବାହକୁ ବିରୋଧ କରିଥିଲେ। ଏଥିପାଇଁ ତାଙ୍କୁ ଗଳା କାଟି ହତ୍ୟା କରିଥିଲା ସ୍ୱାମୀ। କୋରାପୁଟ ସଦର ଥାନା ଛୋଟାଗୁଡ଼ା ଗାଁରେ ବୁଧବାର ମହିଳାଙ୍କୁ ଗଳାକାଟି ହତ୍ୟା ଘଟଣାର ଖୁଲାସା କରି ଏପରି କିଛି ତଥ୍ୟ ଦେଇଛି ପୁଲିସ୍‌। ଏଥିସହ ଜାନକୀ ଦାମୀଙ୍କୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ […]

Koraput

Hemant Lenka
  • Published: Thursday, 09 June 2022
  • , Updated: 09 June 2022, 06:34 PM IST

କୋରାପୁଟ(ଓଡ଼ିଶା ରିପୋର୍ଟର): ପିଲାଛୁଆ ହେଉ ନଥିବାରୁ ଟାହି ଟାପରା କରୁଥିଲେ ଗାଁ ଲୋକ। ଏଥିପାଇଁ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲା ସ୍ୱାମୀ। କିନ୍ତୁ ପତ୍ନୀ ଦ୍ୱିତୀୟ ବିବାହକୁ ବିରୋଧ କରିଥିଲେ। ଏଥିପାଇଁ ତାଙ୍କୁ ଗଳା କାଟି ହତ୍ୟା କରିଥିଲା ସ୍ୱାମୀ। କୋରାପୁଟ ସଦର ଥାନା ଛୋଟାଗୁଡ଼ା ଗାଁରେ ବୁଧବାର ମହିଳାଙ୍କୁ ଗଳାକାଟି ହତ୍ୟା ଘଟଣାର ଖୁଲାସା କରି ଏପରି କିଛି ତଥ୍ୟ ଦେଇଛି ପୁଲିସ୍‌। ଏଥିସହ ଜାନକୀ ଦାମୀଙ୍କୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଡମ୍ବୁରଧରକୁ ସଦର ଥାନା ପୁଲିସ୍‌ ଗିରଫ କରିଛି।

ଆଜି ଏଡିପିଓ ମନୋଜ ପୂଜାରୀ ଓ ଆଇଆଇସି କିରଣ ସାମଲ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ପୂରା ଘଟଣା ପଛର ସତ ଉପରୁ ପରଦା ଉଠାଇଛନ୍ତି। ଏସଡିପିଓ ମନୋଜ ପୂଜାରୀଙ୍କ ସୂଚନା ଅନୁଯାୟୀ, ବିବାହର ୯ ବର୍ଷ ପରେ ମଧ୍ୟ ଦିନ ମଜୁରିଆ ଭାବେ କାମ କରୁଥିବା ଡମ୍ବୁରଧରଙ୍କ କୌଣସି ପିଲାଛୁଆ ହେଉ ନଥିଲା। ତେଣୁ ସାହିପଡ଼ିଶା ତାକୁ ଟାହି ଟାପରା କରୁଥିଲେ। ଏଥିସହ ତାକୁ ଦ୍ୱିତୀୟ ବିବାହ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

ଏଥିରେ ରାଜି ହୋଇ ସେ ୨ୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲା। ଡମ୍ବୁରଧର ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ପତ୍ନୀ ଜାନକୀ ବିରୋଧ କରିଥିଲେ। ଏହାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଅଶାନ୍ତିର ଝଡ଼। ପ୍ରତିଦିନ ଏଥିପାଇଁ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହେଉଥିଲା। ଏହି ଅଶାନ୍ତିରେ ପୂର୍ଣ୍ଣଚ୍ଛେଦ ଟାଣିବା ସହ ଦ୍ୱିତୀୟ ବିବାହ ପାଇଁ ଡମ୍ବୁରଧର ଜାନକୀଙ୍କୁ ସବୁଦିନ ପାଇଁ ନିଜ ରାସ୍ତାରୁ ହଟାଇ ଦେବାକୁ ଚାହିଁଥିଲା।

ଯୋଜନା ମୁତାବକ ବୁଧବାର ସେ ଗୋଟିଏ ଧାରୁଆ ଅସ୍ତ୍ରରେ ଜାନକୀଙ୍କ ବେକକୁ କାଟି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି କୋରାପୁଟ ଏସଡିପିଓ ମନୋଜ ପୂଜାରୀ ସୂଚନା ଦେଇଛନ୍ତି।

Related story