ନିର୍ଦ୍ଦୟ ସ୍ୱାମୀ: ଗର୍ଭବତୀ ସ୍ତ୍ରୀର ତଣ୍ଟିଚିପି ହତ୍ୟା କଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଜଘନ୍ୟ କାଣ୍ଡ। ଗର୍ଭବତୀ ସ୍ତ୍ରୀକୁ ହତ୍ୟାକାଲା ନିର୍ଦ୍ଦୟ ସ୍ୱାମୀ। ପରେ ମୃତଦେହକୁ ଛିଣ୍ଡାଲୁଗା ପକାଇ ଜାଲିଦେଲା। ଏଭଳି ହୃଦୟବିଦାରକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଟଦେଇ ବସ୍ତିରେ। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୋଲିସ ସ୍ୱାମୀକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣାଟି ଏମିତି। କେନ୍ଦୁଝର ଜିଲ୍ଲାର ବିଭୀଷଣ ସାଣ୍ଡେଲ ମଞ୍ଚେଶ୍ୱର ଥାନା ପାଟଦେଇ ବସ୍ତିରେ ଦୀର୍ଘ ଦିନ ରୁହନ୍ତି। ତାଙ୍କର ଦୁଇ ବର୍ଷର […]

husband killed wife in bbsr

Rakesh Mallick
  • Published: Saturday, 17 March 2018
  • , Updated: 17 March 2018, 05:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଜଘନ୍ୟ କାଣ୍ଡ। ଗର୍ଭବତୀ ସ୍ତ୍ରୀକୁ ହତ୍ୟାକାଲା ନିର୍ଦ୍ଦୟ ସ୍ୱାମୀ। ପରେ ମୃତଦେହକୁ ଛିଣ୍ଡାଲୁଗା ପକାଇ ଜାଲିଦେଲା। ଏଭଳି ହୃଦୟବିଦାରକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଟଦେଇ ବସ୍ତିରେ। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୋଲିସ ସ୍ୱାମୀକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣାଟି ଏମିତି। କେନ୍ଦୁଝର ଜିଲ୍ଲାର ବିଭୀଷଣ ସାଣ୍ଡେଲ ମଞ୍ଚେଶ୍ୱର ଥାନା ପାଟଦେଇ ବସ୍ତିରେ ଦୀର୍ଘ ଦିନ ରୁହନ୍ତି। ତାଙ୍କର ଦୁଇ ବର୍ଷର ଝିଅଟିଏ ଅଛି। ଏବେ ସ୍ତ୍ରୀ ମଧ୍ୟ ଗର୍ଭବତୀ ଥିଲେ। ବିଭୀଷଣ ସବୁବେଳେ ତାଙ୍କ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରନ୍ତି। ପୂର୍ବରୁ ଏହାକୁ ନେଇ ଅନେକବାର ପାଟିତୁଣ୍ଡ ମଧ୍ୟ ହୋଇଥିଲା। ତେବେ ଗତକାଲି ରାତିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଭୀଷଣ ନିଦରେ ଶୋଇଥିବା ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲେ। ପରେ ଘର ଭିତରେ ଚିରା ଲୁଗାରେ ମୃତଦେହକୁ ପୋଡ଼ି ଜାଳି ଦେଲେ। ଫୋରେନସିକ ଟିମ୍‌ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related story