କୋଳରେ ଥିଲା ଛୁଆ, ତଥାପି ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ପାରିବାରିକ କଳହରୁ ଘଟିଛି ନୃଶଂସ କାଣ୍ଡ। ବାପ ଘରେ ଛାଡ଼ି ଦେବା ନିମନ୍ତେ ସ୍ତ୍ରୀକୁ ବାଇକ୍‌ରେ ନେଉଥିବା ବେଳେ ଜଘନ୍ୟ କାଣ୍ଡ ଘଟାଇଛି ନୃଶଂସ ସ୍ୱାମୀ।  ସ୍ତ୍ରୀ କୋଳରେ ନବଜାତ ଛୁଆ ଥିବା ବେଳେ ଉତ୍ତ୍ୟକ୍ତ ସ୍ୱାମୀ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଛି । ଏହାପରେ ଛୁଆଟିକୁ ନିକଟରେ ଜଣେ ସମ୍ପର୍କୀୟଙ୍କ ଘରେ ଛାଡ଼ିବା ପରେ ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ।  ଏପରି ଲୋକଟାଙ୍କୁରା ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ମ୍ୟୁନୁସିପାଲଟି […]

attack

attack

Niharika Rout
  • Published: Tuesday, 05 January 2021
  • Updated: 05 January 2021, 02:41 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ): ପାରିବାରିକ କଳହରୁ ଘଟିଛି ନୃଶଂସ କାଣ୍ଡ। ବାପ ଘରେ ଛାଡ଼ି ଦେବା ନିମନ୍ତେ ସ୍ତ୍ରୀକୁ ବାଇକ୍‌ରେ ନେଉଥିବା ବେଳେ ଜଘନ୍ୟ କାଣ୍ଡ ଘଟାଇଛି ନୃଶଂସ ସ୍ୱାମୀ।  ସ୍ତ୍ରୀ କୋଳରେ ନବଜାତ ଛୁଆ ଥିବା ବେଳେ ଉତ୍ତ୍ୟକ୍ତ ସ୍ୱାମୀ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଛି । ଏହାପରେ ଛୁଆଟିକୁ ନିକଟରେ ଜଣେ ସମ୍ପର୍କୀୟଙ୍କ ଘରେ ଛାଡ଼ିବା ପରେ ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ।  ଏପରି ଲୋକଟାଙ୍କୁରା ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ମ୍ୟୁନୁସିପାଲଟି ଅନ୍ତର୍ଗତ ୟୁ.ଭି-୫୨ ମିକ୍ସଫାର୍ମ ଗ୍ରାମରେ ।

ପ୍ରାପ୍ତ ସୂଚନା ମୁତାବକ୍, ଆଜି ସକାଳୁ ମିକ୍ସଫାର୍ମ ଗ୍ରାମର ବିପ୍ଲବ ବିଶ୍ୱାସ ନିଜ ସ୍ତ୍ରୀ ଚୁମୁକି ବିଶ୍ୱାସ ଏବଂ ନବଜାତ ଶିଶୁକୁ ବାପଘର ୟୁ.ଭି-୬ ମୁର୍ତ୍ତୁମା ଗ୍ରାମରେ ଛାଡିଦେବାକୁ କହି  ବାଇକ୍‌ ଯୋଗେ ନେଇଥିଲେ। ମାତ୍ର ଚିକଲପଦର-ଅଧିକାରୀଗୁଡା ରାସ୍ତାରେ ଏକ ପୋଖରୀ ନିକଟରେ ଚୁମୁକିଙ୍କୁ ପିଟି ପିଟି ହତ୍ୟା କରିଥିବା ଜଣାପଡିଛି । ହତ୍ୟା ପରେ ନିଜ ନବଜାତ ଶିଶୁକୁ ନିକଟସ୍ଥ ଅଧିକାରୀଗୁଡା ଗ୍ରାମର ଜଣକ ଘରେ ଛାଡି  ବିପ୍ଲବ ଉମରକୋଟ ଥାନାରେ ଆତ୍ମସମର୍ପଣ କରିଛନ୍ତି।

ଖବର ପାଇ ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢୀ ଏବଂ ଥାନା ଅଧିକାରୀ ନରେଶ କୁମାର ପ୍ରଧାନ ନିଜ ଟିମ୍ ସହ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos