ଦ୍ୱିତୀୟ ଥର ବିବାହ କଲେ ପତିପତ୍ନୀ

ଜୟପୁର(ଟି.ଗୌରିଶଙ୍କର): ଜଳିଲା ହୋମ ନିଆଁ। ବ୍ରାହ୍ମଣଙ୍କ ମନ୍ତ୍ରପାଠରେ ଗୁଞ୍ଜରିତ ହେଲା ଚତୁଃର୍ଦିଗ । ପଡ଼ିଲା ହାତଗଣ୍ଠି। ଦ୍ୱିତୀୟ ଥର ପାଇଁ ପତିପତ୍ନୀ ସାଜିଲେ ଘାସି ଅମାନତ୍ୟ ଓ ସୁବର୍ଣ୍ଣ ଅମାନତ୍ୟ। ପୂର୍ବରୁ ଥରେ ଉଭୟ ବିବାହ କରିଥିଲେ ମଧ୍ୟ ସ୍ୱାମୀ ନିଖୋଜ ହେବାରୁ ପତ୍ନୀ ପାଲଟି ଯାଇଥିଲେ ବିଧବା । ସ୍ୱାମୀଙ୍କ ବାଟକୁ ଚାହିଁ ନିରାଶ ହେବା ପରେ ମୁଣ୍ଡରୁ ସିନ୍ଦୂର ପୋଛି ଦେଇଥିଲେ ସୁବର୍ଣ୍ଣ । ହେଲେ ପୁଣି ଥରେ ସ୍ୱାମୀଙ୍କୁ ଆଖି ଆଗରେ ଦେଖି […]

marriage

marriage

Niharika Rout
  • Published: Friday, 20 May 2022
  • Updated: 20 May 2022, 05:27 PM IST

Sports

Latest News

ଜୟପୁର(ଟି.ଗୌରିଶଙ୍କର): ଜଳିଲା ହୋମ ନିଆଁ। ବ୍ରାହ୍ମଣଙ୍କ ମନ୍ତ୍ରପାଠରେ ଗୁଞ୍ଜରିତ ହେଲା ଚତୁଃର୍ଦିଗ । ପଡ଼ିଲା ହାତଗଣ୍ଠି। ଦ୍ୱିତୀୟ ଥର ପାଇଁ ପତିପତ୍ନୀ ସାଜିଲେ ଘାସି ଅମାନତ୍ୟ ଓ ସୁବର୍ଣ୍ଣ ଅମାନତ୍ୟ। ପୂର୍ବରୁ ଥରେ ଉଭୟ ବିବାହ କରିଥିଲେ ମଧ୍ୟ ସ୍ୱାମୀ ନିଖୋଜ ହେବାରୁ ପତ୍ନୀ ପାଲଟି ଯାଇଥିଲେ ବିଧବା । ସ୍ୱାମୀଙ୍କ ବାଟକୁ ଚାହିଁ ନିରାଶ ହେବା ପରେ ମୁଣ୍ଡରୁ ସିନ୍ଦୂର ପୋଛି ଦେଇଥିଲେ ସୁବର୍ଣ୍ଣ । ହେଲେ ପୁଣି ଥରେ ସ୍ୱାମୀଙ୍କୁ ଆଖି ଆଗରେ ଦେଖି ପତ୍ନୀଙ୍କ ଖୁସି ବନ୍ଧବାଡ଼ ମାନି ନ ଥିବା ବେଳେ ଉଭୟ ପୁଣି ଥରେ ସାଜିଲେ ପତିପତ୍ନୀ । ଏପରି ଆଶ୍ଚର୍ଯ୍ୟଜନକ ଘଟଣା କୋରାପୁଟ ଜିଲ୍ଲା ବୋରିଗୁମ୍ମା ପୋଡ଼ାପଦର ଗାଁରେ ଘଟିଛି ।

ଘାସି ଅମାନତ୍ୟ ୨ ବର୍ଷ ପୂର୍ବେ ଦାଦନ ଖଟିବାକୁ ଆନ୍ଧ୍ରକୁ ପଳାଇ ଯାଇଥିଲେ। ମାତ୍ର ପ୍ରାୟ ଦେଢ ବର୍ଷ ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜଖବର ମିଳିଲା ନାହିଁ। ଫଳରେ ଆଦିବାସୀ ପରମ୍ପରା ଅନୁଯାୟୀ, ସାହିପଡ଼ିଶା ତାଙ୍କ ପତ୍ନୀ ସୁବର୍ଣ୍ଣଙ୍କୁ ବିଧବା କରିଦେଲେ। ପରମ୍ପରା ମୁତାବକ ତାଙ୍କ ଦଶାହ ସମ୍ପନ୍ନ କରିବା ସହ ଘାସିଙ୍କ ଦ୍ୱାରା ନିତ୍ୟ ବ୍ୟବହାର୍ଯ୍ୟ ହେଉଥିବା ଜିନିଷକୁ ପୋଡ଼ି ଦେଲେ। ସ୍ୱାମୀ ଚାଲିଗଲେ ଭାବି ଆଖିରୁ ଲୁହ ନିଗାଡ଼ି ବଞ୍ଚିଥିଲେ ସୁବର୍ଣ୍ଣ ।

ହେଲେ ଅଚାନକ ଭାବେ କିଛି ଦିନ ପୂର୍ବେ ଆସି ସମସ୍ତଙ୍କ ସାମନାରେ ଆବିର୍ଭାବ ହେଲେ ଘାସି । ଯିଏ ମରି ଯାଇଛି ଭାବି ଆଖିରୁ ଲୁହ ଶୁଖୁ ନ ଥିଲା, ତାକୁ ସାମନାରେ ଦେଖି ମଧ୍ୟ ପରିବାର ଲୋକେ ସହଜେ ବିଶ୍ୱାସ କରି ପାରି ନ ଥିଲେ। ଏହାପରେ ଘାସିଙ୍କୁ ପରିବାର ଲୋକେ ଖୁସିରେ ଖୁସିରେ ଆଦରି ନେଇଥିବା ବେଳେ ତାଙ୍କୁ ଦେଖିବାକୁ ପ୍ରବଳ ଗହଳି ମଧ୍ୟ ଜମିଲା।

ଏହାପରେ ଆଦିବାସୀ ପରମ୍ପରା ମୁତାବକ ବିଧବା ହୋଇଥିବା ତାଙ୍କ ପତ୍ନୀ ସୁବର୍ଣ୍ଣଙ୍କୁ ପୁଣି ଥରେ ସଧବା ସଜାଇବାକୁ ଚାଲିଲା ପ୍ରସ୍ତୁତି। ଶେଷରେ ଗତ ବୁଧବାର ଗ୍ରାମବାସୀଙ୍କ ସାମନାରେ ପରମ୍ପରା ମୁତାବକ ପୁଣି ଥରେ ପତିପତ୍ନୀ ସାଜିଲେ ଘାସି ଓ ସୁବର୍ଣ୍ଣ ।

ଏନେଇ ଘାସି କହିଛନ୍ତି କାମ କରିବାକୁ  ଆନ୍ଧ୍ର ଯାଇଥିଲି । ସେଠାରେ ମୋତେ କେଉଁଠି ଫିଙ୍ଗି ଦେଇଥିଲେ। ଚେତା ଫେରିବା ପରେ ଭିକ ମାଗିକି ଖାଇଲି। ବାଙ୍ଗାଲୁର ଯାଇ କାମ କରି ଚଳିଲି।  ଦୀର୍ଘ ଦିନ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ମରି ଯାଇଥିଲି ବୋଲି ଗାଁରେ ପ୍ରଚାର ହେଲା। ୨ ବର୍ଷ ପରେ ଘରକୁ ଫେରିଥିବା ବେଳେ ଏବେ ପୁଣି ଥରେ ମୁଁ ମୋ ପତ୍ନୀଙ୍କୁ ବିବାହ କଲି। ସ୍ୱାମୀ ଫେରି ଆସିଥିବାରୁ ବେଶ୍‌ ଖୁସି ଥିବା ସୁବର୍ଣ୍ଣ  ସ୍ୱାମୀଙ୍କୁ ଆଉ ବାହାରକୁ ଯିବାକୁ ଦେବେନି ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story