ସ୍ତ୍ରୀକୁ ହତ୍ୟା କରିବା ପରେ ଜାଳିଦେଲା ସ୍ୱାମୀ

ସୋର(ଶଶିକାନ୍ତ ବେହେରା):ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ନୂଆପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ପୋଡ଼ି ମାରିଦେବା ପରେ ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରିଛି। ଏକ ଚାଷ ବିଲରେ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଜଣକ କୀଟନାଶକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି । ସୂଚନା ଅନୁଯାୟୀ, ନୂଆପୁର ଗ୍ରାମର ନୀଳାମ୍ବର ମଳିକ (୪୫) ନିଜ ଘରଠାରୁ ୨.୫ କିମି ଦୂର ଅରଳା ଠାରେ ଏକ ଚାଷ ଜମିରେ […]

c-90

c-90

Tapas Behera
  • Published: Saturday, 10 August 2019
  • Updated: 10 August 2019, 10:12 PM IST

ସୋର(ଶଶିକାନ୍ତ ବେହେରା):ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ନୂଆପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ପୋଡ଼ି ମାରିଦେବା ପରେ ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରିଛି। ଏକ ଚାଷ ବିଲରେ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଜଣକ କୀଟନାଶକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି ।

ସୂଚନା ଅନୁଯାୟୀ, ନୂଆପୁର ଗ୍ରାମର ନୀଳାମ୍ବର ମଳିକ (୪୫) ନିଜ ଘରଠାରୁ ୨.୫ କିମି ଦୂର ଅରଳା ଠାରେ ଏକ ଚାଷ ଜମିରେ ଧାନ ଚାଷ କରନ୍ତି । ସେଠାରେ କ୍ଷେତକୁ ଜଗିବା ପାଇଁ ଏକ ଛୋଟ ପଲ୍ଲା ଘର କରି ଉଭୟ ନୀଳାମ୍ବର ଏବଂ ତାଙ୍କ ସ୍ତ୍ରୀ ସାବିତ୍ରୀ (୪୦) ରୁହନ୍ତି । ଆଜି ଅପରାହ୍ନରେ ସ୍ତ୍ରୀ ନିଜ ଘର ନୂଆପୁରରୁ ସ୍ୱାମୀଙ୍କ ପାଇଁ ଖାଦ୍ୟ ନେଇ ଚାଷ ଜମିରେ ଥିବା ପଲ୍ଲା ଘରକୁ ଆସିଥିଲେ । ସେଠାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ସ୍ୱାମୀ ଉତକ୍ଷିପ୍ତ  ହୋଇ ସ୍ତ୍ରୀକୁ ହତ୍ୟା କରିବା ସହ ଚାଷ ଜମିରେ ଥିବା କୁଟା ଗଦାରେ ପକାଇ ନିଆଁ ଲଗାଇ ପୋଡ଼ି ଦେଇଥିଲା। ପରେ ନୀଳାମ୍ବର କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା।

ପରେ ସେ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ତ୍ରୀକୁ ପୋଡ଼ି ହତ୍ୟା କରିଥିବା ବିଷୟରେ କହିଥିଲା । ଖବର ପାଇ ସନ୍ଧ୍ୟା ସମୟରେ ଗୋପାଳପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁରେ ଜଳୁଥିବା ସ୍ତ୍ରୀର ପୋଡ଼ା ମୃତ ଦେହକୁ ଉଦ୍ଧାର କରିଥିଲା । ସୋର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସ୍ୱାମୀର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ସଦର ଡାକ୍ତରଖାନାକୁ ପଠାଯାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ଧାନ ବିଲରେ ମୃତଦେହ ପଡିରହିଥିବା ବେଳେ ଗୋପାଳପୁର ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story