ଆଇଏସଏଏସ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ସିଙ୍ଗାପୁର ଗସ୍ତ

ଭୁବନେଶ୍ୱର: ବିଜୁ ଜନତା ଦଳର ବିରିଷ୍ଠ ନେତା ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଇନଷ୍ଟିଚ୍ୟୁଟ୍ ଅଫ୍ ସାଉଥ୍ ଏସିଆନ୍ ଷ୍ଟଡିଜ୍ (ଆଇଏସଏଏସ) ଓ ନେସନାଲ ୟୁନିଭରସିଟି ଅଫ୍ ସିଙ୍ଗାପୁର ଦ୍ୱାରା ଆୟୋଜିତ ୧୦ମ ବାର୍ଷିକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ସିଙ୍ଗାପୁର ଗସ୍ତ କରିଛନ୍ତି। ଏହି ସମ୍ମିଳନୀରେ ସିଙ୍ଗାପୁରର ଅର୍ଥମନ୍ତ୍ରୀ ହେଙ୍ଗ ସ୍କୟି କିଟଙ୍କ ସହ ସାଂସଦ ପଣ୍ଡା ଭିତ୍ତିଭୂମି ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଆଲୋଚନା କରିବେ। ସମ୍ମିଳନୀରେ ଭାରତର ଭିତ୍ତିଭୂମି […]

Baijayant Panda, MP

Rakesh Mallick
  • Published: Wednesday, 28 October 2015
  • , Updated: 28 October 2015, 12:06 PM IST

ଭୁବନେଶ୍ୱର: ବିଜୁ ଜନତା ଦଳର ବିରିଷ୍ଠ ନେତା ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଇନଷ୍ଟିଚ୍ୟୁଟ୍ ଅଫ୍ ସାଉଥ୍ ଏସିଆନ୍ ଷ୍ଟଡିଜ୍ (ଆଇଏସଏଏସ) ଓ ନେସନାଲ ୟୁନିଭରସିଟି ଅଫ୍ ସିଙ୍ଗାପୁର ଦ୍ୱାରା ଆୟୋଜିତ ୧୦ମ ବାର୍ଷିକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ସିଙ୍ଗାପୁର ଗସ୍ତ କରିଛନ୍ତି। ଏହି ସମ୍ମିଳନୀରେ ସିଙ୍ଗାପୁରର ଅର୍ଥମନ୍ତ୍ରୀ ହେଙ୍ଗ ସ୍କୟି କିଟଙ୍କ ସହ ସାଂସଦ ପଣ୍ଡା ଭିତ୍ତିଭୂମି ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଆଲୋଚନା କରିବେ। ସମ୍ମିଳନୀରେ ଭାରତର ଭିତ୍ତିଭୂମି ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ଉପରେ ସବିଶେଷ ଆଲୋଚନା ହେବା ସହ ଭାରତରେ ବିଶେଷ କରି ରିଅଲ ଇଷ୍ଟେଟ୍ ବଜାରରେ ପ୍ରତିବନ୍ଧ ଯେପରିକି ଜମିର ଉପଯୁକ୍ତ ମୂଲ୍ୟ ଓ ବ୍ୟବହାର ପାଇଁ କିପରି ନୀତି ପ୍ରଣୟନ କରାଯାଇଛି ତାହା ଉପରେ ସାଂସଦ ପଣ୍ଡା ଆଲୋକପାତ କରିବେ। ଦକ୍ଷିଣ-ଏସିଆ ରାଷ୍ଟ୍ରମାନେ ନିଜର ଭିତ୍ତିଭୂମି ବିକାଶକୁ ଲୋକାଭିମୁଖୀ କରିବା ଦିଗରେ ନୀତି ପ୍ରଣୟନ କରିବା ସହ ରାଜନୈତିକ ସହଭାଗିତା, ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ଏକ ଗଠନମୂଳକ ସମାଧାନ ବାହାର କରିବା ଏହି ସମ୍ମିଳନୀର ମୂଳ ଉଦ୍ଦେଶ୍ୟ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଡଃ.ଦୁଭୁରି ସୁଭାରାଓ, ପୂର୍ବତନ ସିଏଜି ବିନୋଦ ରାୟ ଓ ଯୋଜନା କମିଶନର ପୂର୍ବତନ ସଚିବ ଏନ.ସି.ସକସେନା ପ୍ରମୁଖ ନିଜ ମତ ରଖିବେ। ଏହି ସମ୍ମିଳନୀରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, କୋଲକାତା,ଆଇଆଇଏମ ବେଙ୍ଗାଲୁରୁରୁ ମେଧାବୀ ଛାତ୍ରଛାତ୍ରୀ ଓ ବିଭିନ୍ନ ଦେଶର ବହୁ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିବେ।

Related story