ହାଇଦ୍ରାବାଦରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନରେ ଯାତ୍ରୀ ଅସୁସ୍ଥ, ଭୁବନେଶ୍ୱରରେ ଜରୁରୀ ଅବତରଣ

ଭୁବନେଶ୍ୱର: ହାଇଦ୍ରାବାଦରୁ କୋଲକାତା ଯାଉଥିବା ଇଣ୍ଡିଗୋର ଏକ ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ସକାଳ ୭ଟା ୩୦ ମିନିଟରେ ଜରୁରୀ ଅବତରଣ କରିଥିଲା। ଜଣେ ଯାତ୍ରୀ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ବିମାନଟିକୁ ଜରୁରୀ ଅବତରଣ କରିବାକୁ ପଡିଥିଲା। ଗୁରୁତର ଅବସ୍ଥାରେ ଯାତ୍ରୀ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥ ଯାତ୍ରୀ ଜଣଙ୍କ ଶଶୀ ମେନନ ବୋଲି ଜଣାପଡିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ଜଣାପଡିଛି। ବିମାନରେ ୧୫୮ଜଣ ଯାତ୍ରୀ ଥିଲେ। ପ୍ରାୟ ଅଧଘଣ୍ଟା ବିମାନଟି […]

indigo_airlines

Rakesh Mallick
  • Published: Monday, 30 November 2015
  • , Updated: 30 November 2015, 04:40 AM IST

ଭୁବନେଶ୍ୱର: ହାଇଦ୍ରାବାଦରୁ କୋଲକାତା ଯାଉଥିବା ଇଣ୍ଡିଗୋର ଏକ ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ସକାଳ ୭ଟା ୩୦ ମିନିଟରେ ଜରୁରୀ ଅବତରଣ କରିଥିଲା। ଜଣେ ଯାତ୍ରୀ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ବିମାନଟିକୁ ଜରୁରୀ ଅବତରଣ କରିବାକୁ ପଡିଥିଲା। ଗୁରୁତର ଅବସ୍ଥାରେ ଯାତ୍ରୀ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥ ଯାତ୍ରୀ ଜଣଙ୍କ ଶଶୀ ମେନନ ବୋଲି ଜଣାପଡିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ଜଣାପଡିଛି। ବିମାନରେ ୧୫୮ଜଣ ଯାତ୍ରୀ ଥିଲେ। ପ୍ରାୟ ଅଧଘଣ୍ଟା ବିମାନଟି ଅଟକିବା ପରେ କୋଲକତା ଅଭିମୁଖେ ଯାତ୍ରା କରିଛି।

Related story