ସ୍ତ୍ରୀକୁ ବିଚ୍‌ ରାସ୍ତାରେ ଜାଳି ଦେଲା ସ୍ୱାମୀ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଯିଏ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲା ସିଏ ହିଁ ବିଚ୍‌ ରାସ୍ତାରେ ନିଆଁ ଲଗାଇ ଦେଲା। ଦାମ୍ପତ୍ୟ କଳହର କରୁଣ ପରିଣତି ଭୋଗି ଶେଷରେ ମେଡିକାଲ ବେଡରେ ମୃତ୍ୟ ସହ ସଂଗ୍ରାମ କରୁଛନ୍ତି ପତ୍ନୀ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ମେରାଇନ ଥାନା ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା | ପରିବାରିବ କଳହରୁ ବାପ ଘରେ ରହୁଥିବା  ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ସ୍ୱାମୀ। […]

fire

fire

Niharika Rout
  • Published: Wednesday, 04 August 2021
  • Updated: 04 August 2021, 12:52 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଯିଏ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲା ସିଏ ହିଁ ବିଚ୍‌ ରାସ୍ତାରେ ନିଆଁ ଲଗାଇ ଦେଲା। ଦାମ୍ପତ୍ୟ କଳହର କରୁଣ ପରିଣତି ଭୋଗି ଶେଷରେ ମେଡିକାଲ ବେଡରେ ମୃତ୍ୟ ସହ ସଂଗ୍ରାମ କରୁଛନ୍ତି ପତ୍ନୀ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ମେରାଇନ ଥାନା ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା |

ପରିବାରିବ କଳହରୁ ବାପ ଘରେ ରହୁଥିବା  ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ସ୍ୱାମୀ।  ଗୁରୁତର ଅବସ୍ଥାରେ ମହିଳାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।  । ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ମେରାଇନ ଥାନା ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ |

ଗ୍ରାମର ବି. ମୁକୋଡୁ ଓ ପତ୍ନୀ  ବି. ଆରାମା ଙ୍କ ମଧ୍ୟ୍ୟ ରେ ଝଗଡା ହେବାରୁ ଆରାମା ନିଜ ବାପଘରେ ୩ ପିଲାଙ୍କ ସହ ରହୁଥିଲେ।  ଆଜି ସକାଳୁ ବି. ଆରାମା କାମ କରିବା ପାଇଁ ଯାଉଥିଲେ। ଏହି ସମୟରେ ପୂର୍ବ ଯୋଜନା ମୁତାବକ ପେଟ୍ରୋଲ ଧରି  ଗାନ୍ଧୀ ଛକ ନିକଟରେ ଛିଡ଼ା ହୋଇଥିଲେ ବି. ମୁକୋଡୁ ।  ସେଠାରେ ପତିପତ୍ନୀଙ୍କ ମଧ୍ୟରେ ଝଗଡା ହେବାରୁ ପତ୍ନୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ ବି. ମୁକୋଡୁ |

ବି. ଆରାମାଙ୍କ ଚିତ୍କାର ଶୁଣି  ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ତାକୁ ପ୍ରଥମେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ  ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।  ଖବର ପାଇ ପୁଲିସ ପହଞ୍ଚି  ବି. ମୁକୋଡୁକୁ କାବୁ କରିବା ସହ ଥାନାରେ ଅଟକ ରଖି ତଦନ୍ତ ଚଲାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos