ହାଟ ମଝିରେ ଗୁଳିକରି ହତ୍ୟା

କଲ୍ୟାଣସିଂହପୁର:(ଓଡ଼ିଶା ରିପୋର୍ଟର)ବିଜେପୁର ଥାନା ମାଲିପଡ଼ା ସାପ୍ତାହିକୀ ହାଟରେ ହିଂସାକାଣ୍ଡ ଘଟିଛି। ନାଏବ ସରପଞ୍ଚ ଶାନ୍ତିଲତା ସାହୁଙ୍କ ସ୍ୱାମୀ ରାଜେନ୍ଦ୍ର ସାହୁଙ୍କୁ ହାଟ ମଝିରେ ଗୁଳିକରି ହତ୍ୟା କରାଯାଇଛି। ଦୁଇ ଜଣ ବ୍ୟକ୍ତି ଚାଲି ଚାଲି ଆସି ରାଜେନ୍ଦ୍ରଙ୍କ ଉପରକୁ ୪ଟି ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ଟଳିପଡ଼ିଥିଲେ ରାଜେନ୍ଦ୍ର ସାହୁ। ପୂର୍ବରୁ ରାଜେନ୍ଦ୍ରଙ୍କୁ ମାଓବାଦୀଙ୍କ ପକ୍ଷରୁ ଧମକ ଦିଆଯାଇଥିଲା। ଏପରିକି ଠିକା କାମରେ ନିୟୋଜିତ ସାମଗ୍ରୀକୁ ମଧ୍ୟ ମାଓବାଦୀ ପୂର୍ବରୁ ଜାଳିଦେଇଥିଲେ। ଏହାପରେ ସେ ଭବାନୀପାଟଣା ଆସି […]

mad-1

Tapas Behera
  • Published: Sunday, 21 July 2019
  • , Updated: 21 July 2019, 09:26 PM IST

କଲ୍ୟାଣସିଂହପୁର:(ଓଡ଼ିଶା ରିପୋର୍ଟର)ବିଜେପୁର ଥାନା ମାଲିପଡ଼ା ସାପ୍ତାହିକୀ ହାଟରେ ହିଂସାକାଣ୍ଡ ଘଟିଛି। ନାଏବ ସରପଞ୍ଚ ଶାନ୍ତିଲତା ସାହୁଙ୍କ ସ୍ୱାମୀ ରାଜେନ୍ଦ୍ର ସାହୁଙ୍କୁ ହାଟ ମଝିରେ ଗୁଳିକରି ହତ୍ୟା କରାଯାଇଛି। ଦୁଇ ଜଣ ବ୍ୟକ୍ତି ଚାଲି ଚାଲି ଆସି ରାଜେନ୍ଦ୍ରଙ୍କ ଉପରକୁ ୪ଟି ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ଟଳିପଡ଼ିଥିଲେ ରାଜେନ୍ଦ୍ର ସାହୁ।

ପୂର୍ବରୁ ରାଜେନ୍ଦ୍ରଙ୍କୁ ମାଓବାଦୀଙ୍କ ପକ୍ଷରୁ ଧମକ ଦିଆଯାଇଥିଲା। ଏପରିକି ଠିକା କାମରେ ନିୟୋଜିତ ସାମଗ୍ରୀକୁ ମଧ୍ୟ ମାଓବାଦୀ ପୂର୍ବରୁ ଜାଳିଦେଇଥିଲେ। ଏହାପରେ ସେ ଭବାନୀପାଟଣା ଆସି ରହୁଥିଲେ। ତେବେ ଆଜି ଗାଁକୁ ଆସିଥିବାବେଳେ ତାଙ୍କୁ ମାଓବାଦୀମାନେ ହତ୍ୟା କରିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏହି ଘଟଣା ପରେ ପୁଲିସ ଘଟଣାର ଖୋଳତାଡ଼ ଜାରି ରଖିଛି।

Related story