ନିଶାସକ୍ତ ସ୍ୱାମୀର ନାରକୀୟ କାଣ୍ଡ! ସ୍ତ୍ରୀକୁ ଜଙ୍ଗଲକୁ ଡାକିନେଇ ପିଟିପିଟି ମାରିଦେଲା

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ନିଶାସକ୍ତ ସ୍ୱାମୀର ନାରକୀୟ କାଣ୍ଡ! ବାହାନା କରି ସ୍ତ୍ରୀକୁ ଜଙ୍ଗଲକୁ ଡାକି ନେଇ ଠେଙ୍ଗାରେ ପିଟି ପିଟି ମାରିଦେଲା। ପରେ ମୃତଦେହକୁ ଗାତ ଖୋଳି ପୋତି ଦେଲା। ଏଭଳି ବୀଭତ୍ସ ହତ୍ୟାକାଣ୍ଡ ସମ୍ୱଲପୁର ଜିଲ୍ଲା ଯୁଯୁମରା ଥାନା ଅଞ୍ଚଳରେ ଘଟିଛି। ଶଳାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। ଯୁଯୁମୁରା ଥାନା ଗଏଲଗୁଡି ଗାଁର ମଙ୍ଗୁଳୁ ଶବର ମୂଲମଜୁରି ଲାଗି ଚଳନ୍ତି। ପରିବାର କହିଲେ ୪ ପିଲା ଓ ପତ୍ନୀ ପଦ୍ମିନୀ। […]

Sambalpur

Sambalpur

Manoranjan Sial
  • Published: Saturday, 20 August 2022
  • Updated: 20 August 2022, 05:43 PM IST

Sports

Latest News

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ନିଶାସକ୍ତ ସ୍ୱାମୀର ନାରକୀୟ କାଣ୍ଡ! ବାହାନା କରି ସ୍ତ୍ରୀକୁ ଜଙ୍ଗଲକୁ ଡାକି ନେଇ ଠେଙ୍ଗାରେ ପିଟି ପିଟି ମାରିଦେଲା। ପରେ ମୃତଦେହକୁ ଗାତ ଖୋଳି ପୋତି ଦେଲା। ଏଭଳି ବୀଭତ୍ସ ହତ୍ୟାକାଣ୍ଡ ସମ୍ୱଲପୁର ଜିଲ୍ଲା ଯୁଯୁମରା ଥାନା ଅଞ୍ଚଳରେ ଘଟିଛି। ଶଳାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି।

ଯୁଯୁମୁରା ଥାନା ଗଏଲଗୁଡି ଗାଁର ମଙ୍ଗୁଳୁ ଶବର ମୂଲମଜୁରି ଲାଗି ଚଳନ୍ତି। ପରିବାର କହିଲେ ୪ ପିଲା ଓ ପତ୍ନୀ ପଦ୍ମିନୀ। ସ୍ୱଳ୍ପ ମଜୁରିରେ ଚଳୁଥିବା ମଙ୍ଗୁଳୁ କିନ୍ତୁ ଅନେକ ସମୟରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରୁଥିଲେ। ଯେଉଁଥିପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ପତ୍ନୀଙ୍କ ପାଟିତୁଣ୍ଡ କିନ୍ତୁ ମଙ୍ଗୁଳୁକୁ ଭଲ ଲାଗୁନଥିଲା। ଯାହାକୁ ନେଇ ଚିନ୍ତିତ ରହୁଥିଲା ମଙ୍ଗୁଳୁ। ତେଣୁ ପତ୍ନୀ ପଦ୍ମିନୀକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ମଙ୍ଗୁଳୁ।

ଗତ ମଙ୍ଗଳବାର ଦିନ ଗୋରୁ ଚରାଇବା ବାହାନା କରି ପଦ୍ମିନୀଙ୍କୁ ମଙ୍ଗୁଳୁ ନିକଟସ୍ଥ ଜଙ୍ଗଲକୁ ଡାକି ନେଇଥିଲା। ସେଠାରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ପରେ ଏକ ଠେଙ୍ଗାରେ ପିଟି ପିଟି ପଦ୍ମିନୀକୁ ହତ୍ୟା କରିଦେଇଥିଲା! ସନ୍ଧ୍ୟା ହୋଇଯାଇଥିବା ମୃତଦେହକୁ ପୋତି ପାରିନଥିଲା। ତେଣୁ ସେ ମୃତଦେହକୁ ବୋଦାରେ ଲୋଚାଇ ଦେଇ ଘରକୁ ପଳାଇ ଆସିଥିଲା।

ତା’ପର ଦିନ ଅର୍ଥାତ ବୁଧବାର ସକାଳେ କୋଦାଳରେ ଗାତ ଖୋଳି ଜଙ୍ଗଲ ଭିତରେ ପଦ୍ମିତୀଙ୍କ ମୃତଦେହକୁ ପୋତି ଦେଇଥିଲା ମଙ୍ଗୁଳୁ। ମୃତଦେହ ପୋତିବା ପରେ ଘରକୁ ପଳାଇ ଆସିଥିଲା। ମଦ ନିଶାରେ ଗାଁରେ ଟହଲ ମାରୁଥିଲା। ଅନ୍ୟପକ୍ଷରେ ପଦ୍ମିନୀ ସମ୍ପର୍କରେ ପଚାରିଲେ ବିଭିନ୍ନ ବାହାନା କରୁଥିଲା ମଙ୍ଗୁଳୁ। ହେଲେ କାହାକୁ ସତ କଥା କହୁନଥିଲା। ଯାହାକୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଥିଲା।

ପଦ୍ମିନୀ ନିଖୋଜ ନେଇ ମଙ୍ଗୁଳୁଙ୍କ ଶଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ସନ୍ଦେହରେ ମଙ୍ଗୁଳୁକୁ ଅଟକ ରଖି ଜେରା କରିଥିଲା। ଏହି ସମୟରେ ସେ ହତ୍ୟା କରିଥିବା ପୁଲିସ୍‌କୁ କହିଛି। ଏହା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ହତ୍ୟାରେ ବ୍ୟବହୃତ ଠେଙ୍ଗା, କୋଡ଼ି, ଶାବଳକୁ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story